ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି । ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ । ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ ।
ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ଆପଣମାନେ ତ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ରାଉତରାୟଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସୁର ରାଉତରାୟ ଜଣେ ବହୁତ ମଜାଳିଆ ଲୋକ ।
ରୋକଠୋକ କଥା ପ୍ରାୟତଃ ସମୟରେ ସେ ଚର୍ଚ୍ଚାର ଶୀର୍ଷରେ ଥାଆନ୍ତି । ଆଉ ସୋସିଆଲ ମିଡ଼ିଆରେ ତାଙ୍କ ଭିଡିଓ ଘୂରି ବୁଲିବା କିଛି ନୂଆ ଘଟଣା ନୁହଁ । ତେବେ ପ୍ରାୟ ସବୁ ଘଟଣା ଉପରେ ସୁର ରାଉତରାୟ ନିଜର ନିର୍ଭିକ ମତ ଦେଇଥାନ୍ତି । ଆଉ ଅସୁବିଧା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ବିଶ୍ଵାସ ଓ ଭରସା କରନ୍ତି ।
ବହୁ ଲୋକ ତାଙ୍କୁ ନିଜର ଦୁଃଖ ଜଣାନ୍ତି । ତେବେ ବର୍ତ୍ତମାନ ସମୟରେ ସୁର ରାଉତରାୟଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆର ଭାଇରାଲ ହେଉଛି । ଏହି କଳିଙ୍ଗ ଷ୍ଟାଡିୟମରେ ବିଧାୟକ ସୁର ରାଉତରାୟଙ୍କୁ ଅପମାନ । ଭୁବନେଶ୍ୱରରେ ଆୟୋଜିତ U-17 ଫୁଟବଲ ବିଶ୍ୱକପ ଦେଖିବାକୁ ଯାଇଥିବା ବେଳେ ସୁରଙ୍କୁ ଅପମାନ ହୋଇଛି । ସରକାରୀ ପାସ୍ ପାଇଥିବା ସତ୍ତ୍ୱେ ସୁରଙ୍କୁ ଷ୍ଟାଡିୟମରେ ପୂରାଇ ଦେଲେନି ।
ଜଣେ ବିଦେଶୀ ସୁରକ୍ଷାକର୍ମୀ ସୁରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ପାସ୍ରେ ପଶି ହେବନି ବୋଲି ସୁରକ୍ଷା କର୍ମୀ ରୋକଠୋକ୍ ମନାକରିଦେଇଥିଲେ । ଏମିତିକି ତାଙ୍କ ବାହୁ ଭିଡ଼ି ବାହାର କରିଦେଇଥିବା ସୁର ଅଭିଯୋଗ କରିଛନ୍ତି । ତେବେ ଆଥଲେଟିକ ଆସୋସିଏସନ ସଭାପତି ଭାବେ ପାସ୍ ପାଇଥିଲେ ସୁର । ଏଭଳି ଘଟଣା ପାଇଁ ସରକାରକୁ ଦୋଷାରୋପ କରିଛନ୍ତି ବିଧାୟକ ସୁର ରାଉତରାୟ । ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି ସେ କହିଛନ୍ତି ।
ତେବେ ଏନେଇ ସୁର ଅଭିଯୋଗ କରିଛନ୍ତି ଯେ ‘ମୋତେ ମ୍ୟାଚ୍ ଦେଖିବା ପାଇଁ ପାସ୍ ମିଳିଥିଲା । ହେଲେ ଭିତରକୁ ଯିବା ସମୟରେ ଜଣେ ବିଦେଶୀ ସୁରକ୍ଷାକର୍ମୀ ବାହାର କରିଦେଥିଲା । କେବଳ ସେତିକି ନୁହେଁ, ମୋ ବାହୁକୁ ଭିଡ଼ି ବାହାର କରିଦେଲା । କେବଳ ଓଡ଼ିଶାର ସମ୍ମାନ ରକ୍ଷା ପାଇଁ ମୁଁ ଚୁପ୍ ରହିଲି । ମୁଁ ଜଣେ ଫୁଟବଲ ଖେଳାଳି । ଖେଳ ଦେଖିବା ପାଇଁ ସରକାରଙ୍କ ତରଫରୁ ପାସ୍ ମିଳିଥିଲା, ଏହାକୁ ସେମାନେ ମନା କରି ଦେଇଥିଲେ । ‘
ତେବେ ସୁର ରାଉତରାୟ ଗଣମାଧ୍ୟମକୁ କହିଛନ୍ତି, ମୋତେ ବହୁ ମାତ୍ରାରେ ଅପମାନିତ କରାଯାଇଛି । ନବୀନ ବାବୁ ଷ୍ଟାଡିୟମ୍ ପାଇଁ ତୁମର କିଛି ଦାନ ନାହିଁ । ତୁମେ କେବଳ ଆଧୁନିକୀ କରଣ କରିଛ ଓ ଖେଳ କରାଉଛ । କଳିଙ୍ଗ ଷ୍ଟାଡିୟମ୍କୁ କରିଛୁ ଆମେ । ତୁମେ(ନବୀନ) ବାଦ୍ସାହା ଭଳିଆ ଭିତରକୁ ଯିବ ।
ଆଉ ଆମକୁ ଗୋଟିଏ ପାସ୍ ଦେଇ ଗେଟ୍ ପାଖରୁ ଫେରାଇଦେବ? ଘୋର ଲଜ୍ଜ୍ୟା । ଏଠି ସବୁ ଅଭଦ୍ର । ଏ ସରକାର ଅଭଦ୍ର । ଏ ମ୍ୟାନେଜମେଣ୍ଟ ଅଭଦ୍ର । ଏହି ପାସ୍ କାହିଁକି ଦେଉଥିଲ? ଏହାର କିଛି ମୂଲ୍ୟ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।