କେଉଁ ପରିସ୍ଥିତିରେ ଝିଅ ହାତକୁ ଯାଇପାରିବନି ବାପାର ସମ୍ପତ୍ତି ? ବିବାହିତ ଝିଅକୁ କାଣିଚାଏଁ ବି ମିଳିବନି ଭାଗ !

କେଉଁ ପରିସ୍ଥିତିରେ ଝିଅ ହାତକୁ ଯାଇପାରିବ ନାହିଁ ବାପାର ସମ୍ପତି ! କେତେବେଳେ ବାପା ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ଝିଅ ? ସବୁ ପିଲା ମାନଙ୍କୁ ତାଙ୍କ ବାପା, ମାଆଙ୍କ ସମ୍ପତ୍ତିରୁ ଭାଗ ମିଳିଥାଏ । ପ୍ରତ୍ଯେକ ପରିବାରର ମୁଖ୍ୟ ତାଙ୍କ ଇଛାରେ ତାଙ୍କ ପୁଅ ଓ ଝିଅ ମାନଙ୍କ ମଧ୍ୟରେ ସମ୍ପତ୍ତିଙ୍କୁ ବାଣ୍ଟି ଦେଇଥାନ୍ତି । ଯାହା ପରେ ତାଙ୍କ ପରିବାରରେ ସମ୍ପତ୍ତିକୁ ନେଇ କୌଣସି ବିବାଦ ହୋଇନଥାଏ । ହେଲେ ବାପା ୱିଲ୍ ରେ ବିବାହିତ ଝିଅକୁ ମିଳିବ କି ଭାଗ । ତେବେ ଏପରି ପ୍ରଶ୍ନ ସବୁ ଝିଅଙ୍କ ମନରେ ।

ଯଦି ବାପା ବଞ୍ଚିଛନ୍ତି । ନିଜର ସମ୍ପତ୍ତିକୁ ନିଜ ପୁଅ କିମ୍ବା ନାତି ମାନଙ୍କ ନାମରେ କରିଦେଇଛନ୍ତି । ତେବେ ତାଙ୍କ ଝିଅ ମାନେ ଏହି ଦାବୀ କରିପାରିବେ ନାହିଁ । ଯଦି ବାପାଙ୍କ ମୃତ୍ୟୁ ପରେ ଏହା ଜଣା ପଡେ । ଯେ ସେ ଇଛାପତ୍ର କରୁଛନ୍ତି ଯେଉଁଥିରେ ଝିଅର ନାମ ଉଲ୍ଲେଖ ନାହିଁ । ତେବେ ଝିଅ ସମ୍ପତ୍ତି ପାଇପାରିବ ନାହିଁ । କିନ୍ତୁ ଉତ୍ତରାଧିକାରୀ ହୋଇଥିବାରୁ ସେ ଓକିଲାତି ନାମକୁ ଚାଲେଞ୍ଜ କରିପାରିବ । ଯଦି ବାପା ମରିବା ପୂର୍ବରୁ ସବୁ ସମ୍ପତ୍ତି ପୁଅ ନାମରେ କରିଦେଇଥାନ୍ତି ।

ତାହେଲେ ଝିଅ ସମ୍ପତ୍ତିରୁ କିଛି ବି ଭାଗ ପାଇପାରିବ ନାହିଁ । ହେଲେ ଯଦି ପିତା ଚାହିଁବେ ସବୁ ସମ୍ପତ୍ତି ପୁଅ ନାମରେ କରିପାରିବେ । ହେଲେ ପୂର୍ବଯଙ୍କ ସମ୍ପତ୍ତିରୁ ଝିଅଙ୍କୁ ବେଦଖଲ କରିପାରିବେ ନାହିଁ । କାରଣ ଝିଅ ମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଭାବେ ଆଇନଗତ ଅଧିକାର ପ୍ରଦାନ କରାଯାଇ ଅଛି । ହିନ୍ଦୁ ଉତ୍ତରାଧିକାର ଅଧିନିୟମ 2005 ଅନୁଯାଇ ଗୋଟିଏ ଝିଅର ଗୋଟିଏ ପୁଅ ଭଳି ସମାନ ଅଧିକାର ଦିଆଯାଇଛି ।

ଯେହେତୁ ଏହା ପୈତୃକ ସମ୍ପତ୍ତି ପିତାଙ୍କ ଏହା ସ୍ଵଅର୍ଜିତ ସମ୍ପତ୍ତି ନୁହେଁ । ତେଣୁ ସେଥିରେ ପୁଅ ଏବଂ ଝିଅଙ୍କର ସମାନ ଅଧିକାର ରହିଛି । ତେଣୁ ବାପା ଚାହିଁଲେ ବି ଝିଅଙ୍କୁ ପୈତୃକ ସମ୍ପତ୍ତିରୁ ବେଦଖଲ କରିପାରିବେ ନାହିଁ। ହେଲେ ଯଦି ବାପା ଜୀବିତ ଅଛନ୍ତି । ନିଜ ପୁଅ କିମ୍ବା ଝିଅକୁ ସମ୍ପତ୍ତି ଦେବାକୁ ଚାହୁଁନାହାନ୍ତି । ତେବେ ଝିଅ ଓ ପୁଅ ଏହି ବିଷୟରେ କିଛି ବି କରିପାରିବେ ନାହିଁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଏହିଭଳି ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *