February ଆରମ୍ଭରୁ ଲାଗୁ ହେବ ଏହି ସବୁ ନୂଆ ନିୟମ ! ଖୋଲିବ ଶ୍ରୀ ମନ୍ଦିର ଆଉ ଖୋଲିବ School ! ଦେଖନ୍ତୁ କେବେଠୁ ?

ବନ୍ଧୁଗଣ, ଆଜି ରାତି ପାହିଲେ ଫେବୃୟାରୀ ମାସ । ଏହି ମାସରେ ବଦଳିବାକୁ ଯାଉଅଛି ଅନେକ ନିୟମ । ଏହା ସହିତ କୋହଳ ହେବ ଅନେକ କଟକଣା । ଆସନ୍ତୁ ଜାଣିନେବା ତାହା କ’ଣ ଅଟେ ? ଆସନ୍ତା କାଲିଠାରୁ ଏହିସବୁ ନିୟମ ମାନିବାକୁ ଆପଣ ବାଧ୍ୟ ହେବେ । ଏବଂ ଏହିସବୁ ସରକାରୀ କଟକଣା ର ପ୍ରଭାବ ଆପଣଙ୍କ ଉପରେ ଆଉ ପଡିବ ନାହିଁ । ଫେବୃୟାରୀ ୧ ତାରିଖ ରୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ଶ୍ରୀ ମନ୍ଦିର ।

ସିଂହଦ୍ଵାର ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ ସର୍ବସାଧାରଣ ଭକ୍ତ । କୋଭିଡ କଟକଣା ନିମନ୍ତେ ଦୀର୍ଘଦିନ ପାଇଁ ବନ୍ଧ ରହିଅଛି ଶ୍ରୀ ମନ୍ଦିର । ଆସନ୍ତା କାଲିଠାରୁ ଚାତକ ଆଖିରେ ଚାହିଁ ରହିଥିବା ଭକ୍ତ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ । କେବଳ ପଶ୍ଚିମ ଦ୍ଵାର ଦେଇ ପୁରୀ ସହରବାସୀ ପ୍ରବେଶ କରିବାର ଅନୁମତି ଥିବା ବେଳେ ଅନ୍ୟ ସମସ୍ତ ଶ୍ରଦ୍ଧାଳୁ ପୂର୍ବ ଦ୍ଵାର ଦେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିବେ ବୋଲି ନିର୍ଦ୍ଧେଶ ଜାରି ହୋଇଛି ।

ସେହିଭଳି ଆସନ୍ତା କାଲିଠାରୁ କୋଭିଡ କଟକଣା କୁ କୋହଳ କରିବାକୁ ଯାଉଛନ୍ତି ତାମିଲନାଡୁ ସରକାର । କ୍ରମଶଃ କରୋନା ସଂକ୍ରମଣ କମୁଥିବାରୁ ଫେବୃୟାରୀ ୧ ରୁ ସମସ୍ତ ସ୍କୁଲ, କଲେଜ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ନାଇଟ କର୍ଫୁ ହଟାଇବା ପରେ ଏବେ ସ୍କୁଲ କଲେଜ ଖୋଲିବାକୁ ଯାଉଛନ୍ତି ତାମିଲନାଡୁ ସରକାର ।

ସେହିଭଳି ହରିୟାନା ସରକାର ଫେବୃୟାରୀ ପହିଲାରୁ ୧୦ ମ ଶ୍ରେଣୀ ଏବଂ ଏହାର ଉପର ଶ୍ରେଣୀ ଖୋଲିବାକୁ ଯାଉଛନ୍ତି । ଗୋଟିଏ ଡୋଜ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ କିମ୍ବା କଲେଜ ରେ ପ୍ରବେଶ କରିବାକୁ ଅନୁମତି ମିଳିବ । ୫୦ ପ୍ରତିଶତ କ୍ଷମତା ସହିତ ସମସ୍ତ ସିନେମା ହଲ, ଥିଏଟର, ଏବଂ ମଲ୍ଟିଫେଲ୍କ୍ସ ଖୋଲିବାକୁ ନିର୍ଦ୍ଧେଶ ଦିଆଯାଇଅଛି । ଏହି ସମୟରେ ଆବଶ୍ୟକ ସାମାଜିକ ଦୂରତା, ସଫା ସୁତରା ଏବଂ କରୋନା ସହିତ ଜଡିତ ସମସ୍ତ ଗାଇଡ ଲାଇନ କୁ ପାଳନ କରିବାକୁ ପଡିବ ବୋଲି କୁହାଯାଇଅଛି ।

ଫେବୃୟାରୀ ପହିଲାରୁ ଉଚ୍ଚ ନ୍ୟାୟାଳୟ ର ନିଷ୍ପତ୍ତି ରେ ପରିବର୍ତ୍ତନ ହେବାକୁ ଯାଉଅଛି । କାଲିଠାରୁ ଉଚ୍ଚ ନ୍ୟାୟାଳୟ ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ପ୍ୟାନେଲ ଲୟର ଙ୍କ ସମେତ ସମସ୍ତ ଆଇନଜୀବୀ ଦାଖଲ କରୁଥିବା ପ୍ରତି ଓକିଲାତି ନାମାରେ ୫୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ ।

ଏଥି ସହିତ ବରିଷ୍ଠ ଆଇନଜୀବୀ, ଆଡ୍ଭୋକେଟ ଜେନେରାଲ, ଆସିଷ୍ଟାନ୍ଟ ଫେଲିସିଟର ଜେନେରାଲ ଙ୍କ ପକ୍ଷରୁ ଦାଖଲ ହେବାକୁ ଥିବା ଆଫିୟରାନ୍ସ ମେମୋ ରେ ୧୦୦ ଟଙ୍କା ମୂଲ୍ୟ ର ଷ୍ଟାମ୍ପ ଲାଗିବ । ପୂର୍ବ ନିୟମ ରେ ଏହିଭଳି ପରିବର୍ତ୍ତନ କରାଯାଇଥିବା ନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ବ୍ୟାଙ୍କ ଅଫ ବରୋଦା, ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କିଛି ନିୟମ ମାନ ବଦଳାଇବାକୁ ଯାଉଛନ୍ତି ।

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲିଷ୍ଟ ବଜେଟ ଉପସ୍ଥାପନ କରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *