କିଏ କେଉଁ ମନ୍ତ୍ରୀ ହେଲ ? କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ ? ଦେଖନ୍ତୁ ପୁରା ଲିଷ୍ଟ…

ବନ୍ଧୁଗଣ, ନବୀନ ଙ୍କ ନୂଆ ଟିପ ୧୩ କ୍ୟାବିନେଟ ମନ୍ତ୍ରୀ ଏବଂ ୮ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ନେଇ ଯେଉଁ ନୂଆ ଟିମ ରେ କେଉଁ ମନ୍ତ୍ରୀ ଙ୍କୁ କେଉଁ ବିଭାଗ ମିଳିଛି ଆସନ୍ତୁ ସେ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ଜଗନ୍ନାଥ ସାରକା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ତାଙ୍କୁ SC/ST  ବିଭାଗ ର ଗୁରୁତ୍ଵପୂର୍ଣ୍ଣ ବିଭାଗ ମିଳିଛି ଏବଂ ଏହା ତଳ ଭାଗରେ ଦ୍ଵିତୀୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ନିରଞ୍ଜନ ପୂଜାରୀ ତାଙ୍କୁ ଅର୍ଥ ଏବଂ ସାଂସାଦୀୟ ବେପାର ବିଭାଗର ମନ୍ତ୍ରୀ କରାଯାଇଅଛି ।

ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ କରାଯାଇଅଛି କୃଷି ମନ୍ତ୍ରୀ । ପ୍ରଦୀପ କୁମାର ଜଙ୍ଗଲ ଏବଂ ପରିବେଶ ବିଭାଗ ଏହା ସାଙ୍ଗକୁ ପଞ୍ଚାୟତରାଜ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ହୋଇଛନ୍ତି । ଉଷା ଦେବୀ ଙ୍କୁ ହାଉସିଂ ଏବଂ ହରବାଲ ଡେଭଲୋପମେଣ୍ଟ ବିଭାଗ ର ଦିଆଯାଇଅଛି ମନ୍ତ୍ରୀବିଭାଗ । ପଫୁଲ ମଲ୍ଲିକ ଖଣି ଏବଂ ଇସ୍ପାତ ବିଭାଗ ର ମନ୍ତ୍ରୀ ।

ପ୍ରତାପ ଦେବ ଙ୍କୁ ଶିଳ୍ପ ଏବଂ ଶକ୍ତି ବିଭାଗ ର ମନ୍ତ୍ରୀ ଭାବରେ ଦିଆଯାଇଅଛି । ସବ୍ୟସାଚୀ ନାୟକ ଖାଦ୍ୟ ଯୋଗାଣ ଏବଂ ସମବାୟ ବିଭାଗ ର ମନ୍ତ୍ରୀ ଭାବରେ ସେ ଦାଇତ୍ଵ ନେବେ ଏବଂ ତାଙ୍କୁ ଏହି ଦୁଇ ଗୁରୁତ୍ଵପୂର୍ଣ୍ଣ ବିଭାଗ ମିଳିଛି । ଟୁକୁନି ସାହୁ କୁ ଜଳ ସମ୍ପଦ ଏବଂ ପରିବହନ ବିଭାଗ ର ମନ୍ତ୍ରୀ ଭାବରେ ଦିଆଯାଇଅଛି । ଅଶୋକ ଚନ୍ଦ୍ର ପଣ୍ଡା ଙ୍କୁ ବିଜ୍ଞାନ ଏବଂ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦିଆଯାଇଅଛି ।

ରାଜେନ୍ଦ୍ର ଢୋଲକିୟା ଯିଏ କି କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ତାଙ୍କୁ ଯୋଜନା ଏବଂ ସଂଯୋଜନା ବିଭାଗ ର ମନ୍ତ୍ରୀ ଭାବରେ ସେ ଦାଇତ୍ଵ ତୁଲାଇବେ । ରାଷ୍ଟ୍ର ମନ୍ତ୍ରୀ ସମୀର ରଞ୍ଜନ ଦାସ ହୋଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ରିପିଟ ହୋଇଛନ୍ତି । ନୂଆକରି ମନ୍ତ୍ରୀ ହୋଇଥିବା ଅଶ୍ଵିନୀ କୁମାର ପାତ୍ର ତାଙ୍କୁ ଦିଆଯାଇଅଛି ପର୍ଯ୍ୟଟନ, ଓଡିଆ ଭାଷା, ଏବଂ ସାହିତ୍ୟ ବିଭାଗ ର ମନ୍ତ୍ରୀ ।

ସେହିଭଳି ପ୍ରୀତିରଞ୍ଜନ ଘଡାଇ ଯିଏ କି ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ତାଙ୍କୁ ଦିଆଯାଇଅଛି ଗ୍ରାମ୍ୟଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଏବଂ ବୈଶହିକ ଶିକ୍ଷା । ଶ୍ରୀକାନ୍ତ ସାହୁ ଙ୍କୁ ସମ ବିଭାଗ ର ମନ୍ତ୍ରୀ ଭାବରେ ତାଙ୍କୁ ଦାଇତ୍ଵ ମିଳିଛି । ତୁଷାରକାନ୍ତି ବେହେରା ଙ୍କୁ କ୍ରିଡା ବିଭାଗ ଦିଆଯାଇଅଛି । ସେହିଭଳି ରୋହିତ ପୂଜାରୀ ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *