ବନ୍ଧୁଗଣ ଆସୁଥିବା ଜନ୍ମ ଓ ପୂର୍ବଜନ୍ମ ବିଷୟରେ ଜାଣିବା ମଣିଷ ସବୁବେଳେ ଇଛା କରିଥାଏ । ମଣିଷ ସବୁବେଳେ ଜାଣିବାକୁ ଚାହିଁ ଥାଏ ଯେ, ସେ ପୂର୍ବ ଜନ୍ମରେ କଣ ଥିଲା ଆଉ ଆସୁଥିବା ଜନ୍ମରେ ସେ କଣ ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ଗରୁଡ ପୁରାଣ ଅନୁସାରେ କେଉଁ ସବୁ କର୍ମ କରିଲେ ମଣିଷ ଜନ୍ମ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଗରୁଡ ପୁରାଣରେ ମଣିଷର ସମସ୍ତ କର୍ମର ଫଳ ଓ ତାର ଦଣ୍ଡ ବିଧାନ ବିଷୟରେ କୁହାଯାଇଛି । କେବଳ ଏତିକି ନୁହେଁ ମଣିଷ କର୍ମ ଅନୁସାରେ ତାର ଆଗାମୀ ଜନ୍ମ କଣ ହେବ ଏହା ବିଷୟରେ ମଧ୍ୟ ବର୍ଣ୍ଣିତ ହୋଇଛି । ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଭଲ କର୍ମ କରିବା ଦ୍ଵାରା ମଣିଷ ଜନ୍ମ ମିଳିଥାଏ । ଏପରି ମଧ୍ୟ କିଛି ଆତ୍ମା ଅଛନ୍ତି ଯେଉଁ ମାନେ ୮୪ଟି ଯୋନୀରେ ଜନ୍ମ ନେବା ପରେ ମଣିଷ ଜନ୍ମ ପାଇଥାନ୍ତି ।
ବନ୍ଧୁଗଣ ଯେଉଁ ପୁରୁଷ ପର ସ୍ତ୍ରୀଙ୍କ ସହ ସମ୍ବନ୍ଧ ରଖିଥାଏ ଓ ମହିଳା ମାନଙ୍କର ଅପମାନ କରିଥାଏ ସେ ନର୍କରେ ଦଣ୍ଡ ପାଏ । ଏହି ମଣିଷ ମାନେ ମୃତ୍ୟୁ ପରେ ଶୃଗାଳ, କୁକୁର, ଶାଗୁଣା, ସାପ ଓ କାଉ ଆଦି ଜନ୍ମ ନେଇଥାନ୍ତି । ଏହି ସବୁ ଜନ୍ମ ନେବା ପରେ ତାକୁ ମଣିଷ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ନିଜ ବଡ ଭାଇର ଅପମାନ କରିଥାଏ ତାକୁ ବଗର ଜନ୍ମ ନେବାକୁ ପଡିଥାଏ ।
ବଗର ଆୟୁଷ ୧୦ ବର୍ଷ ହୋଇଥାଏ ଯଦି ବଗ ଉପରେ ଇଶ୍ଵରଙ୍କ ଆଶୀର୍ବାଦ ରହିବ ତା ହେଲେ ସେ ଆଗାମୀ ଜନ୍ମ ମଣିଷ ରୂପେ ନେବ । ଯେଉଁ ମଣିଷ ମାନେ ଚୋରୀ କରନ୍ତି ସେମାନେ ଆସୁଥିବା ଜନ୍ମରେ ଶୁଆ ଓ ଚୁଚୁନ୍ଦ୍ରା ହୋଇଥାଏ । ଯେଉଁ ବ୍ୟକ୍ତି କାହାର ହତ୍ୟା କରିଥାଏ ବା ଜଘନ୍ୟ କାଣ୍ଡ କରିଥାଏ ତେବେ ସେ ଆସୁଥିବା ଜନ୍ମରେ ଗଧ ହୋଇଥାଏ ।
ତେବେ ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ୮୪ ଯୋନୀରେ ଜନ୍ମ ନେବା ପରେ ମଣିଷ ଜନ୍ମ ମିଳିଥାଏ । ହେଲେ ଯଦି କୌଣସି ମଣିଷ ନିଜ ଜୀବନ କାଳରେ କୌଣସି ପ୍ରକାରର ପାପ ନକରି ଭଲ କାମ କରିବ ତେବେ ତାକୁ ନିଶ୍ଚୟ ମଣିଷ ଜନ୍ମ ମିଳିବ । ଯେଉଁ ବ୍ୟକ୍ତି ମାନେ ନିଜ ପରିଜନ ମାନଙ୍କୁ ସମ୍ମାନ କରିଥାଏ, ପଶୁ ପକ୍ଷୀଙ୍କୁ ପ୍ରେମ କରିଥାଏ, ରାଗ କ୍ରୋଧ ଓ ହିଂସା ମନରେ ରଖିନଥାଏ, ଅସହାୟଙ୍କ ପ୍ରତି ଦୟା ଭାବ ରଖିଥାଏ ଏବଂ କେବେବି କାହାର କ୍ଷତି କରି ନଥାଏ ତାକୁ ମଣିଷ ଜନ୍ମ ମିଳିଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।