ଭାଙ୍ଗିଦେଲେ ଶ୍ରୀ ମନ୍ଦିରର 40 ରୁ ଅଧିକ ରୋଷ ଚୁଲି, ଦେଖନ୍ତୁ କିଏ ଓ କାହିଁକି ଭାଙ୍ଗି ଦେଲେ ଏହି ଚୁଲି…

ନମସ୍କାର ବନ୍ଧୁଗଣ । ଆମ ଓଡିଆ ଜାତିର ସବୁଠାରୁ ପୁରାତନ ମନ୍ଦିର ହେଉଛି ପୁରୀ ଶ୍ରୀକ୍ଷେତ୍ର । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତି ଦିନ ରୀତି ନୀତି ଅନୁସାରେ ପୁଜା ଆରାଧନା କରାଯାଏ । ତେବେ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ଯେ ପୁରୀ ମନ୍ଦିର ର ରୋଷେଇ ଶାଳା ରେ ଭଙ୍ଗା ରୁଜା ହୋଇଛି । ଏହା ସହ ରୋଷ ଘରେ ୪୦ରୁ ଉର୍ଦ୍ଧ ଚୁଲା ଭଙ୍ଗା ରୁଜା ହେବାର ଖବର ଆସିଛି । ତେବେ କିଏ ଓ କାହିଁକି ରୋଷ ଘର ଚୁଲା ଭାଙ୍ଗିଲା ତାହା ସ୍ପଷ୍ଟ ହୋଇ ନାହି ।

ଯେଉଁ ଠାରେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଅଭଡା ପ୍ରତି ଦିନ ନୀତି ନିୟମ ଅନୁଯାୟୀ ରନ୍ଧା ଯାଇଥାଏ ଆଜି ସେଠାରେ ଏଭଳି ଭଙ୍ଗା ରୁଜା କେଉଁ କାରଣ ହୋଇଛି ତାହା ଏବ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ପ୍ରକୃତରେ କହିବାକୁ ଗଲେ ଏହା ସବୁଠାରୁ ବଡ ଦୁଖ ଦାୟକ ଖବର । ଶ୍ରୀ ମନ୍ଦିର ର ରୋଷେଇ ଶାଳା ରେ ଅର୍ଣ୍ଣ, ଡାଲି, ବେସର, ଶାଗ, ମୁଗ ଠାରୁ ଆରମ୍ଭ କରି ନାନା ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ।

ଯାହା ପୁରତାନ କାଳ ରୁ ହୋଇ ଆସୁଛି । ରୋଷ ଘର କୁ ବିଳମ୍ବିତ ରାତି ରେ ଭାଙ୍ଗି ଦିଆ ଯାଇଛି ଯାହା ସୂତ୍ର ରୁ ଜଣା ପଡିଛି । ଏମିତି ବି ମାନ୍ୟତା ରହିଛି ମହାପ୍ରଭୁ ଙ୍କ ପାଖରେ ଭୋଗ ଲାଗିବା ପରେ ଅର୍ଣ୍ଣ ଅନ୍ୟ ମାନଙ୍କୁ ଦିଆ ଯାଇଥାଏ । ଏଭଳି ଅଭିଯୋଗ ଆସିଛି ତାହା ଉପରେ ଏବ ସମସ୍ତଙ୍କର ନଜର ରହିଛି । ଏହା ବ୍ଯତୀତ ଶ୍ରୀ ମନ୍ଦିର ର ସୁରକ୍ଷା ଉପରେ ଏକେ ବଡ ପ୍ରଶ୍ନ ଉଠୁଛି ।

ଏ ନେଇ ପୁରୀ ମନ୍ଦିର ର ସେବାୟତ ଜଣକ କହିଛନ୍ତି ବୋଧ ହୁଏ ଏମିତି କିଛି ହୋଇ ନାହି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ରୋଷେଇ ଶାଳ ରେ ଚୁଲା ଭାଙ୍ଗିବାର ଯେଉଁ ଅଭିଯୋଗ ଆସିଛି ତାହା କିଏ ଓ କାହିଁକି କରିଛି ଏବଂ ଏହା ପଛରେ ସତ୍ୟତା କଣ ରହିଛି ତାହା ହୁଏ ତ ତଦନ୍ତ ହେବ ପରେ ଜଣ ପଡିବ ।

ତେବେ ସେ ଯାହା ବି ହେଉ ଏପରି ଶ୍ରୀ ମନ୍ଦିର ରେ ଘଟିବା ମହାପ୍ରଭୁ ଙ୍କ ପ୍ରତି ଅପମାନ ବୋଲି କହିଲେ କିଛି ଭୁଲ ହେବ ନାହି । ଏହି ଘଟଣା ବାବଦରେ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ଏହାର ତଦନ୍ତ କରିବା ନିହାତି ଜରୁରୀ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *