କିଏ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ? New chief minister face । 2024

ବଢୁଛି ସସପେନ୍ସ ! କିଏ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ? ତେବେ 2024 ନିର୍ବାଚନର ଫଳାଫଳ ବାହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଚଳିତ ବର୍ଷ ବହୁମତ ମିଳିଛି । ତେଣୁ ଓଡିଶାରେ ଏଥର ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ଓଡିଶାରେ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚା ଲାଗି ରହିଛି ? ତେବେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ସମୟ ଓ ତାରିଖ ଧାର୍ଯ୍ୟ ହୋଇଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ନାମ ବିଜେପି ପକ୍ଷରୁ ଘୋଷଣା କରାଯାଇ ନାହିଁ ।

ତେବେ ଯାହା ଉପରେ ବର୍ତ୍ତମାନ ସାରା ଓଡିଶାବାସୀନର ନଜର ରହିଛି । ତେବେ ଅପର ପକ୍ଷରେ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ପଦ ପାଇବେ ତାହା ଜଡିତ ସ୍ପଷ୍ଠ ବର୍ତ୍ତମାନ ସମୟରେ ହୋଇନାହିଁ । ତେବେ ମୁଖ୍ୟମନ୍ତ୍ରୀ ହେବା ରେସରେ ବର୍ତ୍ତମାନ ଅନେକ ଜଣ ଅଛନ୍ତି । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ହେବାର ଯେଉଁ ଚର୍ଚା ଲାଗି ରହିଥିଲା । ସେଥିରେ ବିରାମ ଲାଗିଛି । କାରଣ ଗତକାଲି କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଶପଥ ନେଇଛନ୍ତି ।

ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ପକ୍ଷରୁ ପରଜ୍ଯବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ବିଧାୟକ ଦଳ ନେତା ବାଛିବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ଵ ମିଳିଛି । କେନ୍ଦ୍ରମନ୍ତ୍ରୀ ରଜନାଥ ସିଂ ଏବଂ ଭୁପିନ୍ଦର ଯାଦବଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏକ ବଡ ଗୁରୁ ଦାୟିତ୍ଵ ବର୍ତ୍ତମାନ ସମୟରେ ମିଳିଛି । କାହାକୁ ନେତା ବାଛିବ ବିଜେପି ବିଧାୟକ ଦଳ ? ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଓଡିଶାର ଅନେକ ନାମ ଚର୍ଚାରେ ଯଦିଓ ବର୍ତ୍ତମାନ ସମୟରେ ରହିଛି ।

ହେଲେ ସେଥିମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚୟନ କରିବାକୁ 2 କେନ୍ଦ୍ରମନ୍ତ୍ରୀଙ୍କୁ ବର୍ତ୍ତମାନ ସମୟରେ ଦାୟିତ୍ଵ ମିଳିଛି ବୋଲି ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବଙ୍କୁ ଏହି ଦାୟିତ୍ଵ ମିଳିଛି । ତେବେ ଏହି 2 କେନ୍ଦ୍ର ନେତା ଓଡିଶାକୁ ଆସିବା ପରେ ଓଡିଶାରେ ଏକ ବଡ ବୈଠକ ବସିବା ପାଇଁ ଯାଉଛି । ଯାହାପରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଆଗାମୀ ସମୟରେ ନିଆଜିବା ପାଇଁ ଯାଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *