ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରତ୍ୟକ ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ରହୁଛି । ଏମିତି ମଣିଷ ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନ କାଟୁଛି । ଏମିତି ବହୁତ କମ ଲୋକ ଥିବେ ଯେଉଁ ମାନଙ୍କର କୌଣସି ଚିନ୍ତା ନାହିଁ । କିଛି ଲୋକ ଏପରି ଥିବେ ଯେଉଁ ମାନେ ଚିନ୍ତା ମୁକ୍ତ ଜୀବନ ଅତିବାହିତ କରୁଥିବେ । ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଚିନ୍ତାର ଅର୍ଥ କଣ । ଚିନ୍ତାର ଅର୍ଥ ହେଉଛି ଆପଣଙ୍କ ମନରେ ଥିବା ଅଶାନ୍ତି ।
ଚିନ୍ତା ହେଉଛି ଏକ ଏପରି ଶବ୍ଦ ଯାହା ଦିନ ରାତି ଆପଣଙ୍କ କଲିଜାକୁ କାଟି କାଟି ଖାଇଥାଏ । କୌଣସି ମଣିଷକୁ ଗୋଟିଏ ଥର ମାରିବା ବହୁତ ସହଜ ହୋଇଥାଏ । ହେଲେ ଯଦି ସେହି ମଣିଷକୁ ଧୀରେ ଧୀରେ ମରା ଯାଏ ତା ହେଲେ ତାକୁ କେତେ କଷ୍ଟ ହେବ ଟିକେ ଭାବି ଦେଖାନ୍ତୁ । ମୃତ୍ୟୁ ଠାରୁ ବି ଅଧିକ କଷ୍ଟ ଦାୟକ ହୋଇଥାଏ ଏହି ଚିନ୍ତା ।
ହେଲେ ବନ୍ଧୁଗଣ ଚିନ୍ତା କରିଲେ ଆପଣ କିଛି ବଦଳାଇ ପାରିବେ ନାହିଁ । ଚିନ୍ତା କରି ଆପଣ କିଛି ବି ସୁଧାରୀ ପାରିବେ ନାହିଁ । ବନ୍ଧୁଗଣ ଯଦି ଆପଣ ଚିନ୍ତା ମୁକ୍ତ ରହିବାକୁ ଚାହୁଁ ଛନ୍ତି ଓ ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ତା ହେଲେ ପ୍ରଥମେ ଭାବନ୍ତୁ ଆପଣ ଯେଉଁ ବିଷୟରେ ଚିନ୍ତା କରୁଛନ୍ତି ଆପଣ କଣ ତାହା ବଦଳାଇ ପାରିବେ । ଯଦି ଆପଣ ଚିନ୍ତା କରି ତାହାକୁ ବଦଳାଇ ପାରିବେ ନାହିଁ ତା ହେଲେ କାହିଁକି ଚିନ୍ତା କରୁଛନ୍ତି ।
ଆପଣଙ୍କ ଜୀବନରେ ଯାହା ସବୁ ଘଟି ଯାଇଛି ଆପଣ କଣ ସେସବୁ ଅତୀତକୁ ନିୟନ୍ତ୍ରଣ କରିପାରିବେ ନା ତାକୁ ବଦଳାଇ ପାରିବେ । ତେଣୁ କଣ ଫାଇଦା ଅଛି ଚିନ୍ତା କରିକି । ଆପଣ ନିଜ ଅତୀତ ଓ ନିଜ ଭବିଷ୍ୟତକୁ ବଦଳାଇ ପାରିବେ ନାହିଁ । ଆପଣଙ୍କ ଭାଗ୍ୟ ରେଖାରେ ଯାହା ଲେଖା ହୋଇଥିବ ତାହା ହିଁ ହେବ । ତେଣୁ ଚିନ୍ତା କରିକି ଆପଣ କଣ ପ୍ରାପ୍ତ କରିବେ । ବନ୍ଧୁଗଣ ଆମେ ମାନେ ଅନେକ ସମୟରେ ବିନା କୌଣସି କାରଣରେ ଭୟ କରିଥାଉ ଓ ବିନା କୌଣସି କାରଣରେ ଚିନ୍ତା କରିଥାଉ ।
କିଛି ଶୁଣିବା ମାତ୍ରେ ଆମେ ଭୟ କରୁ କିଛି ଦେଖିବା ମାତ୍ରେ ଆମେ ଚିନ୍ତାରେ ପଡି ଥାଉ । ଆମେ ଯାହା ବି ଚିନ୍ତା କରିଥାଉ ତାହା ସତ ନୁହେଁ ଆଉ ନା କେବେ ତାହା ସତ ହେବ । ଯାହା କେବେ ହୋଇ ନାହିଁ ତା ବିଷୟରେ ଚିନ୍ତା କରି କଣ ଫାଇଦା । ଆଉ ଯାହା ଅତୀତରେ ବୀତି ଯାଇଛି ତାହା ବିଷୟରେ ଭାବି ମଧ୍ୟ କଣ ଲାଭ ମିଳିବ । ତେଣୁ ବନ୍ଧୁଗଣ ସବୁ ବେଳେ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖନ୍ତୁ, ଧନ୍ୟବାଦ ।