କିଡନୀ ଫେଲ ହେବାର ଲକ୍ଷଣ କଣ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr K K Singh)

ଶରୀରର ସମସ୍ତ ଅପରିଷ୍କାର ବର୍ଜ୍ୟବସ୍ତୁକୁ କିଡନୀ ତାକୁ ପରିସ୍ରା ମାଧ୍ୟମରେ ଶରୀରର ବାହାରକୁ ବାହାର କରିଦିଏ । ଅଧିକ ଡିହାଇଡ୍ରେସନ, କିଡନୀରେ ଷ୍ଟୋନ ଅଛି ତଥାପି ବ୍ୟକ୍ତି ବହୁତ ବର୍ଷ ହେବ ଚିକିତ୍ସା କରି ନାହାନ୍ତି, ୟୁରିନ ଇନଫେକସନ, ବ୍ଲଡ ପ୍ରେସର ଓ ବ୍ଲଡ ସୁଗାର ଥିବ ସେମାନଙ୍କର କିଡନୀ ଫେଲ ହେବାର ଚାନ୍ସ ଅଧିକ ଥାଏ । ଯେଉଁମାନଙ୍କର ବ୍ଲଡ ସୁଗାର ଓ ବ୍ଲଡ ପ୍ରେସର କଣ୍ଟ୍ରୋଲରେ ନ ଥାଏ, ସଠିକ ସମୟରେ ଔଷଧ ନ କହିବା କାରଣରୁ ଓ ଅନ୍ୟ କିଛି କାରଣରୁ ବି କିଡନୀ ଫେଲ ହୋଇପାରେ ।

କିଡନୀର ଅନ୍ୟ କିଛି ରୋଗ ଅଛି ଯେଉଁ କାରଣରୁ କିଡନୀ ଧୀରେ ଧୀରେ କାମ କରିବା ବନ୍ଦ କରିଦିଏ । କିଡନୀ ରୋଗର ଲକ୍ଷଣ ଗୁଡିକ ହେଲା ପ୍ରଥମେ ତ ଗୋଡ ଓ ଚେହେରା ଫୁଲିଯିବ, କମ ପରିସ୍ରା ହେବ, ଅଣ୍ଟା ପଛ ପାଟ ବ୍ୟଥା ହେବ, ଭୋକ କମ ଲାଗିବ, କ୍ଳାନ୍ତ ଅନୁଭବ କରିବେ, ନିଶ୍ଵାସ ନେବାରେ ଅସୁବିଧା ହେବ ।

କିଡନୀ ରୋଗରେ ରକ୍ତର ଯାଞ୍ଚ କରାଯାଏ । ଯଦି ରକ୍ତରେ ୟୁରିଆ ଓ କ୍ରିଏଟିନ ଯେତେ ଅଧିକ ବଢିଥାଏ ତେବେ ବୁଝି ଯାଅନ୍ତୁ କି କିଡନୀ ଆପଣଙ୍କ ଖରାପ ହୋଇ ଯାଉଛି । ସବୁଠୁ ବଡ କଥା ହେଉଛି କି ଆପଣ ନିଜ ରକ୍ତରେ ୟୁରିଆ ଓ କ୍ରିଏଟିନକୁ କଣ୍ଟ୍ରୋଲରେ ରଖନ୍ତୁ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ମଧ୍ୟ ସେବନ କରି ପାରିବେ । ଆପଣ ନିଜର ଓଜନ ହିସାବରେ ସବୁଦିନ ୨.୫ ରୁ ୩ ଲିଟର ପାଣି ପିଅନ୍ତୁ । ସବୁଦିନ ନିଜର ବ୍ଲଡ ସୁଗାରକୁ କଣ୍ଟ୍ରୋଲରେ ରଖିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କ ବ୍ଲଡ ସୁଗାର କିମ୍ବା କିଡନୀରେ ଷ୍ଟୋନ ଅଛି ତେବେ ଭଲ ସିନିୟର ଡାକ୍ତରଙ୍କ ପାଖରେ ନିଜର ଚିକିତ୍ସା କରନ୍ତୁ । କିନ୍ତୁ ଯଦି ଆପଣ ଛୋଟ ମୋଟ ଡାକ୍ତର କିମ୍ବା ଅନ୍ୟ କିଛି ଚିକିତ୍ସା କରିବେ ତେବେ ଆପଣଙ୍କ କିଡନୀ ଉପରେ ଖରାପ ପ୍ରଭାବ ପଡିପାରେ । ଯଦି କୌଣସି ବ୍ୟକ୍ତିର ଦୁଇଟି କିଡନୀ କାମ କରୁ ନାହିଁ ସେହିଭଳି ସ୍ଥିତିରେ ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ଶରୀରରୁ ଗୋଟିଏ କିଡନୀ ବାହାର କରି ରୋଗୀର ଶରୀରରେ ପ୍ରତ୍ୟାରୋପଣ କରି ଦିଆଯାଏ ।

ଯଦି ଆପଣ ନିଜର କିଡନୀକୁ ଅର୍ଥାତ ପୁରା ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ସକାଳୁ ଉଠି ବ୍ୟାୟମ କରନ୍ତୁ । ନିୟମିତ ରୂପରେ ୨.୫ ରୁ ୩ ଲିଟର ପାଣି ପିଅନ୍ତୁ । ଅତ୍ୟଧିକ ମେଡିସନ ସେବନ କରନ୍ତୁ ନାହିଁ ଯାହାକି ହାନିକାରକ ହୋଇଥିବ । ଯଦି କିଡନୀ ସମ୍ବନ୍ଧିତ କୌଣସି ସମସ୍ଯା ଅଛି ତେବେ ଜଲ୍ଦି ତାହାର ଚିକିତ୍ସା କରାନ୍ତୁ । ଆପଣ ନିଜର ଲାଇଫ ଷ୍ଟାଇଲ ଚେଞ୍ଜ କରନ୍ତୁ ଓ ଶୋଇବା ସମୟ ଚେଞ୍ଜ କରନ୍ତୁ । ଉଠିବା ସମୟ ନିୟମିତ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *