କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ ? (Malika Bachan)

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମରେ ଆତ୍ମାକୁ ଅଜୟ ବା ଅମର ବୋଲି ମାନିଥାନ୍ତି । ହିନ୍ଦୁ ଧର୍ମ ପୁନଃଜନ୍ମ ଉପରେ ବିଶ୍ଵାସ କରିଥାଏ । ମୃତ୍ୟୁ ପରେ ମଧ୍ୟ ମଣିଷର ଆତ୍ମା ଜୀବିତ ରହିଥାଏ । ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ, ମୃତ୍ୟୁ ହେବା ପରେ ଆତ୍ମା ଗୋଟେ ଶରୀରରୁ ଅନ୍ୟ ଏକ ଶରୀରକୁ ପ୍ରବେଶ କରିଥାଏ । ଆତ୍ମାକୁ ଏହି ପୃଥିବୀ ମଧ୍ୟରେ ଥିବା ୮୪ ଲକ୍ଷ ଜୀବ ମଧ୍ୟରୁ କୌଣସି ଗୋଟିଏ ଜୀବର ଶରୀର ମିଳିଥାଏ ।


ମାଳିକା ବଚନ ଅନୁସାରେ ଜଣା ପଡିଛି ଯେ, କେଉଁ ପ୍ରକାରର ମଣିଷକୁ ମୃତ୍ୟୁ ପରେ ଆଗାମୀ କେଉଁ ଜନ୍ମ ମିଳିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ସାଧାରଣତଃ ମଣିଷର ଜନ୍ମ ତାର କର୍ମ ଉପରେ ନିର୍ଭର ଥାଏ ଏବଂ ମୃତ୍ୟୁ ମଧ୍ୟ ତାର କର୍ମ ଭୋଗିବା ପରେ ହୋଇଥାଏ । ମାଳିକାରେ କେତେ କେତେ ପାପର ଦଣ୍ଡ ଓ ନର୍କ ନିଶ୍ଚିନ୍ତ ଅଛି । ଯାହାକୁ ଭୋଗିବା ପରେ ମଣିଷକୁ ନିଜ ପାପ ହିସାବରେ ଆଗ ଜନ୍ମ ମିଳିଥାଏ ।

ମାଳିକା ବଚନ ଅନୁସାରେ କୁହାଯାଇଛି ଯେ, ଯେଉଁ ପୁରୁଷ ପର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ବନେଇଥାଏ ତାକୁ ନର୍କ ଯିବାକୁ ପଡିଥାଏ । ଏହି ନର୍କରେ ତାକୁ ବିଭିନ୍ନ ନର୍କ ଯନ୍ତ୍ରଣା ସହିବାକୁ ମିଳିଥାଏ । ନର୍କ ଯନ୍ତ୍ରଣା ପରେ ସେ ସର୍ବ ପ୍ରଥମେ ବିଲୁଆ ଜନ୍ମ ନେଇଥାଏ ଓ ଏହାପରେ ସେ କୁକର ଜନ୍ମ ନେଇଥାଏ ଏବଂ ତାପରେ ସେ ଶୃଗାଳ, ମାଙ୍କଡ,ଜିରାଫ, ଜେବ୍ରା, ସାପ ଏବଂ କାଉ ବନିଥାଏ । ଏହି ସବୁ ଜନ୍ମ ପରେ ସେ ବଗ ବନିଥାଏ, ବଗ ବନିବା ପରେ ଶେଷରେ ସେ ମଣିଷ ଜନ୍ମ ପାଇଥାଏ ।


ତେବେ ଯେଉଁ ମଣିଷ ନିଜ ସ୍ତ୍ରୀ ଉପରେ ଅତ୍ୟାଚାର ବା ଜବରଦସ୍ତ ବଳାତ୍କାର କରିଥାଏ ତାକୁ ମଧ୍ୟ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ଏବଂ କେତେକ ପ୍ରକାରର ଜୀବ ରୂପରେ ଜନ୍ମ ନେବା ପରେ ସେହି ଲୋକମାନଙ୍କୁ ମଣିଷ ରୂପରେ କିନ୍ନର ର ରୂପ ମିଳିଥାଏ । ଯେଉଁ ବ୍ୟକ୍ତି ନିଜ ବଡ ଭାଇର ଅପମାନ କରିଥାଏ ବା ସମାଜରେ ତାଙ୍କୁ ନିଚ୍ଚ ଦେଖାଇଥାଏ ତେବେ ଆଗ ଜନ୍ମରେ ସେହି ବ୍ୟକ୍ତିକୁ ପେଚା ଜନ୍ମ ମିଳିଥାଏ । ଏହି ଜନ୍ମକୁ ସେହି ମଣିଷ ୧୦ ବର୍ଷ ପର୍ଯ୍ୟନ୍ତ ଭୋଗିଥାଏ । ଏହା ପରେ ତାକୁ ମଣିଷ ଜନ୍ମ ମିଳିଥାଏ ।

ତେବେ ମାଳିକା ଅନୁସାରେ ସୁନା ବା ପଇସା ଚୋରୀ କରୁଥିବା ବ୍ୟକ୍ତି ମାନଙ୍କୁ ପିମ୍ପୁଡି ଜନ୍ମ ମିଳିଥାଏ । ରୂପା ଓ ଚାନ୍ଦି ଚୋରୀ କରୁଥିବା ଲୋକମାନଙ୍କୁ ପାରାର ଜନ୍ମ ମିଳିଥାଏ । ଏହା ଛଡା ଯେଉଁ ବ୍ୟକ୍ତି କୌଣସି ଲୋକର ହତ୍ୟା କରିଥାଏ, ତେବେ ସେମାନଙ୍କୁ ଗଧର ଜନ୍ମ ମିଳିଥାଏ । ତା ପରେ ହରିଣ, ମାଛ, କୁକୁର ଓ ବାଘ ପରେ ସେ ମଣିଷ ଜନ୍ମ ପାଇଥାଏ।


ଏହା ପରେ ଦେବତା, ବ୍ରାହ୍ମଣ ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଠ ନ କରିଥିବା ଲୋକ ମାନଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ କାଉ ଜନ୍ମ ମିଳିଥାଏ । ସେଥିପାଇଁ ଶ୍ରାଦ୍ଧ କରିବା ସମୟରେ କାଉ ମାନଙ୍କୁ ଭୋଜନ କରା ଯାଇଥାଏ । ତେବେ ଦର୍ଶକ ବନ୍ଧୁ ଆପଣ ମଧ୍ୟ ନିଜ ଜୀବନରେ ଏହି ସବୁ ଜଘନ୍ୟ ଭୁଲ କରିବାରୁ ବଞ୍ଚନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *