ଦର୍ଶକ ବନ୍ଧୁ ବ୍ଲାକ ମେଲର ଅର୍ଚ୍ଚନାଙ୍କ ମାମଲାରେ ଏବେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଏବେ ଖଗା ନାମକ ଏକ ବ୍ୟକ୍ତିଙ୍କ ବିଷୟରେ ଜଣା ପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଖଗା କିଏ କଣ ରହିଛି ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ସହ ଖଗେଶ୍ଵରର ସମ୍ପର୍କ । କାହିଁକି ଫେରାର ହେବେ ଖଗେଶ୍ଵର ହଁ ଆଜ୍ଞା କଥା ଉଠୁଥିବା ଖଗେଶ୍ଵର ଏବେ କେଉଁଠି । କେଉଁଠି ଲୁଚିଛି ଖଗା ଆଉ ତାକୁ ଖୋଜୁଛି ପୋଲିସ ।
ଦର୍ଶକ ବନ୍ଧୁ ଭଲ କରି ଦେଖି ନିଅନ୍ତୁ ଏ ଅଭିଯୋଗ ପତ୍ରଟିକୁ ଏ ଅଭିଯୋଗ ଜଣେ ଯୁବତୀ କରିଥିଲେ । ହଁ ଦର୍ଶକ ବନ୍ଧୁ ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି କିନ୍ତୁ ଅର୍ଚ୍ଚନାଙ୍କ ସହ ଯେଉଁ ଦୁଇଟି ନାମ ଯୋଡି ହୋଇଛି ସେ ହେଉଛି ଜଗବନ୍ଧୁ ଏବଂ ଖଗେଶ୍ଵର । ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଜଗବନ୍ଧୁ ଅସୁସ୍ଥ ଥିବାରୁ ତାଙ୍କୁ ନୋଟିସ ଜାରି କରିଛି ପୋଲିସ ।
ହେଲେ କୁଆଡେ ଗଲା ଏହି ଏଫଆଇଆର ରେ ଥିବା ଖଗେଶ୍ଵର କେଉଁଠି ଲୁଚିଛି ଖଗେଶ୍ଵର । ଶୁଣିବାକୁ ମିଳୁଛି ଗତ ପାଞ୍ଚ ଦିନ ହେବ ପୋଲିସ ଖଗେଶ୍ଵରକୁ ପଚରା ଉଚରା କରୁଥିଲା ଆଉ ଆଜି ହଠାତ କୁଆଡେ ଖଗେଶ୍ଵର ଖସି ଯାଇଛି । ହଁ ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗଙ୍କ ମାମଲାରେ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି । ଆଉ ଆପଣ ଦେଖୁଥିବେ ଏହି ଅଭିଯୋଗ ପତ୍ରଟି ଜଣେ ଯୁବତୀଙ୍କର ।
2008 ମସିହାରେ ଯୁବତୀ ଜଣକ ଥାନାରେ ଏଫଆଇଆର ଦେଇଥିଲେ । ଆଉ ଏଥିରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଏବଂ ଖଗେଶ୍ଵରଙ୍କ ନାମ ଉଲ୍ଲେଖ ରହିଛି । ତେବେ ଯୁବତୀଙ୍କ ଅଭିଯୋଗ କ୍ରମେ ଯଦି ଅର୍ଚ୍ଚନା ନାଗ ଗିରଫ ହୋଇଛନ୍ତି ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ ଜାରି ହୋଇଛି ତେବେ ଖଗେଶ୍ଵର କେଉଁଠି ଲୁଚିଛି । ଏଠି କହି ରଖିବାକୁ ଚାହିଁବୁ ଏ ହେଉଛି ସେହି ଖଗେଶ୍ଵର ଯାହା ଘର ହେଉଛି କଟକ ସଦର ନିଆଳି ଅଞ୍ଚଳରେ । ଖଗେଶ୍ଵର ରସୁଲଗଡରେ ଏକ ଛୋଟିଆ ଦୋକାନ ପ୍ରଥମେ କରିଥିଲା ।
ଏହା ପରେ ସେ ଜଗବନ୍ଧୁ ଆଉ ଅର୍ଚ୍ଚନାଙ୍କ ସହ ମିଶା ମିଶି କରିଲା । ଆଉ ତା ପରେ ସେ ପଳାଶୁଣି ଅଞ୍ଚଳରେ ଏକ ପୁରୁଣା ଗାଡି ସୋ ରୁମ୍ କରିଥିଲା । ଆଉ ଏଥି ସହିତ ଅର୍ଚ୍ଚନାଙ୍କ ନେଟୱାର୍କ ମଧ୍ୟ ସମ୍ଭାଳୁ ଥିଲା । କୁହାଯାଉଛି ଖଗେଶ୍ଵର ଅର୍ଚ୍ଚନାଙ୍କ ସହ ମିଶି ଏକ ବଡ ବିଲଡର ପାଲଟି ଯାଇଛି । ହେଲେ ଏବେ ସେ କେଉଁଟି ଫେରାର ହୋଇ ଯାଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।