କେନ୍ଦ୍ର ସରକାରଙ୍କ ଦମଦାର Scheme ! ମାତ୍ର 210 ଟଙ୍କା ଜମା କରି ମାସକୁ ପାଆନ୍ତୁ 5000 ଟଙ୍କା, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ମଣିଷ ନିଜର ବୃଦ୍ଧାବସ୍ଥା କୁ ଆର୍ଥିକ ସ୍ଥିତି ହିସାବରେ ଭଲ ବନାଇବାକୁ ଚାହିଁଥାଏ ଯେଉଁଥିରେ କୌଣସି ସମସ୍ୟା ଆସୁ ନଥିବ । ଆଧୁନିକ ସମୟରେ ସବୁ ଲୋକ ଏପରି ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ଯେଉଁଠି ତାଙ୍କ ପଇସା ସୁରକ୍ଷିତ ରହିବ ଏବଂ ଭଲ ଲାଭ ମଧ୍ୟ ହେବ । ତେବେ ଯଦି ଆପଣ ଏପରି ଜାଗାରେ ନିଜର ପଇସା ଲଗାଇବାକୁ ଚାହୁଁଛନ୍ତି ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ କାରଣ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରି ଦେଇଛନ୍ତି ।


ଅଟଳ ପେନସନ ଯୋଜନା ରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ପ୍ରତି ମାସ ପେନସନ ମିଳିବ କିନ୍ତୁ ଏଥିପାଇଁ କିଛି ସର୍ତ୍ତ ର ପାଳନ କରିବାକୁ ପଡ଼ିବ । ଏହି ଯୋଜନା ରେ ୧୮ରୁ ୪୦ ବର୍ଷର କେହି ବି ନାଗରିକ ନିବେଶ କରି ପେନସନ ର ଲାଭ ଉଠାଇ ପାରିବେ । କେବଳ ତାଙ୍କ ପାଖରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ ଥିବା ଆବଶ୍ୟକ । ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ଜମାକର୍ତ୍ତା ଙ୍କୁ ପେନସନ ମିଳିବା ଆରମ୍ଭ ହୋଇଥାଏ ।

ଏପିୱାଇ ର ଟଙ୍କା ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଏବଂ ବୟସ ଉପରେ ନିର୍ଭର କରେ । ଏହି ଯୋଜନା ଅନୁଯାୟୀ ଅତି କମରେ ୧୦୦୦ ଟଙ୍କା , ୨୦୦୦ ଟଙ୍କା , ୩୦୦୦ ଟଙ୍କା , ୪୦୦୦ ଟଙ୍କା ଏବଂ ଅତି ବେଶୀ ରେ ୫୦୦୦ ଟଙ୍କା ପ୍ରତି ମାସ ପେନସନ ମିଳିପାରେ । ଏଥିପାଇଁ ବ୍ୟାଙ୍କ ରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।


ପୁଣି ଆପଣ ଯେତେ ଜଲଦି ଅଟଳ ପେନସନ ଯୋଜନା ସହିତ ଜଡ଼ିତ ହେବେ ୬୦ ବର୍ଷ ବୟସ ପରେ ପ୍ରତି ମାସ ୫୦୦୦ ଟଙ୍କା ଲେଖାଏଁ ମିଳିବ । ପେନସନ ପାଇଁ ପ୍ରତି ମାସ ୨୧୦ ଟଙ୍କା ଜମା କରିବାକୁ ପଡ଼ିବ । ଏହି ଯୋଜନାରେ ପ୍ରତିଦିନ ୭ ଟଙ୍କା ଜମା କରି ଆପଣ ପ୍ରତି ମାସ ୫୦୦୦ ଟଙ୍କା ପେନସନ ପାଇ ପାରିବେ । ପ୍ରତିମାସ ୧୦୦୦ ଟଙ୍କା ମାସିକ ପେନସନ ପାଇଁ ପ୍ରତିମାସ କେବଳ ୪୨ ଟଙ୍କା ଜମା କରିବାକୁ ପଡ଼ିବ ।


ଅଟଳ ପେନସନ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ଇନକମ ଟ୍ୟାକ୍ସ ଆକ୍ଟ ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିଥାଏ । ଏହାବ୍ୟତୀତ ସ୍ୱତନ୍ତ୍ର ମାମଲାରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସ ଲାଭ ମିଳିବ । ତେବେ ଡେରି ନ କରି ଏହି ଯୋଜନାରେ ଭାଗ ନିଅନ୍ତୁ ଏବଂ ନିଜର ବାର୍ଦ୍ଧକ୍ୟ ଜୀଵନ କୁ ସୁଖମୟ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *