କେଉଁ ସବୁ କାମରେ ଆସିଥାଏ ଫ୍ଲାଇଟ ମୋଡ୍ ? ଫ୍ଲାଇଟ ବ୍ଯତୀତ ଅନ୍ୟ କେଉଁଠି କରିପାରିବେ ଏହାର ବ୍ୟବହାର ?

ଫୋନରେ ଥିବା ଏୟାରପ୍ଳେନ ମୋଡ୍ ବା ଫ୍ଲାଇଟ ମୋଡ୍ କେବଳ ଫ୍ଲାଇଟ ଭିତରେ ବ୍ଯବହାର କରାଯାଏ ବୋଲି ଅନେକ ଲୋକଙ୍କ ଧାରଣା । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫ୍ଲାଇଟ ବ୍ଯତୀତ ଆହୁରି ଅନେକ କାମରେ ଆସିଥାଏ ଏହି ଫିଚର । ଆପଣ ଜାଣିଥିବେ କି, ଏୟାରପ୍ଳେନ ମୋଡ୍ ଏମିତି ଏକ ସେଟିଂ ଯାହାକୁ ଆକ୍ଟିଭ କରିବା ଦ୍ଵାରା ଏହା ଡିଭାଇସ ର ସମସ୍ତ ସିଗନାଲ ଟ୍ରାନ୍ସମିଶନକୁ ରୋକି ଦେଇଥାଏ ।

ଏହା ଅନ୍ ହେବା ମାତ୍ରେ ସେଲୁଲାର କନେକ୍ସନ, ୱାଇଫାଇ ଓ ବ୍ଲୁଟୁଥ୍ କନେକ୍ସନ ଡିଜେବଲ୍ ହୋଇଯାଏ । ତେବେ ଫ୍ଲାଇଟ ବ୍ଯତୀତ ଅନ୍ୟ କେଉଁ ଜରୁରୀ କାମରେ ଏହି ଫିଚର ସାହାଯ୍ୟ କରିଥାଏ ଆସନ୍ତୁ ଜାଣିବା ।

କୌଣସି ଏମରଜେନ୍ସିରେ ଯଦି ଆପଣ ଫୋନ୍ ର ବ୍ଯାଟେରୀ ସେଭ୍ କରିବାକୁ ଚାହୁଁଛନ୍ତି ତେବେ ଫ୍ଲାଇଟ ମୋଡ୍ ଆପଣଙ୍କ କାମରେ ଆସିପାରେ । ଆମ ଫୋନରେ ଥିବା ରେଡିଓ ଫ୍ରିକ୍ୟୁଏନ୍ସି ଗୁଡିକ ଲୋକେସନ୍ ଚେକ୍ କରିବା, ବ୍ଲୁଟୁଥ୍ ଏବଂ ସେଲ୍ ଟାୱାର୍ସ ସହ କମ୍ୟୁନିକେଶନ କରିବା ଆଦି କାମ କରିଥାନ୍ତି । ଯାହାଦ୍ୱାରା ଫୋନ ବ୍ଯାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । କିନ୍ତୁ ଫ୍ଲାଇଟ ମୋଡ୍ ଅନ୍ କରିବା ଦ୍ଵାରା ଏହି ସବୁ କାମ ବନ୍ଦ ହୋଇଯାଏ । ଫଳରେ ବ୍ଯାଟେରୀ ସେଭ୍ ହୋଇଥାଏ ।

ଯଦି ଆପଣଙ୍କ ଫୋନରେ କିଛି ନେଟୱର୍କ ସମସ୍ଯା ହେଉଛି ଏବଂ ଫୋନ୍ ଅନ୍ ଅଫ୍ କରିବାକୁ ଆପଣଙ୍କ ପାଖେ ସମୟ ନାହିଁ ତେବେ ଏହି ସମୟରେ ମଧ୍ୟ କାମରେ ଆସିଥାଏ ଫ୍ଲାଇଟ ମୋଡ୍ । କିଛି ସମୟ ପାଇଁ ଫ୍ଲାଇଟ ମୋଡ୍ ଅନ୍ କରି ଅଫ୍ କରିବା ଦ୍ଵାରା ନେଟୱର୍କ ରିସେଟ୍ ହୋଇଯାଏ । ଯଦ୍ୱାରା ଛୋଟମୋଟ ନେଟୱର୍କ ସମସ୍ଯା ତୁରନ୍ତ ସମାଧାନ ହୋଇଯାଏ ।

ଯଦି ଆପଣଙ୍କ ପାଖରେ ଫୋନ୍ ଚାର୍ଜ କରିବା ପାଇଁ ଯଥେଷ୍ଟ ସମୟ ନାହିଁ ତେବେ ଚାର୍ଜ କରିବା ବେଳେ ଏୟାରପ୍ଳେନ ମୋଡ୍ ଅନ୍ କରି ଦିଅନ୍ତୁ । ଏହାଦ୍ବାରା ବ୍ୟାକଗ୍ରାଉଣ୍ଡ ପ୍ରୋସେସ୍ ପାଇଁ ଫୋନ୍ ବ୍ଯାଟେରୀ ଖର୍ଚ୍ଚ ନକରି ଶୀଘ୍ର ଚାର୍ଜ ହେବ ।

ଅନେକ ଲୋକ ଶୋଇବା ବେଳେ ମୁଣ୍ଡ ପାଖରେ ଫୋନ୍ ରଖି ଶୋଇଥାନ୍ତି । ଯେଉଁଥି ପାଇଁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରେଡିଏସନ ଯୋଗୁଁ ନିଦ ବାରମ୍ବାର ବାଧାପ୍ରାପ୍ତ ହୋଇଥାଏ । ଫୋନରୁ ବାହାରୁଥିବା ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରେଡିଏସନ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହାନିକାରକ ହୋଇଥାଏ ।

ତେଣୁ ଶୋଇବା ବେଳେ ଫୋନ୍ ଅଫ୍ କରିବାକୁ ଚାହୁଁ ନଥିଲେ ଫ୍ଲାଇଟ ମୋଡ୍ ଅନ୍ କରିପାରିବେ । ସେହିପରି ହସ୍ପିଟାଲ ଓ ଲ୍ୟାବ ଭଳି ସେନ୍ସିଟିଭ ଉପକରଣ ରଖା ଯାଇଥିବା ସ୍ଥାନକୁ ଯାଉଥିଲେ ଫ୍ଲାଇଟ ମୋଡ୍ ଅନ୍ କରିନିଅନ୍ତୁ । କାରଣ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରେଡିଏସନ ର ପ୍ରଭାବ ଏହିସବୁ ଉପକରଣ ଉପରେ ମଧ୍ୟ ପଡିଥାଏ ।

Leave a Reply

Your email address will not be published. Required fields are marked *