ନମସ୍କାର ବନ୍ଧୁଗଣ ତେବେ ପଶ୍ଚିମବଙ୍ଗ ଚବିଶପର୍ଗଣାର ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡା ଜମ୍ବୁ ମେରାଇନ୍ ଥାନା ରାମନଗର ଗାଁର ବିଶ୍ୱନାଥ ମଣ୍ଡଳଙ୍କ ପୁଅ ମେଘନାଦ ମଣ୍ଡଳଙ୍କର ରଙ୍ଗ ନମ୍ବରରେ ହେଲା ପ୍ରେମ । ମାତ୍ର ୧୫ ଦିନରେ ମୋବାଇଲ ରଙ୍ଗ ନମ୍ବରରୁ ଆରମ୍ଭ ହୋଇଗଲା ପ୍ରେମ ସମ୍ପର୍କ । ପରେ କଥାବାର୍ତ୍ତା ବଢ଼ିବା ପରେ ଉଭୟ ଉଭୟଙ୍କୁ ସୁନ୍ଦର ସୁନ୍ଦର ଫଟୋ ପଠାଇବା ସହିତ ବିବାହ କରିବାକୁ ଦେଲେ ପ୍ରତିଶୃତି ।
ଆଲୋକ କୁମାର ମିସ୍ତ୍ରୀ ଓ ଚ୍ଛଦ୍ମବେଶୀ ଝିଅ ମେଘନା ମଣ୍ଡଳ ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ୨୪ ତାରିଖ ଦିନ ମେଘନା ଘରୁ ପଳାଇ ଆସି ଚଣ୍ଡିଖୋଲରେ ପହଁଚିଥିଲେ । ଏପଟେ ଆଲୋକ ବି ପ୍ରେମରେ ଏତେ ଉବୁଟୁବୁ ହୋଇଯାଇଛନ୍ତି ଯେ ପଶ୍ଚିମବଙ୍ଗରୁ ଧାଇଁ ଆସି ଚଣ୍ଡିଖୋଲରେ ପହଁଚି ମେଘନାକୁ ଅପେକ୍ଷା କରିଥିଲା । ପରେ ଉଭୟ କଥାବାର୍ତ୍ତା ହେଲେ ଘରୁ ତ ପଳିଆସିଲେ ଏବେ ରହିବେ କେଉଁଠି ।
ଆଲୋଚନା କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଥାନା ଅଂଚଳର ଆଲୋକଙ୍କ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବାର ବ୍ୟବସ୍ଥା କରି ୨୫ ତାରିଖ ରାତିରେ କଶିଆରେ ପହଁଚିଥିଲେ ଉଭୟ । ତେବେ କନିଆଁ ଦେଖିବାକୁ ଆସିଥିବା ଗାଁର ସ୍ତ୍ରୀ ଲୋକଙ୍କ ମଧ୍ୟରୁ ସବିତା ମଣ୍ଡଳ ନାମକ ଜଣେ ବୃଦ୍ଧା ମେଘନାକୁ ଚିହ୍ନିବା ପରେ ଗାଁରେ କହିଥିଲା କି ସେ ଝିଅ ନୁହେଁ ସେ ପୁଅ । ସେ ମୋର ଭଣଜା ।
ପରେ ସବିତା ମେଘନା ପରିବାରର ଲୋକଙ୍କୁ ମଧ୍ୟ ଡକାଇ ପଠାଇଥିଲେ । ମେଘନା କାନରେ ଏକଥା ବାଜିବା ପରେ କଥାକୁ ଘୋଡାଇବାକୁ ଚେଷ୍ଟା କରିଥିଲା ମେଘନା । କଥାବାର୍ତ୍ତା ଚାଲିଚଳନ ସବୁ ଝିଅ ପରି କରୁଥାଏ । ଏପରିକି ଝିଅଙ୍କ ସମସ୍ତ ବସ୍ତ୍ର ମଧ୍ୟ ପିନ୍ଧିଥିଲା । କିନ୍ତୁ ଏତେ ବଡ ଧୋକାରେ ରଖି ଗାଁ ଲୋକଙ୍କ ଇମୋସନ୍ ସହ ଖେଳିଥିବା ମେଘନାକୁ ଗାଁଲୋକମାନେ ମାଡ ମାରିବା ସହ ସେ ପିନ୍ଧିଥିବା ପୋଷାକ ଖୋଲିଦେଲେ । ଆଉ ସତକୁ ସତ ସେ ମେଘନା ନଥିଲା ଥିଲା ମେଘନାଦ ।
ତେବେ ବର୍ତ୍ତମାନ ଜଣେ କିନ୍ନର ନିଜ ମୁହଁ ଖୋଲି କହିଛନ୍ତି କି ପଇସା କମେଇବା ର ଅନେକ ରାସ୍ତା ରହିଛି ମୁଁ ନିଜେ ପାର୍ଲର ରେ କାମ କରୁଛି ଏହି ଭଳି କିନ୍ନର ବେଶ ହୋଇ ତାଳି ମାରି ପଇସା କମେଇବା କଣ ଆବଶ୍ୟକ । ଏହା ସହ ସେ କହିଛନ୍ତି କି ପ୍ରେମ ତ କେଉଁଠି ଆଉ କେତେବେଳେ ବି ହୋଇପାରେ ।
ଆଜିକାଲି ପୁଅ ପୁଅ କୁ ଝିଅ ଝିଅ କୁ ମଧ୍ୟ ଭଲ ପାଉଛି ତେବେ ଭଲ ପାଇଵା କିଛି ଖରାପ ଜିନିଷ ନୁହେଁ କିନ୍ତୁ ଧୋକାରେ ରଖି ବାହା ହେବା ବହୁତ ବଡ଼ ଭୁଲ ତେଣୁ ଏହିପରି କରିବା ଉଚିତ ନୁହେଁ । ତେଣୁ ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।