କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ? ଆଉ ଆପଣଙ୍କ ମତ…?

ନମସ୍କାର ବନ୍ଧୁଗଣ ତେବେ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଯଶୱନ୍ତ ସିହ୍ନା । ଜୁଲାଇ ୧୮ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟସଭା ମହାସଚିବଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସମେତ ବିରୋଧୀ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିଥିଲେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଯୁଦ୍ଧ ମଇଦାନ ତୟାର ।


ନୋମିନେସନ ଶେଷ ହୋଇଥିବା ବେଳେ କାହାର କେତେ ସଂଖ୍ୟା ତାହା ସ୍ପଷ୍ଟ ହୋଇସାରିଛି । ତେବେ ରାଷ୍ଟ୍ରପତି ଭୋଟ୍ ପାଇଁ ୪ ହଜାର ୮୯୬ ଜଣଙ୍କ ମୋଟ୍ ଭୋଟର ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ । ସେଥିମଧ୍ୟରୁ ଏନଡିଏ ପାଖରେ ଥିବା ଭୋଟର ମୂଲ୍ୟ ୪୮.୯ ପ୍ରତିଶତ ଅର୍ଥାତ୍ ୫ ଲକ୍ଷ ୨୫ ହଜାର ୭୦୬ । ତେଣୁ  ବିଜୟ ପାଇଁ ଦ୍ରୌପଦୀଙ୍କୁ ଆବଶ୍ୟକ ମାତ୍ର ୨ ଦଶମିକ ୨ ପ୍ରତିଶତ ଅର୍ଥାତ୍୧୭ ହଜାର ୫୧୦ ମୂଲ୍ୟର ଭୋଟ୍ ଦରକାର ।

ବିଜେଡିର ଭୋଟ୍ ପ୍ରତିଶତ ହେଉଛି ୨.୯ ପ୍ରତିଶତ । ଅର୍ଥାତ୍ ୩୧,୬୮୬ । ବିଜେଡିର ସମର୍ଥନ ପରେ ଦ୍ରୌପଦୀ ରାଇସେନା ରେସ୍ ୱିନର ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ସେପଟେ ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ପାଖରେ କିନ୍ତୁ ସଂଖ୍ୟାବଳ ବେଶ ଦୁର୍ବଳ । ୟୁପିଏ ପାଖରେ ୨୧.୯% ଭୋଟ୍ ରହିଛି ଯାହାର ମୂଲ୍ୟ ୨.୫୯ ଲକ୍ଷ । ମମତା, ଆପ୍ ପରି ଦଳର ଭୋଟ୍ ପ୍ରତିଶତ ରହିଛି ୧୯.୭ ପ୍ରତିଶତ ଯାହାର ମୂଲ୍ୟ ପାଖାପାଖି ଦୁଇ ଲକ୍ଷ । ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ଆହୁରି ସମର୍ଥନ ଆବଶ୍ୟକ ପଡୁଛି ।


ତେବେ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ପଦରେ ବସାଇବା ଏକ ବଡ ନିଷ୍ପତ୍ତି । ଦ୍ରୌପଦୀଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରି ରାଇରଙ୍ଗପୁରରୁ ରାଇସିନା ହିଲ୍ ପଠାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଜନୈତିକ ନିଷ୍ପତ୍ତି ବୋଲି ରାଜନୈତିକ ବିଶ୍ଳେଷକ ମାନେ ମତ ବ୍ୟକ୍ତ କରିଛନ୍ତି । ଦ୍ରୌପଦୀଙ୍କ ବାଲ୍ୟକାଳ ଗରିବୀ, ଅଭାବ ଅନାଟନ ମାତ୍ର ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ବାସର ନିଚ୍ଛକ ପ୍ରତିଛବି ।

ସାଧାରଣ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ମାଧ୍ୟମରେ ଦେଶର ଗରୀବ ଓ ମହିଳାଙ୍କ ବିଶ୍ବାସ ଜିତିବା ପାଇଁ ଯୋଜନାବଦ୍ଧ ରଣନୀତିର ଅଂଶବିଶେଷ ବୋଲି ଆକଳନ କରାଯାଉଛି । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରି ମୋଦି ଏକ ବଡ ସାମାଜିକ ବାର୍ତ୍ତା ମାଧ୍ୟମରେ ନିଜର ରାଜନୈତିକ ବ୍ୟକ୍ତିତ୍ୱକୁ ବଡ କରିବା ପାଇଁ ପ୍ରୟାସ କରିଛନ୍ତି । ତେବେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତାହାକୁ ନେଇ ସମସ୍ତେ ଚିନ୍ତିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *