ଓଡିଶା High Court ଦେଲେ ବଡ ନିସ୍ପତି ! ଖୋଲିବ School, ଦେଖନ୍ତୁ ଏ ନେଇ କଣ କହିଲେ ହାଇ କୋର୍ଟ !

ନମସ୍କାର ବନ୍ଧୁଗଣ ତେବେ କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ ଅନଲାଇନରେ ଶିକ୍ଷାଦାନ ଜାରି ରହିଥିଲା । ତେବେ ବର୍ତ୍ତମାନ ରାଜ୍ୟରେ ସ୍କୁଲ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ଅଫିସ, ଫ୍ୟାକ୍ଟ୍ରି, ଘରୋଇ ସଂସ୍ଥା, ସିନେମା ହଲ ଆଦି ଖୋଲିଛି । ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ ।

ତେବେ ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ଆସନ୍ତା ୨ ମାସ ମଧ୍ୟରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ କୋଭିଡ୍ କଟକଣାରେ କିଭଳି ସ୍କୁଲ ଖୋଲିବା ତାହା ସ୍ପଷ୍ଟ କରିବାକୁ କୁହା ଯାଇଛି । ତେବେ ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ, ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରୁଛନ୍ତି ସରକାର । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତି ହୋଇନି ।

ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । କେବେ ସ୍କୁଲ ଖୋଲିବ, ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ଆଗକୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍‌ ସମୟ ଥିବାରୁ ସିଲାବସ୍‌ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍‌ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାବେଳେ ସଂକ୍ରମଣ ୩ ହଜାରକୁ ହ୍ରାସ ପାଇଛି । ତେଣୁ ଘରେ ବୋର ହୋଇ ପିଲାମାନେ ବାଧ୍ୟହୋଇ ସପିଂ ମଲ, ସିନେମା ହଲ, ପାର୍କରେ ଭିଡ଼ ଜମାଉଛନ୍ତି । ତୃତୀୟ ଲହର ଫେବୃଆରୀ ମାସ ଶେଷ ସୁଦ୍ଧା ଆସିବା ନେଇ ବିଶେଷଜ୍ଞମାନେ ଚେତାବନା ଦେଇଥିବାରୁ ସେହି ଭୟରେ ଏବେ ସ୍କୁଲ ବନ୍ଦ ରହିଛି । ତେବେ ସଂକ୍ରମଣ ଏବେ ନିମ୍ନମୁଖୀ ହୋଇଥିବାରୁ ସ୍କୁଲ ଖୋଲିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

ଫେବୃଆରୀ ମାସ ପାଇଁ ଏସଆରସି ଗାଇଡଲାଇନ ଜାରି କରି ସାରିଥିବା ବେଳେ ସ୍କୁଲ ଖୋଲିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଅନ୍ୟପକ୍ଷରେ ସଂକ୍ରମଣ କମିବା ପରେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଓଡ଼ିଶାରେ କେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *