କିଏ ଓ କାହିଁକି ଭାଙ୍ଗିଦେଲେ Cuttack କୁମ୍ଭାର ସାହିରେ କିଛି ଦିନ ତଳେ ଗଢା ଯାଇଥିବା Actor Mihir Das ଙ୍କ ପ୍ରତିମା…

ବନ୍ଧୁଗଣ, ଓଲିଉଡ ର ତାରକା ଅଭିନେତା ମିହିର ଦାସ ଙ୍କ ପରଲୋକ ପରେ ତାଙ୍କ ସ୍ମୃତି କୁ ତାଜା କରିବା ନିମନ୍ତେ କଟକ କୁମ୍ଭାର ସାହି ର ଶିଳ୍ପୀ ମାନେ ମାଟିରେ ମିହିର ଦାସ ଙ୍କର ଏକ ପ୍ରତିମୂର୍ତ୍ତି ଗଢିଥିଲେ । ପ୍ରାୟ ୭ ଫୁଟ ଉଚ୍ଚର ମୂର୍ତ୍ତି ଦେଖିଲେ ଲାଗୁଥିଲା ସତେ ଯେମିତି ମିହିର ଙ୍କର ଜୀବନ୍ତ ପ୍ରତିମା । ଅନେକ କଳାକାର, ପ୍ରଶଂସକ ଏବଂ ରାଜନେତା ଏହି ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଫିଲ୍ମ କଳାକାର ହୁଅନ୍ତୁ କି ରାଜନେତା ସମସ୍ତେ ପ୍ରତିଶୃତି ଦେଇଥିଲେ ମିହିର ଙ୍କର ସ୍ମୃତି ଉଦ୍ଧେଶ୍ୟରେ ଏହି ମୂର୍ତ୍ତି କୁ ସ୍ଵତନ୍ତ୍ର ଉପାୟରେ ସାଇତି ରଖାଯିବ ।

ମାତ୍ର ପରେ ସମସ୍ତେ ଭୁଲିଗଲେ । କେହି ଆଉ ମୂର୍ତ୍ତି ନେବାକୁ ଆସିଲେ ନାହିଁ । ପ୍ରଶାସନ ଚାହିଁଥିଲେ ଏହି ମୂର୍ତ୍ତି କୁ ହୁଏତ ସାଇତି ରଖାଯାଇ ପାରିଥାନ୍ତା ତଥା କଳାକାର ମାନେ ଚାହିଁଥିଲେ ଏହାକୁ କେଉଁଠି ସ୍ଥାନିତ କରିପାରିଥାନ୍ତେ । ମାତ୍ର ବାରମ୍ବାର ଶିଳ୍ପୀ ମାନେ ମନେ ପକାଇବା ସହିତ ମଧ୍ୟ କେହି ଏହାକୁ ନେଲେ ନାହିଁ କିମ୍ବା କେଉଁଠାରେ ସ୍ଥାନିତ କରିଲେ ନାହିଁ । ଅପେକ୍ଷା କରି କରି ଶେଷରେ ହତାସ ଶିଳ୍ପୀ ମନେ ନିଜେ ଗଢିଥିବା ମୂର୍ତ୍ତି କୁ ନିଜ ହାତରେ ମାଟିରେ ମିଶାଇ ଦେଲେ ।

ଏ ହେଉଛି ପରଲୋକଗତ ଜଣେ ବିଶିଷ୍ଟ କଳାକାର ଙ୍କ ପ୍ରତି ସନ୍ନମାନ ର ନମୁନା । ମାତ୍ର ଆନ୍ତରିକତାର ଅଭାବ କାରଣରୁ ମାଟିର ମିହିର ପୁଣି ଥରେ ମାଟିରେ ମିଶିଗଲେ । ଗତ ଜାନୁଆରୀ ୧୧ ତାରିଖରେ ମିହିର ଦାସ ଙ୍କର ଦେହାନ୍ତ ହୋଇଥିଲା । ଫେବ୍ରୁଆରି ରେ ମିହିର ଙ୍କର ଜୟନ୍ତୀ ଉପଲକ୍ଷେ ଶିଳ୍ପୀ କୁମ୍ଭାର ସାହି ର ଶିଳ୍ପୀ ମନେ ଏକ ନିଆରା ଢଙ୍ଗ ରେ ତାଙ୍କୁ ସନ୍ନମାନ ଜଣାଇଥିଲେ ।

ସମୁଦାୟ ୧୫ ଜଣ କାରିଗର ଙ୍କୁ ନେଇ ନିର୍ମିତ ହୋଇଥିଲା ସ୍ଵର୍ଗତ ମିହିର ଦାସ ଙ୍କର ୭ ଫୁଟ ର ମାଟିର ପ୍ରତିମୂର୍ତ୍ତି । ଏତେବଡ ମୂର୍ତ୍ତି ରଖିବାକୁ ଜାଗାର ଅଭାବ ରହିବା ଯୋଗୁଁ ଶିଳ୍ପୀ ମାନେ ହାତଗଢା ମାଟିର ମିହିର ଙ୍କୁ ପୁଣି ମାଟୁଇରେ ମିଶେଇବାକୁ ବାଧ୍ୟ ହୋଇଥିଲେ । ଏ ନେଇ ଓଡିଶା ମୁର୍ମ୍ମୟ ମୂର୍ତ୍ତି ସଂଘ ର ସମ୍ପାଦକ କୈଳାସ ଚନ୍ଦ୍ର ରଣା କହିଛନ୍ତି ଯେ ମୂର୍ତ୍ତି ତିଆରି କରିବା ଆମ୍ଭ କାମ ।

ଏଣୁ ବହୁତ ଶ୍ରଦ୍ଧା ରେ ମିହିର ଙ୍କ ମୂର୍ତ୍ତି ତିଆରି କରିଥିଲୁ କିନ୍ତୁ ଏହାକୁ କେହି ନେଲେ ନାହିଁ । ଅନେକ କଳାକାର ଆସିଲେ ଏବଂ ପ୍ରତିଶୃତି ଦେଲେ ଏହାକୁ ଆମ୍ଭେ ଏଭଳି ରଖିବୁ ଜେଭଳି ଦେଖିଲେ ଲାଗିବ ଯେ ସ୍ଵର୍ଗତ ମିହିର ଦାସ ଆମ୍ଭ ଗହଣରେ ଉପସ୍ଥିତ ଅଛନ୍ତି । ମାତ୍ର ଦୀର୍ଘ ଦିନ ଧରି ଆମ୍ଭେ ମୂର୍ତ୍ତି କୁ ଘୋଡାଇ ରଖିଥିଲୁ ଅନେକ ଥର କହିବା ସତ୍ବେ କେହି ଆସିଲେ ନାହିଁ  । ଶେଷରେ ବାଧ୍ୟ ହୋଇ ଭାଙ୍ଗିଦେଲୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *