ନମସ୍କାର ବନ୍ଧୁଗଣ ତେବେ ଚାହୁଁ ଚାହୁଁ ଆଖି ଆଗରେ ଭାଙ୍ଗିଗଲା ବନ୍ଧ ହେବ ସୃଷ୍ଟି ହେଲା ଘାଇ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରେ ପାଇକା ନଦୀ ରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପାଇକା ନଦୀର କାଠକୋଟ ଗାଁ ନିକଟରେ ପ୍ରାୟ ୩୦ ଫୁଟର ବିରାଟକାୟ ଘାଇ ହୋଇଛି । ଘାଇ ଯୋଗୁ ୧୨ ପଞ୍ଚାୟତରେ ପଶିଛି ପାଣି । ତିର୍ତ୍ତୋଲ ୯ ଓ କୁଜଙ୍ଗର ୩ ପଞ୍ଚାୟତ ଜଳମଗ୍ନ ହେଇଛି । ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।
ତେବେ ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ପ୍ରାୟ ୬୦ ଫୁଟର ଘାଇ ହୋଇଛି । ଫଳରେ ମହାନଦୀର ବନ୍ୟା ଜଳ ତେରମାଣପୁର ଏବଂ କୋଟସାହି ଗ୍ରାମରେ ପ୍ରବେଶ କରିଛି । ଫଳରେ ଦୁଇ ଗାଁର ପ୍ରାୟ ୨ ଶହ ପରିବାର ପାଣି ଘେରରେ ରହିଛନ୍ତି । ଘାଇ ହୋଇ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଲୋକଙ୍କୁ ସହାୟତା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗୋଟିଏ ଟିମ ପହଞ୍ଚିଛି ।
ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି । ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି ଆଣିଛି । ବନ୍ୟାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୫ଟି ଘାଇ । ବନ୍ୟାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ଗତକାଲି ରାତିରେ କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ କଟକ ଓ ପୁରୀ ଜିଲ୍ଲାର ତଳି ଅଞ୍ଚଳରେ ପିକ୍ ଫ୍ଲଡ୍ ପାସ କରିଛି ।
ତେବେ କଟକ ମୁଣ୍ଡଳିରେ ଜଳସ୍ତର କମୁଛି । ବନ୍ୟାରେ ୧୨ ଜିଲ୍ଲାର ୬୪ ବ୍ଲକରେ ୧୭ଶହ ୫୭ ଗାଁ ପ୍ରଭାବିତ ହୋଇଛି । ୧୦ଟି ପୌରସଂସ୍ଥାର ୬୦ ଓ୍ଵାର୍ଡରେ ଲୋକ ବନ୍ୟାଘେରରେ ଅଛନ୍ତି । ପାଣିଘେରରେ ରହଛି ୪୨୫ଟି ଗାଁ । ଅଢ଼େଇ ଲକ୍ଷ ଲୋକ ଜଳବନ୍ଦୀ । ବନ୍ୟାରେ ମୋଟ୍ ୪ଲକ୍ଷ ୬୭ହଜାର ୩୨୧ ଜଣ ପ୍ରଭାବିତ ହୋଇଛନ୍ତି । ଏଯାଏ ୫୩ହଜାର ୮୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛି ପ୍ରଶାସନ । ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ଲିଫିକ କମିଶନର ।
ପ୍ରଭାବିତଙ୍କ ପାଇଁ ୧୫୮ଟି ରନ୍ଧାକେନ୍ଦ୍ର ଖୋଲାଯାଇଛି । ପାଖାପାଖି ୬୦ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ । ଜଳବନ୍ଦୀ ଅବସ୍ଥାରେ ଥିବା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ବନ୍ୟା ପାଣି ମାଡ଼ି ଯିବା ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ତିନି ଚାରି ଦିନ ହେଲାଣି ଜଳବନ୍ଦୀ ଜୀବନ ବିତାଉଛନ୍ତି ବନ୍ୟାଞ୍ଚଳର ଲୋକ । କେଉଁଠି ଗାଁ ଦାଣ୍ଡରେ ୩-୪ ଫୁଟ ପାଣି ବହୁଛି ତ ଆଉ କେଉଁଠି ଘର ଭିତରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି ।
ଚାଳ ଛପର ଭାସୁଛି, ଚୁଲି ବୁଡ଼ିଛି । ରାସ୍ତାଘାଟ ଓ ଚାଷ ଜମି ସବୁ ଏକାକାର । ନାହିଁ ନଥିବା ଅସୁବିଧା ଭିତରେ ରହୁଛନ୍ତି ବିପନ୍ନ । ବିଭିନ୍ନ ସ୍ଥାନରେ ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଲୋକଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଘରୁ ପାଦ କାଢ଼ିବା ଏକପ୍ରକାର ମୁସ୍କିଲ ହୋଇ ପଡିଛି । ପାଣି ଛାଡ଼ିବାର ୪୮ ଘଣ୍ଟା ପରେ ଘର ଓ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।