Kidney ଫେଲ୍ୟୁୟରକୁ ରୋକିବେ କିପରି ? Dr Sukanta Kumar Padhy

ଆମ ଶରୀର ଦୁଇଟି କିଡନି ଥାଏ । ଆମେ ଯାହା ବି ଖାଇଥାଉ ତାହା ହଜମ ହେବା ପରେ ସେଥିରୁ ଯାହା ବି ଦରକାରୀ ଜିନିଷ ହୋଇଥାଏ ସେ ଗୁଡିକ ଆମ ଶରୀରରେ ରହିଯାଏ ଓ ଅଦରକାରୀ ଜିନିଷ ଗୁଡିକ କିଡନିକୁ ଚାଲିଯାଏ । କିଡନି ଭିତରେ ତାହା ଫିଲଟର ହୁଏ ଓ ସେଠି ଯାହା ବି ଦରକାର ଆମ ଶରୀର ଭିତରେ ରହିଯାଏ, ଅନ୍ୟ ଖାଦ୍ୟ ପଦାର୍ଥ ଓ ପାଣି ଅଛି ତାହା ବ୍ଳାଡରରେ ଆସି ଶରୀର ବାହାରକୁ ବାହାରିଯାଏ ।

ଅର୍ଥାତ କହିବାକୁ ଗଲେ କିଡନି ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁ ଓ ଆମେ ପିଇଥିବା ଅତ୍ୟଧିକ ପାଣିକୁ ପରିସ୍ରା ଦେଇ ଆମ ଶରୀରକୁ ବାହାର କରି ଦିଏ । କିଡନି ଆମ ଶରୀରରେ ଆହୁରି ବହୁତ ପ୍ରକାରର କାମ କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା କିଡନି ଫେଲ କାହିଁକି ହୋଇଯାଏ ? କହିଦେଉଛୁ କି ଯଦି ଅଧିକ ଡାଏବେଟିସ ହୋଇଯାଏ ତେବେ ରକ୍ତରେ ସୁଗାର ବଢିଯାଏ, ଯେଉଁ କାରଣରୁ ବାରମ୍ବାର ଇନଫେକସନ ହୋଇ ତାହା ଆମର କିଡନିକୁ ଡ୍ୟାମେଜ କରେ ।

ବୟସ ବଢିବା ସହ କିଡନିର କାର୍ଯ୍ୟ କ୍ଷମତା କମିଯାଏ ଓ ଯଦି ବୟସ୍କ ଲୋକମାନଙ୍କୁ ବ୍ଲଡ଼ ପ୍ରେସର ରୋଗ ଅଛି ତେବେ ସେହି ସମୟରେ ରକ୍ତର ପ୍ରବାହ ଅଧିକ ହେବା କାରଣରୁ ତାହା କିଡନି ଉପରେ ଚାପ ପକାଏ ଓ ସେହି ସମୟରେ ବି କିଡନି ଖରାପ ହୋଇଯାଏ । ବୁଦ୍ଧ ଅବସ୍ଥା ସମୟରେ ବି ବୟସ୍କ ଲୋକମାନଙ୍କ କିଡନି ଖରାପ ହୋଇଥାଏ । ଅନ୍ୟ କେତେକ କାରଣ ଯୋଗୁ ଓ କିଛି ଔଷଧର ଅତ୍ୟଧିକ ସେବନ ଯୋଗୁ କିଛି ଖାଦ୍ୟ ଯୋଗୁ ବି କିଡନି ଖରାପ ହୋଇପାରେ ।

କିଡନି ସହ ଜଡିତ ରୋଗ ବିଷୟରେ ଜାଣିବେ କେମିତି । କହିବାକୁ ଗଲେ ୮୦ ପ୍ରତିଶତ କିଡନି ଖରାପ ହେବା ପରେ ହିଁ କିଛି ଲକ୍ଷଣ ନଜର ଆସେ । କିନ୍ତୁ ଏହା ସତ୍ବେ ବି ଆପଣ କିଡନିକୁ ଭଲ କରି ପାରିବେ । ଯଦି କିଡନି ରୋଗ ଆରମ୍ଭ ହେଉଛି ତେବେ ଆପଣଙ୍କୁ କ୍ଳାନ୍ତ ଅନୁଭବ ହେବ, କୌଣସି ବି କାମରେ ମନ ଲାଗିବ ନାହିଁ । ଏହା ଏଥିପାଇଁ ହୁଏ କାରଣ କିଡନିରେ ବ୍ଲଡ ତିଆରି ହୁଏ ଓ ଯଦି କିଡନି ଖରାପ ହୋଇଯାଏ ତେବେ ବ୍ଲଡ କମିଯାଏ ଓ ବ୍ଲଡ କମିଗଲେ ଏହିସବୁ ହୋଇଥାଏ ।

ରାତିରେ ନିଦ ହବ ନାହିଁ ଓ ସକାଳେ ଅଧିକ ସମୟ ଶୋଇବେ । ଯଦି କିଡନିରେ ପାଣି ଜମୁଛି ତେବେ ଆପଣଙ୍କ କିଡନି ଖରାପ ହେଉଛି । ଆପଣଙ୍କ ଗୋଡ ଫୁଲିବ । ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପ୍ରୋଟିନ କମିବା ଯୋଗୁ ବ୍ଲଡ ଭିତରେ ଯେଉଁ ପାଣି ରହିବା ଦରକାର ତାହା ଆପଣଙ୍କ ଟିସୁ ଭିତରେ ଜମା ହୁଏ । ଏଥିପାଇଁ ଆଖି ଚାରିପଟ ଓ ମୁହଁ ଫୁଲିବା ଆରମ୍ଭ ହୋଇଯାଏ । ଏହିଭଳି କିଛି ଯଦି ଲକ୍ଷଣ ଜର ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଆପଣ ସୁସ୍ଥ ହୋଇଯିବେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *