‘ଆତ୍ମହତ୍ୟାକୁ ନେଇ କିଛି ତଥ୍ୟ ମିଳିଛି, ଯାହା ବହୁତ…’ Raimohan ଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଅଧିକାରୀ କଣ କହୁଛନ୍ତି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ସିନେ ତାରକା ରାଇମୋହନ ପରିଡାଙ୍କ ଆତ୍ମହତୟଆ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏହାର କାରଣ ଖୋଜୁଛି ପୋଲିସ । ଆଜି ପ୍ରାଚୀବିହାର ସ୍ଥିତ ତାଙ୍କ ଘରେ ପୋଲିସର ୨ ଘଣ୍ଟା ଛାନଭିନ କରିଥିବାର ସୂଚନା ମିଳିଛି । ଆତ୍ମହତୟଆ ଘଟଣା ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଓ ୪ମହିଳା ଅଧିକାରୀ ରାଇମୋହନଙ୍କ ଘରେ ତଦନ୍ତ କରିଥିବା ଜଣା ପଡିଛି । ଏହି ସମୟରେ ତାଙ୍କ ସ୍ତ୍ରୀ, ୨ଝିଅ, ଜ୍ୱାଇଁ, ପୁତୁରା, ଭିଣୋଇ ଓ ଭଉଣୀଙ୍କୁ ପଚରାଉଚରା କରିଛି ପୋଲିସ ।

ସେମାନଙ୍କ ସିଡିଆର ମଧ୍ୟ ଯାଞ୍ଚ ହୋଇଛି । ଆତ୍ମହତୟଆ ଦିନ ଘରେ ଏକୁଟିଆ ଥିଲେ ରାଇମୋହନ ବୋଲି ଜଣାପଡିଛି । ତେବେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପ୍ରଥମେ କିଏ ଦେଖିଥିଲେ ? ତାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ମିଳିଛି କି ନାହିଁ ? ସମସ୍ତ ପ୍ରକାର ସୁବିଧା ପରେ ବି ସେ କେଉଁ କାରଣରୁ ଆତ୍ମହତୟଆ ଭଳି ଚରମ ନିଷ୍ପତ୍ତି ନେଲେ? ଏସବୁ ଦିଗରେ ପୋଲିସ ତଦନ୍ତ ଚଳାଇଛି ।

ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କାହିଁକି ଆତ୍ମହତୟଆ କଲେ ରାଇମୋହନ ? ତେବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ପୋଲିସ । ସେଥିରୁ ଏହା ହତୟଆ ନା ଆତ୍ମହତୟଆ ସ୍ପଷ୍ଟ ହୋଇପାରିବ । ତେବେ ଆତ୍ମହତୟଆ ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତୟଆର କାରଣ ସ୍ପଷ୍ଟ ହୋଇନାହିଁ ।

ଘଟଣାରେ ରାଇମୋହନ, ତାଙ୍କ ଝିଅ, ଜ୍ବାଇଁ ଏବଂ ପୁତୁରାଙ୍କୁ ପଚରା ଉଚରା କରିଛି ପୋଲିସ । ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତ ଅଗ୍ରଗତି ହେବ ବୋଲି କମିଶନରେଟ୍‌ ପୋଲିସର ଜୋନ୍‌-୫ ଏସିପି ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି । ତେବେ ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ ।

ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ୟ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *