ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା କଥା ବିଷୟରେ ଆଲୋଚନା କରି ନେବା ଯାହା ଆପଣଙ୍କ ବୁଦ୍ଧି କୁ ଆହୁରି ପ୍ରଖର କରିବ । ତେବେ ଚାଲନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ । ୧- ହଳିଥାଏ କିନ୍ତୁ ଗଛ ନୁହେଁ । ଚାଲିଥାଏ କିନ୍ତୁ ଗାଡି ନୁହେଁ । ଟିକି ଟିକି କରି ଗଡେ କିନ୍ତୁ ଘଡି ନୁହେଁ । ତେବେ ତାହା କଣ?ଉତ୍ତର- ଟାଇପ ମେସିନ । ୨- ଜନମ ମୋର ସମୁଦ୍ର ଜଳେ । ରହିଥାଏ ମୁଁ ରୋଷେଇ ଶାଳେ । ଉତ୍ତର- ଲୁଣ ।
୩- ଜଣେ ଭାଇ ତା ଭଉଣୀ କୁ ଗୋଟିଏ ଫଳ ଦେଲା ଏବଂ କହିଲା ଭୋକ କଲେ ଖାଇବୁ ଶୋଷ କଲେ ପିଇବୁ ଏବଂ ଶୀତ କଲେ ଜାଳିବୁ । ତେବେ ତାହା କଣ?ଉତ୍ତର- ନଡ଼ିଆ ।
୪- ଛପା ହୋଇ ନଥିଲେ ବି ସେ ବହି । ତେବେ ତାହା କଣ ? ଉତ୍ତର- ଫେସବୁକ ।
୫- ତେବେ ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପୂର୍ବରୁ ତାକୁ ଭାଙ୍ଗିବାକୁ ପଡ଼ିଥାଏ । ଉତ୍ତର- ଅଣ୍ଡା ।
୬- ଏମିତି ବାଘ ସେ ଛାଡେନି ଘର ଓ ଖାଏନି ମଣିଷ । ପିଏ ସେ କ୍ଷୀର । ମାଆ ନ ଦେଖିଲେ ମାଉସୀ ଦେଖଲୋ କୁକୁର କୁ ତାର ପ୍ରବଳ ଡର । ଉତ୍ତର- ବିଲେଇ ।
୭- ଗାତରେ କରଇ ଘର ମୁହଁରେ ତାର ନିଶ ଯାହା ଘରେ ପଶେ କରେ ତାହାର ସର୍ବନାଶ । ଉତ୍ତର- ମୂଷା ।
୮- ବର୍ଷା ଆସିଲେ ଉପରକୁ ଆସେ ଓ ବର୍ଷା ଛାଡିଲେ ତଳକୁ ଯାଏ । ତାହା କଣ?ଉତ୍ତର- ଛତା ।
୯- ବାବାଜୀ ନୁହେଁ ସେ ବଢ଼ାଇଛି ଦାଢ଼ି । ପାଦତଳ ଯାଏ ଆସିଛି ବଢି । ପିଲାଏ ଖେଳନ୍ତି ଦାଢୀରେ ଦୋଳି ପକ୍ଷୀଏ ଖାଆନ୍ତି ତାର କୋଳି । ଉତ୍ତର- ବରଗଛ ।
୧୦- କେଉଁ ଗଛରେ କାଠ ନ ଥାଏ ? ଉତ୍ତର- କଦଳୀ ।
୧୧- ତାହା କଣ ଯାହାକୁ ଲୋକେ ଭାଙ୍ଗିଲା ପରେ ଖୁସି ହୋଇ ଥାଆନ୍ତି । ଉତ୍ତର- ରେକର୍ଡ ।
୧୨- ତୁ ଯେତେ ହଲାଉଛୁ ହଲା ମୁଁ ତଳେ ନ ପଡିଲେ ଗଲା । ଉତ୍ତର- ଦୋଳି ।
୧୩- କେତେବେଳେ ପିଏ କଳା ପାଣି ମୁଁ କେତେବେଳେ ନାଲି ପେଟ ଖାଲି ହେଲେ ମୁହଁ ଶୁଖିଯାଏ । ଆଉ ନ ପାରଈ ଚାଲି । ଉତ୍ତର- କଲମ ।
୧୪- ଯାହା କେବଳ ବଢିଥାଏ କେବେ କମିନଥାଏ । ଉତ୍ତର- ବୟସ ।
୧୫- କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ । ଉତ୍ତର- ପାଇଡ଼/ ନଡ଼ିଆ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।