‘କି ଭୁଲ୍ ଥିଲା ମୋର ? କଣ ପାଇଁ ମତେ ତୁମେ ଏମିତି…’ School Bus ଭିତରେ ଥାଇ କାନ୍ଦି କାନ୍ଦି କିଛି ଏମିତି ପ୍ରଶ୍ନ କରୁଛି କୁନି ପିଲାଟି…ଦେଖନ୍ତୁ Video

କି ଭୁଲ ଥିଲା ମୋର । କଣ ପାଇଁ ମୋତେ ଏମିତି ମଝି ରାସ୍ତାରେ ଅଟକାଇ ଦେଲ । ତୁମେ ମାନେ ଭବିଷ୍ୟତ ପାଇଁ ଲଢୁଛ । କଣ ମୋ ଭବିଷ୍ୟତ କଥା ତୁମକୁ ଦେଖା ଗଲାନି । ନା ଛୋଟ ଛୁଆଟେ ବୋଲି ମୋ ଅଧିକାରକୁ ହେୟଗାନ କରିଦେଲ । ଏ ଦେଶରେ ତୁମର ଯେମିତି ଆନ୍ଦୋଳନ କରିବାର ଅଧିକାର ରହିଛି ଠିକ ସେମିତି ମୋର ପାଠ ପଢିବାର ଅଧିକାର ରହିଛି । ନିଜ ସ୍ଵାର୍ଥରେ କଣ ତୁମେ ମାନେ ଏତେ ଅନ୍ଧ ହେଇଯାଇଛି ଯେ ଅନ୍ୟର ଜୀବନ ବି ତୁମ ପାଇଁ ଟିକେ ଗୁରୁତ୍ଵ ବହନ କରୁନି ।

ଏମିତି ଅନ୍ୟର ଶବରେ ଚଢି କେଉଁ ଅଧିକାର ହାସଲ କରିବ । ଯେଉଁ ଶାନ୍ତି ଓ ଅହିଂସା ପାଇଁ ପୁରା ବିଶ୍ଵରେ ଆମ ଦେଶର ଏତେ ବଡ ନାଁ ତା ପାଇଁ କଣ ଟିକେ ବି ଚିନ୍ତା ନାହିଁ । ଯେଉଁ ସମ୍ବିଧାନ ଆମ ପରିଚୟ ସେ ଦେଇଥିବା ଅଧିକାରକୁ କଣ ପାସୋରି ଦେଇଛ । ତେବେ ବନ୍ଧୁଗଣ ସ୍କୁଲ ବସ ଭିତରେ ଥାଇ ଆଖିରୁ ଲୁହ ଝରାଇ ବାହାରେ ହିଂସା ଖେଳାଇ ଥିବା ଆନ୍ଦୋଳନକାରୀଙ୍କୁ ଏଭଳି ପ୍ରଶ୍ନ କରୁଛି ଏ କୁନି ଛୁଆଟି ।

କଣ ବା ଦୋଷ ଥିଲା ତାର କେଉଁ ଅପରାଧର ଆଜି ତାକୁ ଦଣ୍ଡ ମିଳିଲା । ସକାଳୁ ମନ ଖୁସିରେ ବସରେ ବସି ସ୍କୁଲ ବାହାରି ଥିଲା । ହେଲେ ବାଟରେ ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ସ୍କୁଲରେ ତ ପହଞ୍ଚି ପାରିଲା ନାହିଁ ବାହାର ପରିସ୍ଥିତି ଦେଖି ତାଯୁବ ହେଇଗଲା ।

ତାକୁ ଘରକୁ ଫେରାଇ ନେବାକୁ ସମସ୍ତଙ୍କୁ କାନ୍ଦି କାନ୍ଦି ନେହୁରା ବି ହେଲା । ଆମ ଦେଶର ସମ୍ବିଧାନ ଆନ୍ଦୋଳନ କରିବାକୁ ମନା କରୁ ନାହିଁ । ହେଲେ ଶାନ୍ତିପୂର୍ଣ୍ଣ ଉପାୟରେ ନିଜ ଅଧିକାର ହାସଲ କରିବାର ସମସ୍ତ ସୁଯୋଗ ଦେଇଛି ଏହି ସମ୍ବିଧାନ । ହେଲେ କିଛି ବ୍ୟକ୍ତି ସମ୍ବିଧାନର ମହତ୍ଵକୁ ନା ବୁଝି ଛନ୍ତି ନା ବୁଝି ଛନ୍ତି ଦେଶର ଗୌରବକୁ । ବାସ ନିଜର ସ୍ଵାର୍ଥ ପାଇଁ ଦେଶର ପରିଚୟରେ କାଳିମା ବୋଳିଦେବାକୁ ପଛଉ ନାହାନ୍ତି ।

ଦିନେ ମହାତ୍ମା ଗାନ୍ଧୀ ଅହିଂସା ରାସ୍ତାରେ ଚାଲି ଦେଶରେ 200 ବର୍ଷ ଧରି ଶାସନ କରିଥିବା ଇଂରେଜ ମାନଙ୍କୁ ତଡିପାତ କରିଥିଲେ । ବୋଧେ ଆଜିର ଯୁବପିଢି ଏ କଥାକୁ ପାସୋରି ଦେଇଛନ୍ତି । ବୋଧେ ଭୁଲି ଯାଇଛନ୍ତି ନିଜ ପୂର୍ବ ପୁରୁଷଙ୍କ ଇତିହାସ । ସେଥିପାଇଁ ଏଭଳି ଆନ୍ଦୋଳନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *