କେବଳ ଏହି ଲୋକ ମାନଙ୍କ ପାଇଁ ମହଙ୍ଗା ହେଲା Diesel ! ଲିଟର ପ୍ରତି ବଢିଲା 25 ଟଙ୍କା

ବନ୍ଧୁଗଣ, ସୂଚନା ଅନୁଯାୟୀ କମ୍ପାନୀ ମାନଙ୍କ ନିମନ୍ତେ ବଢିଯାଇଅଛି ଡିଜେଲ ଦର । ସାଧାରଣ ଗ୍ରାହକଙ୍କ ଉପରେ ବର୍ତ୍ତମାନର ବର୍ଦ୍ଧିତ ତେଲ ଦର ର ବୋଝ ପଡିବ ନାହିଁ । କିନ୍ତୁ ବିପୁଳ ମାତ୍ରାରେ ଡିଜେଲ ସିଧା ସଳଖ ତେଲ କମ୍ପାନୀ ଗୁଡିକ ଠାରୁ କିଣୁଥିବା ବଡ ବଡ ଶିଲ୍ପସଂସ୍ଥା, ରେଳବାୟୀ ଏବଂ ଠିକାଦାର ମାନଙ୍କୁ ବର୍ତ୍ତମାନ ଚଢା ଦରରେ ଡିଜେଲ କିଣିବାକୁ ପଡିବ । ଏ ବର୍ଗ ର ଗ୍ରାହକଙ୍କ ପାଇଁ ଲିଟର ପିଛା ୨୫ ଟଙ୍କା ମହଙ୍ଗା ହୋଇଛି ଡିଜେଲ ଦର । ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଫଳରେ ଆନ୍ତର୍ଜାତୀୟ ବଜାରରେ ଅସ୍ଵଧିତ ତେଲର ଦର ମହଙ୍ଗା ହୋଇଛି ।

ଏଥିପାଇଁ ସରକାରୀ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ପାଇଁ କ୍ଷତି ସହୁଛନ୍ତି ଏବଂ ସେହି କ୍ଷତି କୁ ଭରଣ କରିବା ନିମନ୍ତେ ଡିଜେଲ ମୂଲ୍ୟ ରେ ବୃଦ୍ଧି ହୋଇଅଛି । ମାତ୍ର ସାଧାରଣ ପେଟ୍ରୋଲ ପମ୍ପ ରେ ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି କରାଯାଇନାହିଁ ।

ପୂର୍ବରୁ ସାଧାରଣ ଗ୍ରାହକଙ୍କୁ ଯେଉଁ ଦରରେ ଡିଜେଲ ବିକ୍ରି କରାଯାଏ ତାହାଠାରୁ କମ ଦରରେ ଡିଜେଲ କିଣିଥାନ୍ତି ବଡ ବଡ କମ୍ପାନୀ ଏବଂ ଶିଳ୍ପସଂସ୍ଥା । ଏବେ କିନ୍ତୁ ସେମାନଙ୍କ ପାଇଁ ଦର ବୃଦ୍ଧି ପାଇ ଥିବାରୁ ଡିଜେଲ ଲିଟର ପିଛା ୧୧୫ ଟଙ୍କା ରେ ଏବେ କିଣିବା ନିମନ୍ତେ ପଡିବ । ମାତ୍ର ଦର ବୃଦ୍ଧି ବୋଝରୁ ବୃଦ୍ଧି ପାଇବା ପାଇଁ କମ୍ପାନୀ ଗୁଡିକ ସିଧା ସଳଖ ତେଲ କମ୍ପାନୀ ଠାରୁ ଡିଜେଲ ନ କିଣି ଏବେ ପେଟ୍ରୋଲ ପମ୍ପ ରୁ ଅଳ୍ପ ପରିମାଣର ଡିଜେଲ କିଣୁଥିବାର ଦେଖାଯାଇଅଛି ।

ତେବେ ଏହା ସାଧାରଣ ଜନତା ଙ୍କ ଉପରେ ପ୍ରଭାବ ପକାଇବ କି ନା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହିଭଳି ପେଟ୍ରୋଲ ତଥା ଡିଜେଲ ର ଦର ବୃଦ୍ଧି କୁ ନେଇ ବଡ ବଡ କମ୍ପାନୀ ମାନେ ଅସନ୍ତୁଷ୍ଠ ପ୍ରକାଶ କରିଛନ୍ତି । ଏହା କେବଳ ବଡ ବଡ କମ୍ପାନୀ ଉପରେ ଲାଗୁ ହେବ ବୋଲି କୁହାଯାଇଅଛି ।

ମାତ୍ର ଯଦି ଏହା ସାଧାରଣ ଜନତା ଙ୍କ ଉପରେ ଲାଗୁ ହୁଏ ଅର୍ଥାତ ଯଦି ପୁଣି ପେଟ୍ରୋଲ ର ଦର ବୃଦ୍ଧି କରାଯାଏ ତେବେ ଏହା ଜନତା ଙ୍କ ନିମନ୍ତେ ମୁଣ୍ଡ ବଥା ର କାରଣ ପାଲଟିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *