ବିବାହ କରିବେ Bollywood ର ଲୋକପ୍ରିୟ ଅଭିନେତ୍ରୀ Taaapsee Pannu, ଦେଖନ୍ତୁ କେଉଁ ହୀରୋଙ୍କୁ କରିବେ ସେ ବିବାହ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମ ରେ ପଡ଼ିଛନ୍ତି ବଲିଉଡ ସୁନ୍ଦରୀ । ଡ୍ରାମାମୁକ୍ତ ବିବାହ କରିବେ ତାପସୀ ପନୁ । ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଙ୍କ ସହିତ ଡେଟ୍ କରୁଛନ୍ତି ଏହି ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ । ରିଲ ଲାଇଫ କୁ ବାଦ ଦେଲେ ରିଅଲ ଲାଇଫ ରେ ମଧ୍ୟ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ନିଜ ବିବାହ କୁ ଜାକ ଜକମକ ସହିତ ଧୁମଧାମରେ ପାଳନ କରିବା ପାଇଁ ଚାହାନ୍ତି ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ।


ଏହି ସମସ୍ତଙ୍କ ବିବାହ କୁ ନେଇ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ଚାଲିଛି । କିନ୍ତୁ ଏହି ରେସ ରୁ ଦୂରରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡ ର ଏହି ସୁନ୍ଦରୀ ଅଭିନେତ୍ରୀ ତାପସୀ ପନୁ । ଏପରିକି ସେ ଏକ ଡ୍ରାମା ମୁକ୍ତ ବିବାହ କରିବାକୁ ଚାହୁଁଛନ୍ତି । ନିଜ ସ୍ପେଶାଲ ଡେ କୁ ଗୋଟିଏ ଦିନ ରେ ହିଁ ସୀମିତ ରଖିବାକୁ ଯୋଜନା କରୁଛନ୍ତି ।

ବଲିଉଡ ରିପୋର୍ଟ ଅନୁଯାୟୀ, ତାପସୀ କିଛି ଦିନ ହେବ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ମାଥିଆସ ବୋଇ ଙ୍କୁ ଡେଟ କରୁଛନ୍ତି । କିନ୍ତୁ ବିବାହ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । ବଲିଉଡ ରେ କାହା ସହିତ ରୋମାନ୍ସ କରିବା ଅପେକ୍ଷା ବଲିଉଡ ବାହାରେ ନିଜ ପାଇଁ ପ୍ରେମିକ ଠିକ କରିଛନ୍ତି ତାପସୀ । ଏହାକୁ ନେଇ ସେ କହିଥିଲେ କି, ଇଣ୍ଡଷ୍ଟ୍ରୀ ରେ ନୁହେଁ ବାହାରର ପିଲା ଚାହୁଁଛି ।

ଏହାଦ୍ବାରା ମିଡିଆ ଆଡୁଅଳ ରେ ରହି ହେବ । ମିଡିଆ ଠାରୁ ନିଜ ସମ୍ପର୍କ କୁ ଦୁରେଇ ରଖି ହେବ । ଏହା ବ୍ୟତୀତ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ କୁ ଅଲଗା ରଖି ହେବ ବୋଲି ଏକ ସାକ୍ଷାତକାର ରେ କହିଛନ୍ତି ତାପସୀ । ବିଭିନ୍ନ ସମୟରେ ଆପଣ ମାନେ ଦେଖିଛନ୍ତି ବଲିଉଡ ସେଲିବ୍ରିଟି ଦେଶ ତଥା ଦେଶ ବାହାରେ ଡେସଟିନେସନ ୱେଡୀଂ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି ।

କିନ୍ତୁ ଏହି ଟ୍ରେଣ୍ଡ ରୁ ସମ୍ପୂର୍ଣ୍ଣ ବାହାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ତାପସୀ । ତେବେ ତାଙ୍କ ବିବାହ ଖବର କୁ ନେଇ ବର୍ତ୍ତମାନ ତାଙ୍କ ଫାନ୍ସ ମାନେ ବହୁତ ଖୁସି ଅଛନ୍ତି ଏବଂ ଏହି ସମୟ କୁ ବିଶେଷ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି । ତେବେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ତାପସୀ ପନୁ ଏବଂ ତାଙ୍କ ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *