ସାବିତ୍ରୀ ବ୍ରତ (30 May 2022) ରେ ଏହି ସବୁ ପୂଜା ସାମଗ୍ରୀ ବ୍ୟବହାର କଲେ ବଢିଥାଏ ସ୍ୱାମୀର ଆୟୁଷ, ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ସଧବା ନାରୀମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ଅମାବାସ୍ୟା । ଆସନ୍ତା ମେ ୩୦ ତାରିଖରେ ସାରା ଓଡିଶାରେ ଏହି ପର୍ବ ପାଳନ ହେବାକୁ ଯାଉଛି । ଏହି ବ୍ରତରେ ଓଡିଆ ଘରର ସଧବା ନାରୀମାନେ ସେମାନଙ୍କ ପତିଙ୍କର ଶୁଭ ମନାସିବା ପାଇଁ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀଙ୍କର ଇଚ୍ଛା ଥାଏ ସାବିତ୍ରୀଙ୍କ ଭଳି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ।


ତେବେ ସେଥିପାଇଁ ଏହି ବ୍ରତକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ବ୍ରତର ପୂଜାରେ ନାରୀମାନେ କେଉଁ ସବୁ ଜିନିଷ ବ୍ୟବହାର କରି ଥାନ୍ତି ଓ ଏହାର ମାହାତ୍ମ୍ୟ କଣ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଓ ଏହାର ମାହାତ୍ମ୍ୟ କଣ ? ତେବେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ ।

ଏହା ସଧବା ନାରୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଏହି ଦିନ ସତ୍ୟବାନ, ସାବିତ୍ରୀ ତଥା ଯମରାଜାଙ୍କ ପୂଜା କରା ଯାଇଥାଏ । ପୌରାଣିକ କଥା ଅନୁସାରେ ଏହି ଦିନ ସାବିତ୍ରୀ ଏହି ବ୍ରତ ପାଳନ କରି ନିଜ ସ୍ଵାମୀଙ୍କୁ ଯମରାଜାଙ୍କ ଠାରୁ ଫେରାଇ ଆଣିଥିଲେ । ସେହି ଦିନଠାରୁ ଏହି ସାବିତ୍ରୀ ବ୍ରତକୁ ପାଳନ କରାଯାଉଛି । ତେବେ ସେଥିପାଇଁ ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜ ପତିଙ୍କ ରକ୍ଷା କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି ।


ଏହି ଦିନ ସଧବା ନାରୀମାନେ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ନୂଆ ଶାଢୀ ପିନ୍ଧି ପୂଜା ସାମଗ୍ରୀ ଓ ଫଳମୂଳ ଧରି ସାବିତ୍ରୀଙ୍କ ପୂଜା ଲାଗି ବାହାରି ଥାଆନ୍ତି । ତେବେ ଏହି ସବୁ ପୂଜା ସାମଗ୍ରୀ ଜଣେ ବିବାହିତା ନାରୀର ପ୍ରତୀକ । ଯେତେବେଳେ ଝିଅଟିଏ ବୋହୁ ହୋଇ ଶାଶୁ ଘରକୁ ଯାଏ ସେତେବେଳେ ସେ ଲାଲ ରଙ୍ଗର ସବୁ ଜିନିଷ ପିନ୍ଧିଥାଏ । କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭ ର ପ୍ରତୀକ ।

ସେଥିପାଇଁ ସଧବା ନାରୀମାନେ ସର୍ବଦା ମଥାରେ ଲାଲ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ପତିଙ୍କ ଶୁଭ ମନାସି ବିଭିନ୍ନ ବିପଦରୁ ରକ୍ଷା କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ତେବେ ସାବିତ୍ରୀ ଅମାବାସ୍ୟା ଦିନ ସ୍ନାନ କରିବା ପରେ ନୂତନ ଲୁଗା ପିନ୍ଧି ପୂଜା କରିବା ଉଚିତ । ସାବିତ୍ରୀ ଅମାବାସ୍ୟା ଦିନ କଳା ରଙ୍ଗର ପୋଷାକ ପିନ୍ଧି କେବେ ବି ପୂଜା କରନ୍ତୁ ନାହିଁ । କହିବାକୁ ଗଲେ ନାଲି ରଙ୍ଗ ମା ସାବିତ୍ରୀଙ୍କ ଅତି ପ୍ରିୟ ଅଟେ । ସେଥିପାଇଁ ଆପଣ ନାଲି ରଙ୍ଗର ଶାଢୀ ପିନ୍ଧି ପୂଜା କରି ପାରିବେ ।


ତେବେ ଏହି ବ୍ରତ ପାଇଁ ବ୍ରତ, ଲାଲ୍ ରଙ୍ଗର ଶାଢ଼ୀ, ଅଳତା, ସିନ୍ଦୂର , ପାନିଆ, ଦର୍ପଣ, ଦୂବ ବରକୋଳି ପତ୍ର, ଫୁଲ ଇତ୍ୟାଦି । ଏବଂ ଭୋଗ ପାଇଁ ବିଭିନ୍ନ ପ୍ରକାରର ଫଳମୂଳ ଆବଶ୍ୟକ ହୋଇଥାଏ ଯେପରିକି ନଡିଆ, ଆମ୍ବ, କଦଳୀ, ସପୁରୀ, ଖଜିର୍ କୋଳି ଏବଂ ତାଳ ସଜ ଇତ୍ୟାଦି ଏହିସବୁ ପୂଜା ସାମଗ୍ରୀ ଜଣେ ବିବାହିତ ନାରୀର ପ୍ରତୀକ ହୋଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *