ନମସ୍କାର ବନ୍ଧୁଗଣ ତେବେ ଆମ ଶରୀରର ଉଭୟ ପାର୍ଶ୍ଵରେ ଦୁଇଟି କିଡନୀ ରହିଛି । କିଡନୀର କାର୍ଯ୍ୟ ହେଉଛି ଆମ ରକ୍ତରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ମୂତ୍ର ଆକାକାରରେ ବାହାର କରିଦିଏ । ଅଧିକାଂଶ ଲୋକଙ୍କ ମନରେ କିଡନୀ ରୋଗକୁ ନେଇ ଭୟ ରହିଥାଏ । କିଡନୀ ରୋଗରୁ ବଞ୍ଚିତ ରହିବା ପାଇଁ ଯଦି କାହାର ଡାଇବେଟିସ ରୋଗ ଅଛି ତେବେ ତାହା ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଉଚ୍ଚ ରକ୍ତଚାପ କିମ୍ବା କୋଲେଷ୍ଟ୍ରୋଲ ଅଧିକ ଥିଲେ ମଧ୍ୟ କିଡନୀ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ ।
ତେବେ ବାରମ୍ବାର ୟୁରିନ ଇନଫେକ୍ସନ ସହିତ ଜ୍ଵର ହେଲେ ମଧ୍ୟ କିଡନୀ ରୋଗର ଆଶଙ୍କା ଥାଏ । ଡାକ୍ତରଙ୍କ ବୀନା ପରାମର୍ଶରେ ବହୁଳ ମାତ୍ରାରେ ଔଷଧ ଖାଇଲେ ମଧ୍ୟ କିଡନୀ ସମସ୍ଯା ଦେଖା ଦେଇପାରେ । ପରିସ୍ରା କମ୍ ହେବା, ଦୁର୍ବଳ ଲାଗିବା, ମୁହଁ ଓ ପାଦ ଫୁଲିବା, ଧଇଁସଇଁ ଲାଗିବା ଓ ରକ୍ତହୀନତା ଆଦି କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ ।
ଯଦି ଆପଣଙ୍କୁ ଆଶଙ୍କା ହେଉଛି ତେବେ ଏଥିପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ଏକ ରକ୍ତ ପରୀକ୍ଷା କରିପାରିବେ । ଏହା ଦ୍ବାରା ଆପଣଙ୍କୁ କିଡନୀ ରୋଗ ଅଛି କି ନାହିଁ ସହଜରେ ଜଣା ପଡିଯିବ । ତେବେ କିଡନୀ ରୋଗକୁ ତିନୋଟି ଷ୍ଟେଜରେ ବିଭକ୍ତ କରାଯାଇଛି । କିଡନୀ ସାମାନ୍ଯ ଖରାପ ଥିଲେ ବ୍ୟକ୍ତିଙ୍କୁ କୌଣସି ଔଷଧ ଖାଇବାକୁ ପଡି ନଥାଏ । ଏହି ଷ୍ଟେଜରେ ଜୀବନଶୈଳୀରେ ପରିବର୍ତ୍ତନ କଲେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
ଆଉ କିଛି କିଡନୀ ରୋଗୀଙ୍କୁ ଔଷଧ ଦେଇ ଚିକିତ୍ସା କରାଯାଏ । ଆଉ ଯେଉଁ କିଡନୀ ରୋଗୀଙ୍କୁ ଔଷଧ ମଧ୍ୟ କାମ ଦେଇ ନଥାଏ ଡେମନଙ୍କୁ ଡାଇଲିସିସ ମାଧ୍ୟମରେ ଚିକିତ୍ସା କରାଯାଏ । ଏହି ପ୍ରକ୍ରିୟାରେ ଡାଇଲିସିସ ମେସିନ ସାହାଯ୍ୟରେ ଶରୀରର ରକ୍ତ ଛଣା ଯାଇଥାଏ । ଡାଇଲିସିସ ନକଲେ ଅନେକ ସମସ୍ଯା ଦେଖା ଦେଇପାରେ । ତେବେ ଡାଇଲିସିସ କିଡନୀ ରୋଗର ଚିକିତ୍ସା ନୁହେଁ ।
ଏହି ରୋଗର ଚିକିତ୍ସା ପାଇଁ କିଡନୀ ଟ୍ରାନ୍ସପ୍ଳାଣ୍ଟ କରିବାକୁ ପଡିଥାଏ । ସୁସ୍ଥ ବ୍ୟକ୍ତିଙ୍କ ଶରୀରୁ କିଡନୀ ଆଣି ରୋଗୀଠାରେ ପ୍ରତିରୋପଣ କରାଯାଏ । ଏଥିପାଇଁ ୧୮ ରୁ ୬୦ ବର୍ଷର ସୁସ୍ଥ ବ୍ୟକ୍ତି କିଡନୀ ଦାନ କରିପାରିବେ । ଦାତ୍ତା ଓ ଗ୍ରହୀତା ଉଭୟଙ୍କ ବ୍ଲଡ଼ ଗୃପ ଏବଂ କ୍ରସ ମ୍ଯାଚ ହେଲେ ଯାଇ କିଡନେ ଟ୍ରାନ୍ସପ୍ଳାଣ୍ଟେସନ କରାଯାଏ । ତେବେ ସୁସ୍ଥ କିଡନୀ ପାଇଁ ସୁସ୍ଥ ଜୀବନଶୈଳୀ ଆବଶ୍ୟକ ଅଟେ ।
ତେବେ ଏହା ସହ ପ୍ରତିଦିନ ୩୦ ମିନିଟରୁ ୧ ଘଣ୍ଟା ଯାଏଁ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ । ଏହ ସହ ଆପଣଙ୍କ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ରହିଛି । ଆମିଷ ଖାଦ୍ୟ କମ୍ ଏବଂ ଶାଗ ଓ ପନିପରିବା ଆଦି ଅଧିକ ଖାଇବା ଉଚିତ । ଆମିଷରେ କେବଳ ଚୁନାମାଛ ଆପଣ ଅଧିକ ଖାଇ ପାରିବେ । ଫାଇବର ଓ ପ୍ରୋଟିନ ଜାତୀୟ ଖାଦ୍ଯ ଅଧିକ ପରିମାଣରେ ସେବନ କରିବେ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରହିବେ । କିଡନୀ ରୋଗୀ ଲୁଣ ମଧ୍ୟ କମ ଖାଇବା ଉଚିତ ଓ ଜଙ୍କ ଫୁଡ ଠାରୁ ସଂପୂର୍ଣ୍ଣ ଭାବେ ଦୂରେଇ ରହିବେ । ଦିନକୁ ସଠିକ ମାତ୍ରାରେ ଚାରିରୁ ଛଅ ଥର ଖାଦ୍ଯ ଖାଆନ୍ତୁ ଓ ଛଅରୁ ଆଠ ଘଣ୍ଟା ନିଦ୍ରା ଯାଆନ୍ତୁ । ସୁସ୍ଥ ଥିଲେ ମଧ୍ୟ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ