ଖେଳ କରିଦେଲେ ଭୁବନେଶ୍ବର ସାଂସଦ Aparajita Sarangi…

ଅପରାଜିତାଙ୍କ ଡବଲ ଧମକା, ଭୁବନେଶ୍ଵରର ଲୋକସଭା ଆସନ ତ ଛାଡିବେ ନାହିଁ ବରଂ ବେଗୁନିଆ ବିଧାନସଭା ଆସନ ବି ହାତରେ ରଖିବେ । ଇଟି ସ୍ଥାନରୁ ଏମପି ଓ ଏମଏଲଏ ଭାବେ କାଳେ ଅପରାଜିତା ଲଢ଼ିବେ । ରାଜ୍ୟରେ ସଂଖ୍ୟା ଗରିଷ୍ଠତା ଆସିଲେ ମୁଖ୍ୟମନ୍ତ୍ରୀ, ନହେଲେ କେନ୍ଦ୍ରରେ ମନ୍ତ୍ରୀ । ଯେମିତି ହେଲେ ଏଥର ଧମାକା କରିବେ ଅପରାଜିତା । ଏ କଥା କେବଳ ତାଙ୍କ ସମର୍ଥକ ନୁହେଁ ବରଂ ଦଳ ଭିତରେ ବି କିଛି ନେତା ଓ କର୍ମୀ କହିଲେଣି ।

ଅପରାଜିତାଙ୍କ ରାସ୍ତା ରୋକିବା ବିଜେପିର ପୁର୍ଖାଙ୍କ ପକ୍ଷେ ସମ୍ଭବ ହେଉନି ।  କାଳେ ଉପରୁ କିଛି ଗୋଟେ ହୋଇଛି ସେଥିପାଇଁ ତ ଅପରାଜିତା ମାଡି ଚାଲି ଛନ୍ତି । ସିଏ ବି କାଳେ ଆଉ ବ୍ରେକ ଲଗେଇବେ ନାହିଁ । ତାଙ୍କ ପଛରେ କେନ୍ଦ୍ରର ହୋମ ମିନିଷ୍ଟର ଅମିତ ଶାହାଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତା 26ରେ ଶାହା ଓଡିଶା ଗସ୍ତରେ ଆସିବେ । ସେଠାରେ ଯଦି ସେ ଅପରାଜିତାଙ୍କ ହାତ ଟେକି ଦେବେ ତେବେ ବାଜି ମାରିବାକୁ ଅପରାଜିତାଙ୍କୁ ଆଉ କେହି ରୋକିପାରିବେ ନାହିଁ । ତେଣୁ ତାଙ୍କ ସମର୍ଥକ ମାନେ ଏବେ ମନେ ମନେ ଲଡୁ ଖାଇଲେଣି । ଆଉ ଅପରାଜିତାଙ୍କ ସମର୍ଥକ ମାନେ ଲଡୁ ବି ଖାଇବା କଥା କାରଣ ବିଜେପି ବିଜେଡି ସହ ଅଦୃଶ୍ୟ ମେଣ୍ଟ କଲେ ଏମପି ଆସନ ପୂର୍ବ ଭଳି ବିଜେପିକୁ ଛାଡିବ ।

କେନ୍ଦ୍ରରେ ବିଜେପି ସରକାର କରିବା ନିଶ୍ଚିତ ବୋଲି ବିଜେପି ନେତା ମାନେ ଦାବି କରୁଛନ୍ତି । ଏହା ହେଲେ ଅପରାଜିତା କେନ୍ଦ୍ରର ବାଜି ମାରି ନେବେ । ରାଜ୍ୟରେ ଦଳ ବିଜେଡି ପଛରେ ରହିଲେ ବି କିଛି ଯାଏ ଆସେ ନାହିଁ । ଯଦି ଦୈବାତ ବିଜେଡି ଉପରେ ବିତସ୍ପୃତ ହୋଇ ଲୋକ ବିଜେପିକୁ ବିକଳ୍ପ ଭାବେ ବାଛିଲେ ବା ବିଜେଡି କାରସାଦି ମାନେ ଅସନ୍ତୁଷ୍ଟ କଲେ ତେବେ ଅପରାଜିତା ଏଠି ବାଜି ମାରିବାର ସୁଯୋଗ ରହିଛି । ସେଥିପାଇଁ ତାଙ୍କ ସମର୍ଥକ ଏବଂ କର୍ମୀ ମାନେ ବେସ ଖୁସି ଅଛନ୍ତି ।

ଯେମିତି ହେଉ ଅପରାଜିତା ଡବଲ ଧମାକା କରିବେ । ଭୁବନେଶ୍ଵରର ଲୋକସଭା ଆସନ ତ ବିଜେଡି ଅପରାଜିତାଙ୍କୁ ଜିତେଇ ଦେବ କାରଣ ଏଠି ବିଜେଡିର କୌଣସି ଯୋଗ୍ୟ ନେତା ନାହାନ୍ତି । ନେତା ମାନଙ୍କ ମଧ୍ୟରେ ଭିତରି କନ୍ଦଳ ରହିଛି । ତେଣୁ ଏଠାରେ ବିଜେଡି ଭୋଟ ଲୋକସଭା ପାଇଁ ବିଜେପିକୁ ଯିବା ନିଶ୍ଚିତ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *