ଖସି ଯିବେ କି ରହସ୍ୟମୟୀ । ଜାମିନ ପାଇଁ କଲେ ଆବେଦନ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କଲେ ଆବେଦନ । ମଙ୍ଗଳବାର କୋର୍ଟରେ ହୋଇପାରନ୍ତି ହାଜର । ନାହିଁ ଯଥେଷ୍ଟ ପ୍ରମାଣ । ସାମନାକୁ ଆସିବାକୁ ଭୟ କରୁଛନ୍ତି ପ୍ରଭାବଶାଳୀ । କଳେବଳେ କୌଶଳେ ଖସାଇ ପାରେ ସଫଳ ହେବ କି ପୋଲିସ । ହଁ ଦର୍ଶକ ବନ୍ଧୁ ଯାହା ଆମେ ପୂର୍ବରୁ କହିଥିଲୁ ସେଇଆ ହିଁ ହେବାକୁ ଯାଉଛି । ସହଜରେ ଖସାଇ ଦେବା ପାଇଁ ଯେଉଁ କଷ୍ଟ କମିସନରେଟ ପୋଲିସ କରିଥିଲା ସେଥିରେ ସଫଳ ହେବାକୁ ଯାଉଛି ।
ଆଇନର ଗଳା ବାଟରେ ଖସିଯିବେ ରହସ୍ୟମୟୀ ଲେଡି ବ୍ଲାକ ମେଲର । ଏବେ ଯାଏଁ ତାଙ୍କ ନାମରେ ସିଧା ସଳଖ ଅଭିଯୋଗ କେହି ବି କରି ନାହାନ୍ତି । ସେ ଟଙ୍କା ନେଉଥିବା ହେଉ କି କଳା ଟଙ୍କାର କାରବାର ହେଉ ତଦନ୍ତ କରିବାକୁ ପଛ ଘୁଞ୍ଚା ଦେଲା ପୋଲିସ । ପ୍ରଥମ ଦିନରୁ ହିଁ ଏହା ଏକ ପ୍ରକାରର ସ୍ପର୍ଷ୍ଟ ହୋଇଥିଲା ।
ଖଣ୍ଡଗିରୀ ପୋଲିସ ତରବାରିଆ ଭାବେ ତଦନ୍ତ କଲା ଆଉ ଖସେଇ ଦେବାକୁ ଯାଇ ଗିରଫ ବି କଲା । ଗିରଫ ପଛରେ ଥିଲା ବଡ ଷଡଯନ୍ତ୍ର । ଯଦିଓ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ପରେ ମାମଲା ନୂଆ ମୋଡ ନେଇଛି ହେଲେ ତାହା ଯଥେଷ୍ଟ ନୁହେଁ । କେବଳ ପରିଜାଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନାଙ୍କୁ ଗିରଫ କରାଗଲା ଆଉ ଏବେ ଜାମିନରେ ଖସାଇବାକୁ ବାଟ ଫିଟିଲା ।
ହଁ ଦର୍ଶକ ବନ୍ଧୁ ଅର୍ଚ୍ଚନାଙ୍କ ବିରୋଧରେ ସେଭଳି କୌଣସି କଡା ଦଫା ବି ଲାଗିଲା ନାହିଁ । ଆଇନ ବିସାଧାରକ କହିବା କଥା ଯେଉଁ ମହିଳା ଅଭିଯୋଗ କରିଥିଲେ ସେହି ମହିଳା ସାମ୍ନାକୁ ଆସିବା ଦରକାର । ହେଲେ ତାଙ୍କୁ ଅଣା ଯାଉ ନାହିଁ ଏବେ ଯେଉଁ ଭଳି ଭାବରେ ତଦନ୍ତ ଚାଲିଛି ତାର ଦମ୍ ନାହିଁ । ପୋଲିସ ତଦନ୍ତ ପ୍ରକ୍ରିୟାରେ କାହିଁକି ସ୍ଵଚ୍ଛତା ରଖୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବି ।
ଏବେ ଅର୍ଚ୍ଚନାଙ୍କ ସମ୍ପତ୍ତି କଥା ଆସିବ କେଉଁଠୁ ହାତେଇ ଥିଲେ ଏତେ ଟଙ୍କା । ଏ ସବୁର ତଦନ୍ତ ହେବା ଦରକାର ଯିଏ ବ୍ଲାକ ମେଲର ଶିକାର ହୋଇ ଟଙ୍କା ଦେଇଛି ସେ ସାମ୍ନାକୁ ଆସିବା ଦରକାର । ତେବେ ଏଠାରେ ପ୍ରଶ୍ନ ପ୍ରଭାବଶାଳୀ ସାମ୍ନାକୁ ଆସିବେ ତ କେଉଁ ମୁହଁ ନେଇ ଆସିବେ । ଯଦି ଆସୁଛନ୍ତି ନିଜେ ବି ଫସିଯିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।