‘ଖରା ହେଲାଣି, ହନିମୁନରେ ଯିବୁନି…ବାହାଘର ପୂର୍ବରୁ ଆମ ଭିତରେ Promise ହୋଇଥିଲା କି…’ Mee Puch Puch ଓ ସ୍ଵାମୀ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ ପୁଚଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ମି ପୁଚ ପୁଚଙ୍କର ଅନେକ କମେଡି ଭିଡିଓ ଦେଖିଥିବେ । ମି ପୁଚ ପୁଚ ନିଜର ଜବରଦସ୍ତ କମେଡି ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ମି ପୁଚ ପୁଚ ନିଜ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ଦର୍ଶକ ବନ୍ଧୁ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ ପୁଚ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ କିଛି ଦିନ ତଳେ ତାଙ୍କର ବିବାହ ହୋଇଥିଲା । ମି ପୁଚ ପୁଚ ସୋମୁ ଷଡଙ୍ଗୀଙ୍କ ସହ ବିବାହ କରିଛନ୍ତି ଆଉ ଏହି ବିବାହ ଅତି ଧୁମଧାମର ସହ ହୋଇଥିଲା । ତେବେ ବିବାହ ଶେଷ ହେବା ପରେ ମି ପୁଚ ପୁଚ ଏବଂ ତାଙ୍କ ସ୍ଵାମୀ ସୋମୁ ଷଡଙ୍ଗୀ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ସୋମୁ କହୁଛନ୍ତି-‘ଆଜି ହେଉଛି ପ୍ରମିଷ ଡେ ମୁଁ ପ୍ରମିଷ ଦେଇଛି ଜନ୍ମଦିନ ତାରିଖ ମୁଁ ମନେ ରଖିବି । ମୁଁ ଜନ୍ମଦିନ ତାରିଖ ଭୁଲି ଯାଏ ତେଣୁ ମୁଁ ଏସବୁ ମନେ ରଖିବି । ଆରେଞ୍ଜ ମ୍ୟାରେଜ ହେଇଛି ତେଣୁ ମୋ ବାପା ତାଙ୍କ ବାପାଙ୍କୁ ପ୍ରପୋଜ କରିଥିଲେ ।

ବାହାଘର ପରେ ମୁଁ ଟିକେ ଲେଟରେ ଉଠେ ଏବେ ମୁଁ ଶୀଘ୍ର ଉଠି ଯାଉଛି’ । ଏନେଇ ମି ପୁଚ ପୁଚ କହୁଛନ୍ତି-‘ମୁଁ ତାଙ୍କୁ ପ୍ରମିଷ କରିଥିଲି ସେ ଯେତେବେଳେ ରାଗିଯିବେ ମୁଁ ନରମ ହେଇ ଯିବି ଆଉ ମୁଁ ଯେତେବେଳେ ରାଗିବି ସେ ନରମ ହେଇଯିବେ । ବାହାଘର ପରେ କିଛି ଅଲଗା ଲାଗୁନି ମୁଁ ଟିକେ ଘର ଲୋକଙ୍କୁ ମନେ ପକାଉଚି ।

ମୋର ସେ ଶାଶୁ ନୁହେଁ ସେ ମୋର ସାଙ୍ଗ ଆଉ ବାପାଙ୍କୁ ମୁଁ ମୋ ଛୁଆ ବୋଲି ଭାବି ଦେଇଛି । ଆଉ ମୋ ସ୍ଵାମୀ ହେଉଛନ୍ତି ମୋ ବେସ୍ଟ ଫ୍ରେଣ୍ଡ । ବାହାଘର ପରେ ହନିମୁନରେ ଯିବୁନି ଖରା ହେଲାଣି ସେଥିପାଇଁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *