ଖୋଲିଲା ଅକ୍ଷୟ ପରିଜାଙ୍କ ଭାଇରାଲ ଫଟୋ ଗୁମର ! ଗିରଫ ହେଲେ ମାଷ୍ଟର ମାଇଣ୍ଡ ଯୁବତୀ, ବଡ ବଡ ଶିଲ୍ପପତି, ଫିଲ୍ମ ପ୍ରଡ୍ୟୁସରଙ୍କୁ ଏମିତି କରୁଥିଲେ ଟାର୍ଗେଟ, ଦେଖନ୍ତୁ Video

ଦର୍ଶକ ବନ୍ଧୁ କମିଶନରେଟପୋଲିସ ହାତରେ ମାଷ୍ଟର ମାଇଣ୍ଡ ଯୁବତୀ ଆସିଛନ୍ତି । କମିସନରେଟ ପୋଲିସ ଏହି ମାଷ୍ଟର ମାଇଣ୍ଡ ଯୁବତୀଙ୍କୁ ଏବେ ଗିରଫ କରିଛନ୍ତି । ତେବେ ଏହି ଯୁବତୀଙ୍କ ନାମ ହେଉଛି ଅର୍ଚ୍ଚନା ନାୟକ । ଓଡିଆ ପ୍ରଯୋଜକଙ୍କୁ ବ୍ଲାକ ମେଲ କରିବା ଅଭିଯୋଗରେ ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି । ତେବେ ଗତ କାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସତ୍ୟ ବିହାର ଅଞ୍ଚଳରୁ ଉକ୍ତ ମହିଳାଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

ବ୍ଲାକ ମେଲ କରି ଲୁଟୁ ଥିଲେ ଲକ୍ଷେ ଲକ୍ଷେ ଟଙ୍କା । ଅର୍ଚ୍ଚନା ନିଜକୁ ଓକିଲ ବୋଲି ପରିଚୟ ଦେବା ସହିତ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ । ସେ ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ କରୁଥିଲେ । ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକ ମେଲ କରି ଲକ୍ଷେ ଲକ୍ଷେ ଟଙ୍କା ରୋଜଗାର କରୁଥିଲେ । ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ, ପୋଲିସ ଏବଂ ବ୍ୟବସାୟୀ ।

ସୋସିଆଲ ମିଡିଆ ଦ୍ଵାରା ବଡ ବଡ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବନ୍ଧୁତା ବଢାଉ ଥିଲେ । ଆଉ ତାଙ୍କ ସହ ସମ୍ପର୍କ ରଖି ତାଙ୍କୁ ବ୍ଲାକ ମେଲ କରୁଥିଲେ । ତେବେ ଦର୍ଶକ ବନ୍ଧୁ ଗତ ମେ ମାସରେ ଖଣ୍ଡଗିରୀ ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ ଗିରଫ କରିବା ପରେ ଅର୍ଚ୍ଚନାଙ୍କୁ ଜେରା କରିଛି ପୋଲିସ ।

ବନ୍ଧୁଗଣ ଗତ କିଛି ଦିନ ତଳେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜାଙ୍କର କିଛି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋ ଗୁଡିକରେ ଅକ୍ଷୟ ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖୁଥିବାର ନଜର ଆସୁଥିଲେ । ଏହି ଫଟୋ ଭାଇରାଲ ହେବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟି ଥିଲା । ଅକ୍ଷୟଙ୍କ ପାଇଁ ସାରା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ବଦନାମ ହୋଇଯାଇଥିଲା । ସମସ୍ତେ ଭାବିଲେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ଚାଲିଛି ।

ହେଲେ ଅକ୍ଷୟ ଏହା ବିଷୟରେ କିଛି ବି କହି ନଥିଲେ କିନ୍ତୁ ସମସ୍ତେ ଭାବୁଥିଲେ ଅକ୍ଷୟ ମହିଳା ମାନଙ୍କୁ ହିରୋଇନ ବନେଇବାର ଆଶା ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ପରଦାଫାସ ହେଇଛି । ଅର୍ଚ୍ଚନା ନାମକ ଏହି ମହିଳା ଅକ୍ଷୟଙ୍କୁ ଫସାଇ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *