Rahul Rescue Update: ଶେଷ ପର୍ଯ୍ୟାୟରେ ଉଦ୍ଧାରକାର୍ଯ୍ୟ, ଦେଖନ୍ତୁ କିଭଳି ଚାଲିଛି ଖନନ, ଦେଖନ୍ତୁ Video

ବନ୍ଧୁଗଣ କଳେ ବଳେ କୌଶଳେ ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ । ଏନଡିଆରଏଫ, ଏସଡିଆରଏଫ ଓ ରୋବୋଟିକ ଟିମ ନିଜକୁ ବାଜି ଲଗାଇ ଦେଇଛନ୍ତି । କିଭଳି ଭାବରେ ରାହୁଲକୁ ଉଦ୍ଧାର କରିବେ, କିଭଳି ଭାବେ ସଫଳ ହେବ ଅପରେସନ ରାହୁଲ ତାକୁ ନେଇ ସମସ୍ତ ଉଦ୍ୟମ ଚାଲିଛି । ଗୋଟେ ପଟେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ ଚାଲି ଥିବା ବେଳେ ଅନ୍ୟ ପଟେ ଚାଲିଛି ରାହୁଲଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ।

ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲରେ ଫସିଥିଲେ ଆଉ ଆଜି ହେଉଛି ମଙ୍ଗଳବାର । ଏ ପର୍ଯ୍ୟନ୍ତ ବି ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ହେଲେ ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ ।

ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି । ଧୀରେ ଧୀରେ ନିସ୍ତେଜ ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ ।

ଏବେ ମିଡିଆ ରିପୋର୍ଟସ ଅନୁସାରେ ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ବନ୍ଧୁଗଣ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଦିନ ରାତି ଏକ କରି ସାରିଛନ୍ତି ।

ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଅନେକ ବଡ ବଡ ମେସିନ ଆଉ କ୍ୟାମେରାର ବି ବ୍ୟବହାର କରାଯାଉଛି । ତେବେ ବନ୍ଧୁଗଣ ଖନନ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଆଉ କିଛି ସମୟ ପରେ ରାହୁଲଙ୍କୁ ଉଦ୍ଧାର କରାଯିବ । ହେଲେ କେଉଁ ଭଳି ଭାବରେ ତାଙ୍କୁ ଉଦ୍ଧାର କରାଯାଉଛି ତାହା ଆପଣ ମାନେ ଏହି ଭିଡିଓରେ ଦେଖନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *