‘କି ପ୍ରମାଣ କେତେ ଆଣିବ ହୋ…ତମର ତ ଆକ୍ସନ…’ Soumya-Sonali ମାମଲାରେ ଗର୍ଜିଲେ କଂଗ୍ରେସ ବିଧାୟକ Sura Routray, ଆଉ ଯାହା କହିଲେ ଶୁଣିଲେ କରିବେ ପ୍ରଶଂସା !

ନମସ୍କାର ବନ୍ଧୁଗଣ ତେବେ ମଡେଲ ସୌମ୍ୟ ମୃତ୍ୟୁ ମାମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ ତାଙ୍କ ପରିବାର ଏବେ ଧାରଣାରେ ବସିଛନ୍ତି । ସୋନାଲିକୁ ତୁରନ୍ତ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବାକୁ ପରିବାର ଲୋକ ଦାବି କରିଛନ୍ତି।ସୌମ୍ୟଙ୍କ ପୁରା ପରିବାର ଏବେ ଡିସିପିଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।
ତେବେ ସୂଚନାଯୋଗ୍ୟ ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ ।

ହେଲେ ଘଟଣାରେ ପୋଲିସ୍‌ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି । ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି ଯେ ତା ମୃତ୍ୟୁ ପାଇଁ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍‌ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍‌ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ସେଥିପାଇଁ ଆମେ ବାଧ୍ୟ ହୋଇ ରାଜରାସ୍ତାରେ ଧାରଣାରେ ବସିଛୁ।ଭାଇଙ୍କ ଫୋନ୍‌ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍‌ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ ।

ତେଣୁ ଯେପର୍ଯ୍ୟନ୍ତ ସୋନାଲି ଧରା ହୋଇନାହିଁ ଆମେ ସେପର୍ଯ୍ୟନ୍ତ ଧାରଣାରେ ବସିବୁ’। ତେବେ ଏହା ଉପରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ବର୍ତ୍ତମାନ ମିଡ଼ିଆ ଆଗରେ କହିଛନ୍ତି କି ସରକାର ଏବଂ ପ୍ରଶାସନ ହିଁ ଠିକ ନାହିଁ ସେମାନେ କିଛି ଆକ୍ସନ ନେଉ ନାହାଁନ୍ତି। ଅନଶନ ରେ ବସୁଛନ୍ତି, ଧାରଣା ଦେଉଛନ୍ତି କିନ୍ତୁ ସରକାର କିଛି ବି ପଦକ୍ଷେପ ନେଉ ନାହାନ୍ତି ଛି!!


ତେବେ ଏଥିରେ ମୁଖ୍ୟମନ୍ତ୍ରୀ ଙ୍କୁ ନିଜେ ହସ୍ତାନ୍ତର ହେବାକୁ ପଡିବ। ତେବେ ପୋଲିସ କୁ ନିଜର କାର୍ଯ୍ୟ ଠିକ ଭାବରେ କରିବାକୁ ପଡିବ। ଏତେ ପ୍ରମାଣ ଦେଇ ମଧ୍ୟ କିଛି ଆକ୍ସନ ନେଉ ନାହାନ୍ତି ଆଉ କେତେ ପ୍ରମାଣ ଦରକାର। ତେବେ ଶେଷ ରେ ସେ କହିଛନ୍ତି କି ଦୋଷୀ କୁ ଶୀଘ୍ର ଦଣ୍ଡ ଦିଆଯାଉ ଏବଂ ସେ ଉଚିତ ଶାସ୍ତି ପାଉ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *