କେମିତି ଜାଣିବେ ଆପଣଙ୍କୁ ହୋଇଛି Liver କ୍ୟାନ୍ସର ? Dr A. V. Siva Prasad

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲିଭରର ଏକ ରୋଗ ହେଉଛି ଫେଟି ଲିଭର ତାହା ହେଉଛି ଅଧିକ ଫ୍ୟାଟ ବା ଚର୍ବି ଲିଭର ସେଲରେ ଯଦି ରାହି ଯାଏ ତା ହେଲେ ତାକୁ ଫେଟି ଲିଭର କୁହାଯାଏ । ଆବଶ୍ୟକତା ଠାରୁ ଅଧିକ ଚର୍ବି ଯଦି ଲିଭର ସେଲରେ ରହିବ ତା ହେଲେ ଫେଟି ଲିଭର ସମସ୍ୟା ନିଶ୍ଚୟ ହେବ । ଆମ ଭାରତରେ ୩୦ ପ୍ରତିଶତ ଲୋକଙ୍କୁ ଫେଟି ଲିଭର ସମସ୍ୟା ଅଛି।

ତେବେ ଏହି ସାମସ୍ୟାଟି ସାଧାରଣତଃ ଅତ୍ୟଧିକ ମଦ୍ୟ ପାନ କଲେ ହୋଇଥାଏ। ତେବେ ଏହା ସହିତ ଡାଇବେଟିସ, କୋଲେଷ୍ଟ୍ରୋଲ ଓ ମୋଟାପଣ ପାଇଁ ଏହି ଫେଟି ଲିଭର ସମସ୍ୟା ହୋଇଥାଏ । ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ମଦ୍ୟ ପାନ ନକରି ବି ସେମାନଙ୍କର ଫେଟି ଲିଭର ସମସ୍ୟା ବାହାରୁଛି ।

ଫେଟି ଲିଭର ସମସ୍ୟା ହେଲେ ବହୁତ କିଛି ଲକ୍ଷଣ ଦେଖାଯାଏ ନାହିଁ । ଏମିତିକି ଲିଭର କ୍ୟାନ୍ସର ହେବାର ୬ ମାସ ପୂର୍ବରୁ ମଧ୍ୟ ଲକ୍ଷଣ ଦେଖା ଯାଏ ନାହିଁ ।ତେବେ ଯଦି ଆପଣଙ୍କର ଫେଟି ଲିଭର ସମସ୍ୟା ହେବ ତା ହେଲେ ଏହାର କିଛି ବିଶେଷ ଲକ୍ଷଣ ରହିଛି । ପ୍ରଥମ ଲକ୍ଷଣ ହେଉଛି ଅତ୍ୟଧିକ ଦୁର୍ବଳ ଲାଗିବା । ଦ୍ଵିତୀୟ ଲକ୍ଷଣ ହେଉଛି ଆମ ଡାହାଣ ପଟ ପେଟରେ ଅଳ୍ପ ଅଳ୍ପ ବ୍ୟଥା ହେବ ।

ହେଲେ ଏ ସବୁ ଉପରେ ଲୋକମାନେ ଅଧିକ ଧ୍ୟାନ ଦେଇ ନଥାନ୍ତି । ତେବେ ମଦ୍ୟପାନ ଜନିତ ଲିଭର ରୋଗ ହେଲେ ତାର କିଛି ବିଶେଷ ଲକ୍ଷଣ ରହିଛି।ତେବେ ପ୍ରଥମ ଲକ୍ଷଣ ହେଉଛି ବାନ୍ତି ହେବା, ଦ୍ଵିତୀୟ ଲକ୍ଷଣ ହେଉଛି ଦୁର୍ବଳ ଲାଗିବା, ତୃତୀୟ ଲକ୍ଷଣ ହେଉଛି ଭୋକ ନଲାଗିବା, ଚତୁର୍ଥ ଲକ୍ଷଣ ହେଉଛି ହାତ, ଆଖି, ହଳଦିଆ ହେବା ବା ଜଣ୍ଡିସ ହେବା, ପଞ୍ଚମରେ ହେଉଛି ରକ୍ତବାନ୍ତି ହେବା କିମ୍ବା କଳା ଝାଡା ହେବା ଓ ଷଷ୍ଠରେ ହେଉଛି ଦେହ ହାତ କୁଣ୍ଡାଇ ହେବା ।

ଏହି ସବୁ ଲକ୍ଷଣ ଲିଭର କ୍ୟାନ୍ସର ହେଲେ ଦେଖାଇ ଥାଏ । ତେବେ ମଦ୍ୟପାନ ଜନିତ ଲିଭର ରୋଗକୁ ରୋକିବା ପାଇଁ ଆପଣ ମାନଙ୍କୁ ମଦ୍ୟପାନ ସଂପୂର୍ଣ୍ଣ ଛାଡିବାକୁ ପଡିବ।ତେବେ କେତେକ କ୍ଷେତ୍ରରେ ରୋଗୀର ଲିଭର ଟ୍ରାନ୍ସପ୍ଳାଣ୍ଟ ମଧ୍ୟ କରାଯାଏ । କିନ୍ତୁ ଏହା ସବୁ କ୍ଷେତ୍ରରେ ସଫଳ ହୁଏ ନାହିଁ ।

ଯଦି ଆପଣ ପୁଣି ଥରେ ମଦ୍ୟପାନ କରୁଛନ୍ତି ତେବେ ଆପଣଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟର କୌଣସି ଅର୍ଥ ରୁହେ ନାହିଁ । ସବୁବେଳେ ମଦ, ମାଂସ, ମିଠା, ଚର୍ବି, ମସଲା ଠାରୁ ସବୁବେଳେ ଦୂରରେ ରୁହନ୍ତୁ ହୁଏତ ଆପଣଙ୍କୁ ଲିଭର ଜନିତ ସମସ୍ୟା ହେବ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *