ବିଜେଡି ହାରିବା ପଛରେ କିପରି ପାଣ୍ଡିଆନଙ୍କ ବଡ଼ ହାତ ଥିଲା ? ସବୁ ଖୋଲି କହିଦେଲେ Monalisa Gantayat

ବିଜେଡିକୁ କେମିତି ଭାଙ୍ଗିଛନ୍ତି ପାଣ୍ଡିୟାନ, ଖୋଲି କହିଲେ ବିଜେଡି ନେତ୍ରୀ ମୋନାଲିସା ! ଦୀର୍ଘ 24 ବର୍ଷର ବିଜେଡି ଗଡ ଭୁଷୁଡି ପଡିଛି । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜେପି ବିଜେଡିକୁ ଶୋଚନୀୟ ଭାବେ ପରାସ୍ତ କରି ଓଡିଶାରେ ବିଜେପି ସରକାର ଗଢିଛି । ତେବେ ବିଜୁ ଜନତା ଦଳ ହାରିବା ପଛରେ ଭିକେ ପାଣ୍ଡିୟାନଙ୍କର କିଭଳି ଭୂମିକା ରହିଥିଲା । ଏ ସମ୍ପର୍କରେ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ମୋନାଲିସା ଗନ୍ତାୟତ ।

ତେବେ ତାଙ୍କ କହିବା ଅନୁଯାଇ ବିଜୁ ଜନତା ଦଳରେ ମୁଁ ମାତ୍ର 1 ବର୍ଷ ହେବ କାମ କରୁଛି । ଓଡିଶାବାସୀଙ୍କ ପାଇଁ ବିଶେଷ କରି ମହିଳା ମାନଙ୍କ ପାଇଁ କିଛି ଭଲ କରିବାକୁ ମୁଁ ବିଜେଡିରେ ସାମିଲ ହୋଇଥିଲି । ବିଜେଡିରେ ସାମିଲ ହେବା ପରେ ମୁଁ ଦଳର ସବୁ ଛୋଟ ବଡ କଥାକୁ ଭଲ ଭାବେ ଅନୁଧ୍ୟାନ କରେ । ମାନ୍ୟବର ନବୀନ ପଟ୍ଟନାୟକ ସାରଙ୍କୁ ଓଡିଶାର ସବୁ ଲୋକ ଭଲ ପାଆନ୍ତି । ତେବେ ଯଦି ନବୀନ ସାରଙ୍କ ପାଇଁ ଓଡିଶାବାସୀ ଲୋକଙ୍କ ମନରେ ଏତେ ସାରା ଭଲ ପାଇବା ରହିଥିଲା ।

ତେବେ 2024 ନିର୍ବାଚନରେ ବିଜୁ ଜନତା ଦଳ ହାରିଗଲା କିପରି ? ଏହା ପଛରେ ଏକ ପ୍ରମୁଖ କାରଣ ରହିଛି । ବିଜେଡି ପାଇଁ ଭିକେ ପାଣ୍ଡିୟାନ ସାର ବହୁତ କିଛି କରିଛନ୍ତି । କ୍ୟାଣ୍ଡିଡେଟ ବାଛିବା ଠାରୁ ଆରମ୍ଭ କରି ଇଲେକ୍ସନ ପ୍ରଚାର ଏ ସବୁ କାର୍ଯ୍ୟର ଦାୟିତ୍ଵ ପାଣ୍ଡିୟାନ ସାରଙ୍କ ହାତରେ ରହିଥିଲା । ଯଦି ଆଜି ବିଜେଡି ଜିତିଯାଇଥାନ୍ତା । ତେବେ ଆମେ ସମସ୍ତେ ପାଣ୍ଡିୟାନ ସାରଙ୍କ ପାଇଁ ତାଳି ମାରିକି ଖୁସି ହୋଇଥାନ୍ତୁ । ହେଲେ ଯେତେବେଳେ ଦଳ ହାରିଗଲା । ସେଥିପାଇଁ ତାଙ୍କୁ ଦୋଷୀ କରାଯାଇଛି ।

ଯେଉଁଥି ପାଇଁ ସେ ମଧ୍ୟ ଏଥିପାଇଁ କ୍ଷମା ମାଗିଛନ୍ତି । ହେଲେ ମୁଁ ପାଣ୍ଡିୟାନ ସାରଙ୍କୁ ପଚାରିବାକୁ ଚାହୁଁଛି । ଯଦି ଆପଣଙ୍କ ପାଖରେ ରାଜନୀତି ଅଭିଜ୍ଞାତା ନଥିଲା । ପ୍ରଥମରୁ ହିଁ ଆପଣ କଣ ପାଇଁ ଏତେ ସବୁ ସବୁ ଦାୟିତ୍ଵ ନିଜ ହାତକୁ ନେଉଥିଲେ । ଯଦି ଆପଣ ଜାଣିବାକୁ ପାଉଥିଲେ । ଯେ ଲୋକଙ୍କର ଆପଣଙ୍କ ପ୍ରତି ନେଗେଟିଭ ଚିନ୍ତାଧାରା ରହିଛି । କ୍ୟାମ୍ପନିଙ୍ଗ ଠାରୁ ଆରମ୍ଭ କରିକି ଅନ୍ୟ ସବୁ ଦାୟିତ୍ଵ ତୁଲାଇବାକୁ ଦଳର ଅନ୍ୟ ସବୁ ବଡ ବଡ ନେତାଙ୍କୁ କାହିଁକି ସୁଯୋଗ ଦେଲେ ନାହିଁ ।

ହେଲେ ଦଳ ହାରିଯିବା ପରେ ଏବେ ଆସି ସମସ୍ତଙ୍କୁ କ୍ଷମା ମାଗୁଛନ୍ତି । ପାଣ୍ଡିୟାନ ସାର ଜାଣିଶୁଣି ଏମିତି ସବୁ କାମ କରିଲେ । ଯାହା ଯୋଗୁ ଲୋକେ ଆଖି ବନ୍ଦ କରି ବିଜେପିକୁ ଭୋଟ ଦେଇ ଜିତାଇଦେଲେ । ବିଜେଡି ଯଦି ଥରେ ହାରିଗଲା ପୁଣି 5 ବର୍ଷ ପରେ କ୍ଷମତାକୁ ଆସିବ କି ନାହିଁ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି ? ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *