ଖୋଲିଲା ବଡ ଗୁମର ! ବେକରେ ମଙ୍ଗଳସୂତ୍ର ହେଲେ ଆଖିରେ ଥିଲା କାମ ସୂତ୍ର, ନେତା ଓ ପ୍ରଯୋଜକଙ୍କୁ ଏମିତି ଫସେଇ Archana Nag କରୁଥିଲେ ରାଜ !

ନମସ୍କାର ବନ୍ଧୁଗଣ ତେବେ କମିଶନରେଟ୍ ପୁଲିସ କବଜାରେ ବ୍ଲାକମେଲ୍ କରୁଥିବା ମହିଳା । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍ କରି ଟଙ୍କା ହଡ଼ପ କରୁଥିଲେ ଏହି ମହିଳା । ଖଣ୍ଡଗିରି ଥାନା ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି । ସୂଚନା ମିଳିଛି ସଂପୃକ୍ତ ମହିଳାଙ୍କ ପାଖରୁ ପୁଲିସ ୨ଟି ପେନଡ୍ରାଇଭ୍ ଓ ୨ଟି ମୋବାଇଲ ଜବତ କରିଛି । ଏଥିରେ କଳା କାରନାମାର ଗୁପ୍ତ କଥା ଲୁଚି ରହିଛି । ଏହି ମହିଳାଙ୍କ ନାମ ଅର୍ଚ୍ଚନା ନାଗ ବୋଲି ଜଣାପଡ଼ିଛି ।

ସେ ଉଚ୍ଚ ଶିକ୍ଷିତା । ଆଇନ ପାଠ ପଢ଼ିଛନ୍ତି । ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏଭଳି କଳା କାରନାମାରେ ସହାୟତା କରୁଥିବା ପୁଲିସ ସନ୍ଦେହ କରୁଛି । ତେବେ ଜଣାପଡ଼ିଛି କିଛି ଦିନ ପୂର୍ବରୁ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକମେଲ୍ କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଥିଲେ । ଏତଲାକୁ ଆଧାର କରି ପୁଲିସ ଏହି ଘଟଣାର ତଦନ୍ତ କରିଥିଲା ।

ମହିଳା ଜଣକ ତଦନ୍ତରେ ସହଯୋଗ ନ କରିବାରୁ ପୁଲିସ ଗିରଫଦାରୀ କରିଛି । ତେବେ ଏ ନେଇ ପୁଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ତେବେ ଏହା ପୂର୍ବରୁ ମଧ୍ୟ କିଛି ନେତା ଓ ପ୍ରଯୋଜକଙ୍କୁ ଏହି ମହିଳା ଜଣକ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା । ୨୦୨୧ରୁ ଏ ପର୍ଯ୍ୟନ୍ତ ୩ ଟି ଏଭଳି ମାମଲା ତାଙ୍କ ନାମରେ ରହିଛି ।

ମହିଳା ଜଣକ ବିଭିନ୍ନ ରାଜନେତା ଓ ପ୍ରଯୋଜକଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଡାକି ପ୍ରେମ ଜାଲରେ ଫସାଉଥିଲେ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଉଠାଇ ରଖୁଥିଲେ । ଏକ ବିଳାଶ ପୂର୍ଣ୍ଣ କୋଠାରେ ରହିବା ସହ ତାଙ୍କ କଳାକାରନାମା ଚଳାଇଥିଲେ । ଏହି କୋଠାରେ ହିଡେନ୍‌ କ୍ୟାମେରା ଲାଗିଥିଲା ଓ ଭିଡ଼ିଓ ସୁଟ୍ ହେଉଥିଲା । ମହିଳା ଜଣକ ବହୁ ଦାମୀ କାର ଓ ବାଇକ୍ ବ୍ୟବହାର କରୁଥିଲେ ।


ତେବେ ସେପଟେ କେହି ଯେପରି ନ ଜାଣି ପାରିବେ ସେଥିପାଇଁ ପୁଲିସ ଯୋଜନାବଦ୍ଧ ଭାବେ ଏହି ମହିଳାଙ୍କୁ ଗତକାଲି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ ପୁଲିସର ଏଭଳି ପଦକ୍ଷେପ ପଛର ଉଦ୍ଦେଶ୍ୟ ଉପରେ ମଧ୍ୟ ସନ୍ଦେହ ଉପୁଜିଛି । ମହିଳା ଜଣକ ରାଜନେତା ଓ ପ୍ରଯୋଜକଙ୍କ ଛଡ଼ା କିଛି ପୁଲିସ ବାବୁଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ବ୍ଲାକ୍ ମେଲ କରିଥିବା ସୂଚନା ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *