କେଉଁ ବାରରେ ଖିଅର ହେଲେ, କ’ଣ ପରିଣାମ ଭୋଗିବାକୁ ପଡିଥାଏ… ଜାଣନ୍ତୁ ସବିଶେଷ ତଥ୍ୟ !

ବନ୍ଧୁଗଣ ଜୀବନଚର୍ଯ୍ୟା ମଧ୍ୟରେ ପୁରୁଷ ମାନଙ୍କୁ ଶୌଚ ରହିବା ପାଇଁ ଖିଅର ହେବା ମଧ୍ୟ ଦରକାର ପଡିଥାଏ । ତେଣୁ ପୁରୁଷ ମାନେ ନିଜର ଚୁଟି ଠାରୁ ଆରମ୍ଭ କରି ନିଶ, ଦାଢି ପର୍ଯ୍ୟନ୍ତ କୌଣସି ବାରରେ ମଧ୍ୟ କାଟି ସଫା କରିଥାନ୍ତି । ହେଲେ ଖିଅର ହେବାର ମଧ୍ୟ ଏକ ନିର୍ଦ୍ଧିଷ୍ଟ ବାର ରହିଥାଏ । ତେବେ କେଉଁ ବାରରେ ଖିଅର ହେଲେ କଣ ସବୁ ହୋଇଥାଏ ଚାଲନ୍ତୁ ସେ ବିଷୟରେ ଜାଣିବା ।

1- ଅଶୌଚ ସମୟରେ ବାପା, ପୁଅ ଗୋଟିଏ ଦିନରେ ବା ଗୋଟିଏ ସମୟରେ ଖିଅର ହୋଇପାରିବେ । ହେଲେ ଅନ୍ୟ କୌଣସି ସମୟରେ ବାପା ପୁଅ ଉଭୟ ଏକ ବାରରେ ଖିଅର ହୋଇବା ଉଚିତ ହୋଇନଥାଏ ।

2- ସୋମବାର ଏବଂ ବୁଧବାର ପୁରୁଷ ମାନେ ଖିଅର ହୋଇପାରିବେ । ମଙ୍ଗଳବାର ଓ ଶନିବାର ଖିଅର ହେବା ଉଚିତ ହୋଇନଥାଏ । 3- ଏକାଦଶୀ, ଚତୁର୍ଦ୍ଧଶୀ, ସଙ୍କ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା ଓ ଶନିବାର ଏବଂ ମଙ୍ଗଳବାର ଏହି ଦିନ ଗୁଡିକରେ ପୁରୁଷ ମାନଙ୍କୁ ଖିଅର ହେବ ବର୍ଜିତ ଅଟେ । ଯାହାକି ବହୁ ପୁରାତନ କାଳରୁ ମୁନିରୁଷି ମାନଙ୍କର ମତ ଅଟେ ।

4- ଯେଉଁ ମାନେ ଘରର ଗୋଟିଏ ପୁଅ ହୋଇଥାନ୍ତି । ସେମାନେ ସୋମବାର ଦିନ ଖିଅର ହେବା ଉଚିତ ହୋଇନଥାଏ । 5- ଯେଉଁ ମାନେ ବିଦ୍ୟା ଓ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଇଛା କରୁଥାନ୍ତି । ସେମାନେ ଗୁରୁବାରରେ ଖିଅର ହେବା ଉଚିତ ହୋଇନଥାଏ । ନଚେତ ସେହି ପୁରୁଷର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ । ତାହାକୁ ନିଜ ଜୀବନରେ ବହୁତ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଥାଏ ।

ଏହା ଛଡା ଗୁରୁବାରରେ କୌଣସି ବ୍ୟକ୍ତି ଯଦି ଖିଅର ହୋଇଥାଏ । ତେବେ ସେ ଲକ୍ଷ୍ମୀଛଡା ହୋଇବା ସହ ତା’ ର ବୁଦ୍ଧିବିଦ୍ୟା ମଧ୍ୟ କ୍ଷୟ ହେବାକୁ ବସିଥାଏ । ତେଣୁ ବୁଧବାରରେ କୌଣସି ମଧ୍ୟ ବ୍ୟକ୍ତି ନିଜର ନଖ, ଚୁଟି, ଦାଢି, ନିଶ କାଟିବା ଅନୁଚିତ । ନଚେତ ସେହି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ କ୍ରୋଦ୍ଧ କରିଥାନ୍ତି ।

ବ୍ୟକ୍ତି ଧୀରେ ଧୀରେ କାଙ୍ଗଳ ହୋଇଯାଇଥାଏ । ତେଣୁ ଏହି ସବୁ ବାର ତଥା ନିୟମକୁ ମାନି ଖିଅର ହୋଇବା ଦ୍ଵାରା ବ୍ୟକ୍ତିର ଶୁଭ ହୋଇଥାଏ । ଏଥିସହ କୌଣସି ସଙ୍କଟର ସାମ୍ନା କରିବାକୁ ମଧ୍ୟ ପଡିନଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବେ ଜଣାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *