ବନ୍ଧୁଗଣ, କିନ୍ନର ମାନଙ୍କୁ ସମାଜରୁ ବାସନ୍ଦ କରାଯାଇଥାଏ । ଆଉ ସେମାନେ ବଞ୍ଚିବା ନିମନ୍ତେ ଅନ୍ୟର ଦୟା ର ପାତ୍ର ହୋଇଥାନ୍ତି । ନିଜେ ସେମାନେ ସମାଜରେ ମୁଣ୍ଡ ଟେକି ଚାଲିବା ପାଇଁ କିଏ କିଏ ତାଙ୍କୁ ଶାରୀରିକ ଶୋଷଣ କରନ୍ତି ତ ଔ କିଏ ଦୟା ଦେଖାନ୍ତି । ଏମାନଙ୍କ ଜୀବନ ତାଳି ମାରିବା, ନାଚିବା ଏଭଳି କି ଅନେକ କଷ୍ଟ କରି ଅତିବାହିତ କରିଥାନ୍ତି । ଆଜିକାଲି ଦୁନିଆ ଆଗକୁ ବଢିଲାଣି ସତ ବର୍ତ୍ତମାନ ସବୁ କିନ୍ନର ନିଜ ଗୋଡରେ ଛିଡା ହେବା ପାଇଁ ଅଣ୍ଟା ଭିଡିଲେଣି, ଶିକ୍ଷିତ ମଧ୍ୟ ହେଲେଣି, ରୋଜଗାର ମଧ୍ୟ କଲେଣି, କିନ୍ତୁ ସବୁଠାରୁ ଦୁଖର କଥା ହେଲା ଏମାନଙ୍କ ଜୀବନ କାହାଣୀ ।
ଏମାନଙ୍କ ଜୀବନଶୈଳୀ ଏବଂ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଝରିଯିବ ଏବଂ ଆପଣ ମଧ୍ୟ କହିବେ ଯେ ସତରେ ସେମାନେ କେତେ ମହାନ ! ଜୀବନ ଅଛି ତ ସମସ୍ୟା ଅଛି ସମସ୍ୟା ଥାଇ ସମାଧାନ ର ସୂତ୍ର କୁ ଖୋଜି ପାଇଛନ୍ତି ଏହି ତୃତୀୟଲିଙ୍ଗୀ ମଣିଷ । ସ୍ବାଭିମାନ ପରିଚୟ ଠାରୁ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ନର ଏହି ନାମ ଶୁଣିଲେ ପ୍ରଥମେ ସମସ୍ତେ ଡରି ଯାଇଥାନ୍ତି । କାରଣ ସାଧାରଣ ଜୀବନଶୈଳୀ ଠାରୁ କିନ୍ନର ଙ୍କ ଜୀବନଶୈଳୀ ବହୁତ ଅଲଗା ।
ଜଣେ କିନ୍ନର ଯେତେବେଳେ ନିଜର ଲିଙ୍ଗ ପରିବର୍ତ୍ତନ କରେ ସେତେବେଳେ ଦୀର୍ଘ ୪୦ ଦିନ ଧରି ବହୁଚାରୀ ମାତା ଙ୍କ ଚରଣ ରେ ପୂଜାର୍ଚ୍ଚନା କରିଥାଏ । ଏହି ବହୁଚାରୀ ମା ଙ୍କ ପୂଜା ରେ ରହି ବିନା ଔଷଧ ରେ କିନ୍ନର ଟିଏ ଘରେ ରହି ସୁସ୍ଥ ହୋଇଥାଏ । କିନ୍ନର ଙ୍କ ଏହି ପର୍ବ ସତରେ ବହୁତ ନିଆରା । ଆଉ ସବୁଠାରୁ ବଡ କଥା ହେଲା ଲିଙ୍ଗ ପରିବର୍ତ୍ତନ ଠାରୁ ଆରମ୍ଭ କରି ବଞ୍ଚିବା ତଥା ମୃ-ତ୍ୟୁ ପର୍ଯ୍ୟନ୍ତ ଅନେକ ସଂଘର୍ଷ କରିବାକୁ ପଡିଥାଏ ।
ଏହି ସଂଘର୍ଷ ଜୀବନ ଭିତରେ ଆସିଯାଏ ତାହାର ଶେଷ ମୂହୁର୍ତ୍ତ । ଯେତେବେଳେ ଜଣେ କିନ୍ନର ର ମୃ-ତ୍ୟୁ ହୋଇଯାଏ ସେତେବେଳେ ତାହାର ଶ-ବ କୁ ଘନ ଅନ୍ଧକାର ରାତିରେ ଶବଘାଟ କୁ ନିଆଯାଏ । ଏବଂ ତାହାର ସମସ୍ତ ବସ୍ତ୍ର କୁ ବାହାର କରାଯାଇ ତାକୁ ମାଟିରେ ପୋତିଦିଆଯାଇଥାଏ । କାରଣ ସେହି ଶ-ବ କୁ ଯଦି କିଏ ଦେଖିବ ତେବେ ସେ ଆର ଜନ୍ମ ରେ କିନ୍ନର ହୋଇଯିବ ବୋଲି କୁହାଯାଏ । ଏଣୁ କିନ୍ନର ଙ୍କ ଶବ କୁ ରାତିରେ ହିଁ ଶ-ବଘାଟ କୁ ନିଆଯାଏ ।
ଏହିଭଳି ପରମ୍ପରା ରହିଅଛି, ଆଉ ଏକ କଥା ହେଲା ଯେ କିନ୍ନର ଙ୍କ ମୃ-ତ୍ୟୁ ପରେ ତାହାର ସାଥି କିନ୍ନର ମାନେ ମାଡ ମାରିଥାନ୍ତି । ଏହାର କାରଣ ହେଲା ଯଦି ସେ ଜୀବନରେ ପାପ କାମ କରିଥିବ ତେବେ ସେ ସବୁ ପାପ ଧୋଇଯିବ । ଏହା ସହିତ ଗୋଟିଏ କିନ୍ନର ର ମୃ-ତ୍ୟୁ ହେଲେ ତାହାର ଲିଙ୍ଗ କୁ ମଧ୍ୟ କାଟିଦିଆଯାଇଥାଏ । କାରଣ ସେ ପରବର୍ତ୍ତୀ ଜନ୍ମ ରେ ଗୋଟିଏ ସଂପୂର୍ଣ୍ଣ ମଣିଷ ଅଥବା ଗୋଟିଏ ନାରୀ ଭାବରେ ଜନ୍ମ ଗ୍ରହଣ କରିବ ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ