Tapaswini ଓ Sumit ଙ୍କ ମାମଲାରେ ନୂଆ ଟ୍ଵିଷ୍ଟ, କୋର୍ଟରେ ମିଠା ଧରି ପହଞ୍ଚିଲେ ସୁମିତଙ୍କ ଓକିଲ, କିନ୍ତୁ କେଉଁ ଖୁସିରେ ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା । ଶନିବାର ଥିଲା ଡିମ୍ପଲ- ସୁମିତଙ୍କ ଶେଷ ମଧ୍ୟସ୍ଥତାର ତାରିଖ  ।   ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ ହାଇକୋର୍ଟ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା କରିବାକୁ ୩ଥର ଶୁଣାଣି ହୋଇଥିଲା । ଶାଶୁଘରେ ରହିବାକୁ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।


ଶାଶୁଘର ଲୋକେ ପ୍ରବେଶ ଅନୁମତି ଦେଇନଥିବାବେଳେ ଘର ସମମୁଖରେ ଆନ୍ଦୋଳନରେ ବୂସିଥିଲେ ତପସ୍ୱିନୀ ଦାସ ଓରଫ ଡିମ୍ପଲ  । ପରେ ଏହି ମାମଲା କୋର୍ଟରେ ପହଁଚିଥିଲା  ।   ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ  । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା । ଆସନ୍ତା ୯ ତାରିଖରେ ହାଇକୋର୍ଟ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।

ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସୁମିତଙ୍କ ଓକିଲ ମିଠା ନେଇ କୋର୍ଟ ଭିତରକୁ ଆସୁଛନ୍ତି । ତେବେ ଲୋକମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ରଖିଛନ୍ତି । ଗତ କିଛି ଦିନ ତଳେ ହାଇକୋର୍ଟ ମଧ୍ୟସ୍ଥ କେନ୍ଦ୍ରରେ ଏହି ପାରିବାରିକ ବିବାଦର ଆପସ ସମାଧାନ ଚାଲିଥିଲା ତାହା ଆପଣ ଜାଣିଥିବେ ।

ତେବେ ଏହାକୁ ନେଇ ସୁମିତ ଓ ତପସ୍ଵିନୀ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ । ତପସ୍ଵିନୀ ସେତେବେଳେ କହିଥିଲେ ବହୁତ ଶୀଘ୍ର ରିୟୁନିୟନ ହୋଇପାରେ । ସୁମିତଙ୍କ ଓକିଲ ହାତରେ ମିଠା ଦେଖି ସମସ୍ତେ ଭାବୁଛନ୍ତି ଏବେ ସୁମିତ ଓ ତପସ୍ଵିନୀ ମିଶି ଯାଇଛନ୍ତି । ହେଲେ ଏହାର ସତ୍ୟତା କଣ ତାହା ଅତି କମ ସମୟ ମଧ୍ୟରେ ଜଣା ପଡିବ ।

ତେବେ ଏହା ଜାଣିଥିବେ କି ତପସ୍ଵିନୀ ଓ ସୁମିତ ଉଭୟ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ହେଲେ ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ । ଏହା ପରେ ତପସ୍ଵିନୀ ନିଜ ହକ୍ ପାଇବା ପାଇଁ ଦୀର୍ଘ ଦୁଇ ମାସ କାଳ ଶୀତ କାକରରେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ । ତେବେ ଅନେକ ଦିନ ଧାରଣା ଦେଇ ବସିବା ପରେ ମଧ୍ୟ ସୁମିତଙ୍କ ଘର ଲୋକ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ ଓ ସୁମିତ ଘର ଛାଡି ଚମ୍ପଟ ମାରିଥିଲେ ।


ଏପରି ସମୟରେ ତପସ୍ଵିନୀଙ୍କ ସହ ଜନସାଧାରଣଙ୍କ ସମର୍ଥନ ମିଳିଥିଲା ଯାହାଫଳରେ ଏହି ମାମଲାଟି କୋର୍ଟରେ ଚାଲିଥିଲା । ଗତ କିଛି ମାସ ତଳେ ଜିଲ୍ଲା କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାର ନିର୍ଦ୍ଦେଶ ଦେଇଥିଲେ ଓ ସୁମିତ ତପସ୍ଵିନୀଙ୍କ ଖର୍ଚ୍ଚ ପାଇଁ ମାସିକ ଟଙ୍କା ଦେବେ ବୋଲି କହିଥିଲେ ଜିଲ୍ଲା କୋର୍ଟ ।  ହେଲେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *