Garuda purana- ମୃତ୍ୟୁ ପରେ ଆତ୍ମା କେତେଦିନ ନିଜ ଘରେ ରହେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ନିଶ୍ଚୟ ଜାଣିଥିବେ ଯେ, ଏହି ଦୁନିଆରେ ଜନ୍ମ ନେଇଥିବା ପ୍ରାଣୀ ଦିନେ ନା ଦିନେ ନିଶ୍ଚୟ ମୃତ୍ୟୁ ବରଣ କରେ । ହେଲେ ମୃତ୍ୟୁ ପରେ ଆତ୍ମାର କଣ ହୁଏ ଆପଣ ମାନେ ଜାଣିଛନ୍ତି । ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା ନିଜ ଘରକୁ କାହିଁକି ଫେରିଥାଏ ଓ କେତେ ଦିନ ଯାଏଁ ନିଜ ଘରେ ରୁହେ । ଆଜି ଏହି ସମସ୍ତ ପ୍ରଶ୍ନର ଉତ୍ତର ନେଇ ଆମେ ଆସିଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ମୃତ୍ୟୁକୁ ନେଇ ସମସ୍ତ ପ୍ରଶ୍ନର ଉତ୍ତର ଗରୁଡ ପୁରାଣରେ ବିସ୍ତାର ରୂପେ ବର୍ଣ୍ଣିତ ହୋଇଛି । ଗରୁଡ ପୁରାଣ ଅନୁସାରେ ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ଯମଲୋକର ଲୋକମାନେ ଆସି ତାକୁ ଯମଲୋକକୁ ନେଇଯାନ୍ତି । ଯମଲୋକରେ ସେହି ବ୍ୟକ୍ତି ପାପର ବିଚାର କରାଯାଏ । ଏହାପରେ ଯମଲୋକ ମାନେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ତାଙ୍କୁ ଘରେ ଛାଡି ଦିଅନ୍ତି ।

ଯମଲୋକ ମାନେ ଛାଡିଯିବା ପରେ ମୃତକଙ୍କ ଆତ୍ମା ସେହି ଘର ଭିତରେ ଘୁରି ବୁଲି ଥାଏ ଆଉ ନିଜ ପରିଜନ ମାନଙ୍କୁ ଜୋର ଜୋରରେ ଡାକୁ ଥାଏ କିନ୍ତୁ ତାଙ୍କର କଥା କାହାକୁ ମଧ୍ୟ ଶୁଣା ଯାଏ ନାହିଁ । ଏହା ପରେ ମୃତକଙ୍କ ଆତ୍ମା ନିଜ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଚାହିଁ ଥାଏ କିନ୍ତୁ ଯମଦୂତଙ୍କ ଫାଶରେ ବନ୍ଧା ହୋଇଥିବା କାରଣରୁ ସେ ମୃତ ଶରୀରରେ ପ୍ରବେଶ କରିପାରେ ନାହିଁ ।

ଯେତେବେଳେ ମୃତ ବ୍ୟକ୍ତିଙ୍କ ପାଖରେ ବସି ପରିଜନ ମାନେ କାନ୍ଦି ଥାନ୍ତି ଏହା ଦେଖି ମୃତ ବ୍ୟକ୍ତିଙ୍କ ଆତ୍ମା ମଧ୍ୟ କାନ୍ଦିବାକୁ ଲାଗେ । ହେଲେ ସେ କିଛି କରିପାରେ ନାହିଁ କେବଳ ନିଜ କଥା ମନେ ପକାଇ କାନ୍ଦି ଥାଏ । ଗରୁଡ ପୁରାଣ ଅନୁସାରେ ଯେତେବେଳେ ଯମଦୂତ ମାନେ ମୃତକଙ୍କ ଆତ୍ମାକୁ ଘରେ ଛାଡି ଯାନ୍ତି ସେତେବେଳେ ମୃତକଙ୍କ ଆତ୍ମାରେ ଏତେ ବଳ ନଥାଏ ଯାହାଦ୍ୱାରା ସେ ଯମଲୋକକୁ ଯାଇ ପାରି ନଥାନ୍ତି ।

ଗରୁଡ ପୁରାଣ ଅନୁସାରେ ୧୦ ଦିନ ଯାଏଁ ଦିଆଯାଉଥିବା ପିଣ୍ଡ ଦାନରୁ ଆତ୍ମାର ବିଭିନ୍ନ ଅଙ୍ଗର ରଚନା ହୁଏ ଆଉ ୧୧ ଦିନ ଓ ୧୨ ଦିନରେ ଯେଉଁ ପିଣ୍ଡ ଦାନ କରାଯାଏ ସେଥିରେ ଆତ୍ମା ରୂପେ ଶରୀରର ମାଂସ ଓ ଚମଡାର ନିର୍ମାଣ ହୁଏ । ଆଉ ୧୩ ଦିନରେ ଦିଆଯାଉଥିବା ପିଣ୍ଡ ଦାନରେ ଆତ୍ମା ଯମଲୋକକୁ ଯିବାର ରାସ୍ତା ନିରୂପଣ କରିଥାଏ ।

ତେଣୁ ବନ୍ଧୁଗଣ ୧୩ ଦିନ ପର୍ଯ୍ୟନ୍ତ ମୃତକଙ୍କ ଆତ୍ମା ନିଜ ଘର ମଧ୍ୟରେ ନିଜ ପରିଜନଙ୍କ ମଧ୍ୟରେ ଘୁରି ବୁଲୁଥାଏ । ଏହା ପରେ ସେ ଯମଲୋକକୁ ଯାଇଥାଏ ଓ ଯମଲୋକକୁ ଯିବା ପାଇଁ ତାଙ୍କୁ ୧୨ ମାସର ସମୟ ଲାଗିଥାଏ । ଏହି ୧୩ ଦିନରେ ଦିଆଯାଉଥିବା ପିଣ୍ଡ ଦାନ ମୃତକଙ୍କ ପାଇଁ ଏକ ବର୍ଷର ଭୋଜନ ସହ ସମାନ ହୋଇଥାଏ । ଯେଉଁ ମୃତକଙ୍କ ପାଇଁ ପିଣ୍ଡ ଦାନ କରାଯାଇ ନଥାଏ ୧୩ ଦିନ ପରେ ଯମଦୂତ ଆସି ଜୋର ଜବରଦସ୍ତି ତାକୁ ନେଇଥାନ୍ତି ଯାହାଦ୍ୱାରା ମୃତକଙ୍କ ଆତ୍ମାକୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *