ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବପି ଯିବା ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି କାରଣ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଆଉ ଏବେ ବଲିଉଡ ଆଉ ଏକ ସିଙ୍ଗରକୁ ହରାଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।
ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । ବନ୍ଧୁଗଣ ବପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି ।ବନ୍ଧୁଗଣ ସଙ୍ଗୀତ ବ୍ଯତୀତ ଯଦି ବାପି ଲେହେରି ଅନ୍ୟ କୌଣସି କାରଣକୁ ନେଇ ପରିଚିତ ଥିଲେ ତାହା ହେଉଛି ସୁନା ପ୍ରେମ ।
ପୁଳା ପୁଳା ସୁନା ପିନ୍ଧୁ ଥିବା ବାପି ଦା ସୁନାକୁ ଲକି ବୋଲି ମନେ କରୁଥିଲେ । ତାଙ୍କର ସମସ୍ତ ଗୀତ ସୁପର ହିଟ ହେବା ପଛରେ ସୁନା ବୋଲି ସେ ଭାବୁଥିଲେ । ଏବେ ବାପି ଦାଙ୍କ ଯିବା ପରେ ଏତେ ସୁନା କାହାକୁ ମିଳିବ ତାକୁ ନେଇ ପ୍ରଶ୍ନ ଉଠୁଛି । ସୂଚନା ଅନୁସାରେ ନିଜର ଗଚ୍ଛିତ ସୁନାକୁ ବାପି ଦା ନିଜ ଦାୟିତ୍ଵରେ ରଖୁଥିଲେ । ସୁନା ସହିତ ତାଙ୍କର ଏକ ଭିନ୍ନ ନିବିଡତା ରହୁଥିଲା ।
ତାଙ୍କ କହିବା ମୁତାବକ ସୁନା କେବଳ ଏକ ଅଳଙ୍କାର ନଥିଲା ତାଙ୍କ ପାଇଁ ଏକ ସିଗନେଚର ଲୁକ୍ ହୋଇସାରିଥିଲା । ସୁନାକୁ ନେଇ ନିଜର ଏକ ଆଇକନିକ ଲୁକ୍ ସୃଷ୍ଟି କରିଥିବାରୁ ସେ ବହୁତ ଖୁସି ଥିଲେ । ସୁନା ସହିତ ବାପିଙ୍କର ଥିଲା ଆଧ୍ୟାତ୍ମିକ ସମ୍ପର୍କ । କିନ୍ତୁ ସେ ତାଙ୍କ ଅଳଙ୍କାରକୁ କାହାକୁ ମଧ୍ୟ ଛୁଇଁବା ପାଇଁ ଦେଉ ନଥିଲେ ।
ଖବର ଅନୁସାରେ ବାପି ଦା ଏତେ ବର୍ଷରେ ସୁନା ଚେନ, ମୁଦି, ଭେସ୍ଳେଟ, ପ୍ରଭୁ ଗଣେଶଙ୍କ ମୂର୍ତ୍ତି , ହୀରା ଭେସ୍ଳେଟ, ଗୋଲ୍ଡ ଫ୍ରେମ୍ସ ଓ ଗୋଲ୍ଡ ବଫିକ୍ସ ଏକାଠି କରିଥିଲେ ଯାହା ଏବେ ତାଙ୍କ ପରିବାର ଦାୟିତ୍ଵରେ ରହିଛି । ବାପିଙ୍କ ଜଣେ ସମ୍ପର୍କୀୟଙ୍କ କହିବା ମୁତାବକ, ଏବେ ତାଙ୍କ ପୁଅ ବପା ଓ ତାଙ୍କ ଝିଅ ରିନା ଏବେ ତାଙ୍କ ସମସ୍ତ ସୁନାର ଦାୟିତ୍ଵ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।