କାଗଜ ନୁହେଁ ବରଂ ଏହି ଜିନିଷରେ ତିଆରି ହୋଇଥାଏ ନୋଟ ! କଣ ଆପଣ ଜାଣିଛନ୍ତି କି ତାହା କଣ ? ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଭଳି ଜୀବନ ବଞ୍ଚିବା ପାଇଁ ଟଙ୍କାର ମୁଖ୍ୟ ଆବଶ୍ୟକତା ରହିଛି ତେଣୁ ଲୋକମାନେ ଦିନ ରାତି ଟଙ୍କା ଅର୍ଜନ କରିବା ପାଇଁ କଷ୍ଟ କରିଥାନ୍ତି । ସକାଳୁ ଉଠିବା ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକ ମାନଙ୍କ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା କିଭଳି ଟଙ୍କା ରୋଜଗାର କରିବେ । ବିନା ଟଙ୍କାରେ ଜୀବନ ଅତିବାହିତ କରିବା ଅସମ୍ଭବ ।

କିଛି କିଣିବା ପାଇଁ ହେଉ ବା କିଛି ଖାଇବା ପାଇଁ ସବୁଥିରେ ଟଙ୍କାର ଆବଶ୍ୟକତା ରହିଛି । ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ଏହି ଟଙ୍କା ବା ନୋଟ କେଉଁଥିରେ ତିଆରି ହୁଏ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆମେ ସମସ୍ତେ ଜାଣିଛୁ ଟଙ୍କା ବା ନୋଟ ଏକ କାଗଜ ଅଟେ ।

ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଟଙ୍କା ତିଆରି କରିବା ପାଇଁ ଟିକେ ବି କାଗଜର ବ୍ୟବହାର କରାଯାଏ ନାହିଁ । ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ ନୋଟ ତିଆରି ପାଇଁ କାଗଜ ନୁହେଁ କପା ଓ ଏକ ସ୍ଵତନ୍ତ୍ର କଟନର ବ୍ୟବହାର କରାଯାଇଥାଏ । କାଗଜର ବ୍ୟବହାର କଲେ ନୋଟ ଗୁଡିକ ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିବ ନାହିଁ ଏବଂ ଖୁବ ଶୀଘ୍ର ତାହା ଚିରି ମଧ୍ୟ ଯିବ ।

ଆପଣ ମାନେ ଅନେକ ଥର ଦେଖିଥିବେ ନୋଟ ବା ଟଙ୍କା ପାଣିରେ ଓଦା ହୋଇଗଲେ ମଧ୍ୟ ତାହା ଖରାପ ହୋଇ ନଥାଏ ଏବଂ ଆମେ ତାକୁ ଖରାରେ ଶୁଖାଇ ପୁଣି ବ୍ୟବହାର କରିପାରୁ । ଏହି ସବୁ କାରଣ ପାଇଁ ନୋଟକୁ କାଗଜରେ ତିଆରି କରାନ ଯାଇ କପା ଓ କଟନରେ ତିଆରି କରାଯାଏ । କାଗଜ ନୋଟ ତୁଳନାରେ କପାରେ ତିଆରି ହେଉଥିବା ନୋଟ ଅଧିକ ମଝବୁତ ଅଟେ ।

ବନ୍ଧୁଗଣ କେବଳ ଭାରତ ନୁହେଁ ସମସ୍ତ ଦେଶରେ ନୋଟ ତିଆରି କରିବା ପାଇଁ କପାର ବ୍ୟବହାର କରାଯାଇଥାଏ । କପାରେ ଲେନିନ ନାମକ ଏକ ଫାଇବାର ରହିଥାଏ ଯେତେବେଳେ ନୋଟ ତିଆରି କରାଯାଇଥାଏ ସେତେବେଳେ କେବଳ କପା ନୁହେଁ ଗେଟଲିନର ମଧ୍ୟ ବ୍ୟବହାର କରାଯାଇଥାଏ ଯେଉଁଠି ପାଇଁ ଅଧିକ ଦିନ ପର୍ଯ୍ୟନ୍ତ ନୋଟ ଗୁଡିକ ଖରାପ ହୁଏ ନାହିଁ ।


ତେବେ ଆମ ଦେଶରେ ନୋଟ ଛପାଇବାର ଅଧିକାର କେବଳ ରିଜର୍ବ ବ୍ୟାଙ୍କ ପାଖରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *