ସାପ କାମୁଡ଼ିଲେ କ’ଣ କରିବେ ? କିପରି କରିବେ ପ୍ରାଥମିକ ଚିକିତ୍ସା (Dr Srikant Kumar Dhar)

ନମସ୍କାର ବନ୍ଧୁଗଣ ତେବେ ଆପଣ ଦେଖିଥିବେ ଅନେକ ସମୟରେ ସାପ କାମୁଡ଼ିଦେଇଥାଏ ଓ ନିଜ ଭୁଲ ପାଇଁ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ଯଦି ଆପଣ ସାପ କାମୁଡିବା ପରେ ପ୍ରଥମେ ପ୍ରାଥମିକ ଚିକିତ୍ସା କରିବେ ତେବେ ଲୋକ ବଞ୍ଚି ଯାଇ ପାରିବେ । ସାପ କାମୁଡ଼ିବା ସମସ୍ୟା ସହର ଠୁ ଅଧିକ ଗ୍ରାମରେ ଦେଖିବାକୁ ମିଳେ ଓ ଗ୍ରାମରେ ବେସି ଲୋକ ସହର ଅପେକ୍ଷା ମରିଥାନ୍ତି । ଆଜି ଆମେ ଜାଣିବା ସାପ କାମୁଡିବାର ସାଙ୍ଗେ ସାଙ୍ଗେ କଣ କରିବା ଆବଶ୍ୟକ ।

ଏହା ଆପଣ ଜାଣିବା ନିଶ୍ଚିତ ଆବଶ୍ୟକ ଯାହା ହୁଏତ ଆପଣଙ୍କ ଜୀବନ ରକ୍ଷା କରିଦେବ । ତେବେ ଆସନ୍ତୁ ଜାଣିବା ସାପ କାମୁଡିଲେ ପ୍ରଥମେ କଣ କରିବେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ପୃଥିବୀରେ ୫୫୦ ପ୍ରକାରର ସାପ ରହିଛନ୍ତି କିନ୍ତୁ ମାତ୍ର ୧୦ ପ୍ରକାରର ସାପ ଙ୍କ ପାଖରେ ବିଷ ଅଛି । ଏହି ୧୦ ପ୍ରକାର ସାପ କାମୁଡିବା ଦ୍ଵାରା ହିଁ ଶରୀରକୁ ବିଷ ଯାଇଥାଏ । ଅନ୍ୟ ୫୪୦ ପ୍ରକାରର ସାପଙ୍କ ପାଖରେ ବିଷ ନଥାଏ ।

ଏହାକୁ ଗୁରୁତ୍ୱଦେବା ଆବଶ୍ୟକ । ଗ୍ରାମ ମାନଙ୍କରେ ଏଥିପାଇଁ ଲୋକ ବେସି ମରିଥାନ୍ତି କାରଣ ସେମାନେ ଯେଉଁ ବଡ଼ ଭୁଲ କରିଥାନ୍ତି ତାହା ହେଉଛି ଯେବେ ଗ୍ରାମରେ କୌଣସି ଲୋକକୁ ସାପ କାମୁଡିଥାଏ ସେମାନେ ଲୋକକୁ ଆଗ ମେଡ଼ିକାଲ ନନେଇ କୌଣସି ଗୁଣିଆକୁ ଡାକି ଝଡା ଫୁଙ୍କା କରିଥାନ୍ତି ଯାହା ଦ୍ୱାରା ଲୋକଟି ମରିଯାଇପାରେ । ଏହା ଅବଶ୍ୟ ମନେ ରଖନ୍ତୁ କି କୌଣସି ସାପ କାମୁଡିବାର ମାତ୍ର ୩ ଘଣ୍ଟା ଭିତରେ ମଣିଷଙ୍କ ମୃତ୍ୟୁ ହୋଇଯାଇପାରେ ।

ତେଣୁ କେବେବି ଯଦି କାହାକୁ ସାପ କାମୁଡ଼େ ତାକୁ ତୁରନ୍ତ ମେଡ଼ିକାଲ ନେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସାପ କାମୁଡିବା ପରେ ପ୍ରଥମେ କେଉଁ ସବୁ କାଯ୍ୟ କରିବା ଆବଶ୍ୟକ ।ତେବେ ସୂଚନାଯୋଗ୍ୟ ଯେ ଯେବେ କୌଣସି ଲୋକକୁ ସାପ ଯେଉଁ ସ୍ଥାନକୁ କାମୁଡୁ ନା କାହିଁକି ବିଷ ସର୍ବଦା ଉପରକୁ ଉଠିଥାଏ । ଗୋଡ଼ ହେବା ହାତ ଯେଉଁଠି ବି କାମୁଡ଼ିଲେ ବିଷ ଉପରକୁ ଉଠିଥାଏ । ବିଷ ସର୍ବଦା ଉପରକୁ ଉଠି ଯାଇ ଫୁସଫୁସରେ ମିସିଥାଏ ।

ତେଣୁ ଯେବେ ସାପ କାମୁଡିବ ସେହି ସ୍ଥାନର ଅଳ୍ପ ଉପରକୁ କୌଣସି ଗାମୁଛା ବା ଶକ୍ତ ଜିନିଷର ବାନ୍ଧିଦିଅନ୍ତୁ ଯାହା ଦ୍ୱାରା ଯେପରି ବିଷ ଶୀଘ୍ର ଉପରକୁ ନଯାଏ । କାରଣ ବିଷ ଉପରକୁ ଯାଇ ଫୁସଫୁସରେ ମିସିଥାଏ ଏହା ପରେ ଫୁସଫୁସରୁ ସବୁଠିକୁ ଯାଇଥାଏ । ଯେବେ ବିଷ ରକ୍ତ ମତ୍ସିସ୍କକୁ ଯାଏ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ ଓ ଏହା ମାତ୍ର ୩ ଘଣ୍ଟା ମଧ୍ୟରେ ସମ୍ଭବ । ତେବେ ଏଥିପାଇଁ ଆପଣଙ୍କ ପାଖରେ ମାତ୍ର ୩ ଘଣ୍ଟା ସମୟ ଥାଏ । ଏହା ସହ ଆଉ ଏକ ଜିନିଷର ଧ୍ୟାନ ରଖିବେ ଆପଣଙ୍କୁ କେଉଁ ସାପ କାମୁଡୁଛି ତାହା ଜାଣିବାକୁ ଚେଷ୍ଟା କରିବେ ।

କାରଣ ଅଲଗା ଅଲଗା ସାପ ପାଇଁ ଅଲଗା ଅଲଗା ଟିକା ଅଛି ଯଦି ଆପଣଙ୍କୁ କେଉଁ ସାପ କାମୁଡିଛି ତାହା ଆପଣ କହିପାରିବେ ନାହିଁ ତେବେ ପରୀକ୍ଷା କରି ଜାଣିଲା ବେଳକୁ ବହୁତ ଡେରି ହୋଇଯାଇଥିବ । ଯାହା ପାଇଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଏହା ପରେ ମନେ ରଖିବେ ସାପ କାମୁଡିଥିବା ବ୍ୟକ୍ତିକୁ କୌଣସି ଖାଦ୍ୟ ଖାଇବାକୁ ଦେବେନି ନଚେତ ବିଷ ଅଧିକ ବ୍ୟାପିଯାଇପାରେ ।

ଏହା ସହ ସେହି ବ୍ୟକ୍ତିକୁ ଚାଲିବାକୁ ଦେବେ ନାହିଁ । ଯଥା ସମ୍ଭବ ଗାଡ଼ିରେ ମେଡ଼ିକାଲ ନେବେ ଓ ଚେଷ୍ଟା କରିବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ପାଇଁ । ଏତିକି କରିବା ଦ୍ୱାରା ବ୍ୟକ୍ତିର ଜୀବନ ବଞ୍ଚିବାର ସମ୍ଭାବନା ଅଧିକ ହୋଇଯିବ । ତେବେ ଡାକ୍ତର ତୁରନ୍ତ ଆଣ୍ଟିସ୍ନେକ ଭେନମ ଇଂଜେକସନ ଦେଇଥାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ଧ ବିଶ୍ୱାସ ରେ ମାନନ୍ତୁ ନାହିଁ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *