ଟ୍ରେନ ଦୁର୍ଘଟଣାର କାରଣ କହିବା ପୂର୍ବରୁ ଆଖି ବୁଜିଦେଲେ ଟ୍ରେନ ଚାଳକ ! ସୂଚନା ମୁତାବିକ ପଶ୍ଚିମବଙ୍ଗର ସିଲିଗୁଡି ଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ବର୍ତ୍ତମାନ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ବାହାନଗା ଭଳି ପୁଣି ଆଉ ଟ୍ରେନ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ଯାତ୍ରୀବାହୀ ଟ୍ରେନକୁ ପଛ ପଟୁ ଏକ ମାଲବାହୀ ଟ୍ରେନ ଆସି ଧକ୍କା କରିଦେଇଛି । କାଞ୍ଚନଜଙ୍ଗା ଟ୍ରେନର ପଛ ପଟକୁ ଆସି ଏକ ମାଲ ବୋଝେଇ ଟ୍ରେନ ପିଟିଦେଇଥିଲା । ଯାହାଫଳରେ ଏତେ ବଡ ରେଳ ଦୁର୍ଘଟଣା ଘଟିଯାଇଛି ।
ତେବେ ଏତେ ବଡ ଟ୍ରେନ ଦୁର୍ଘଟଣା କେମିତି ଘଟିଗଲା ? ଏହି ଟ୍ରେନ ଦୁର୍ଘଟଣା ହେବା ପଛରେ ପ୍ରକୃତରେ କାରଣ କଣ ଥିଲା ? ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବା ବେଳେ ଏଭଳି କିଛି ଖବର ପୁଣି ଶୁଣିବାକୁ ମିଳିଥିଲା । କାରଣ ଟ୍ରେନ ଦୁର୍ଘଟଣା ହେବା ପଛର କାରଣ ଟ୍ରେନ ଚଲାଉଥିବା ଲୋକ ପାଇଲଟଙ୍କ ଠାରୁ ଶୁଣିବାକୁ ସମସ୍ତଙ୍କର ଆଶା ରହିଥିଲା । ହେଲେ କେମିତି ହୋଇଥିଲା ଟ୍ରେନ ଦୁର୍ଘଟଣା ?
ଏହାର କାରଣ କହିବା ପୂର୍ବ ରୁ ହିଁ ଆଖି ବୁଜିଦେଇଛନ୍ତି ଦୁର୍ଘଟଣାଗ୍ରସ୍ତ ଟ୍ରେନର ଲୋକ ପାଇଲଟ ଏବଂ ତାଙ୍କ ପାଖରେ ବସିଥିବା ଆସିଷ୍ଟାଣ୍ଟ ଲୋକପାଇଲଟ। ଟ୍ରେନ ଦୁର୍ଘଟଣା କିପରି ଭାବେ ହୋଇଗଲା ? ଏହା ଉପରେ କୌଣସି ଯାତ୍ରୀଙ୍କ ପାଖରେ ମଧ୍ୟ ଉତ୍ତର ନଥିଲା । ମାଲବୋଝେଇ ଟ୍ରେନରେ ଥିବା ଟ୍ରେନ ଚାଳକ ଓ ଆସିଷ୍ଟାଣ୍ଟ ଟ୍ରେନ ଚାଳକଙ୍କ ମୁହଁରୁ ଟ୍ରେନ ଦୁର୍ଘଟଣା ହେବା ପଛର କାରଣ ଜଣା ପଡିଥାନ୍ତା ବୋଲି ସମସ୍ତେ ଚାହିଁବସିଥିଲେ । ହେଲେ ସେହି 2 ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ଯେଉଁମାନେ ହିଁ ଟ୍ରେନ ଦୁର୍ଘଟଣା ହେବା ବେଳେ ପୁରା ଘଟଣାକୁ ଆଖି ଆଗରେ ଦେଖିଥିଲେ । କେଉଁ କାରଣ ବଶତଃ ଏହି ରେଳ ଦୁର୍ଘଟଣା ଘଟିଗଲା ତାହାର କାରଣ ହୁଏତ ତାଙ୍କରି ପାଖରେ ହିଁ ରହିଥିଲା । ଏହି ରେଳ ଦୁର୍ଘଟଣାରେ 15 ରୁ ଉର୍ଦ୍ଧଙ୍କର ଜୀବନ ଚାଲିଯାଇଛି । ଏଥିରେ ବହୁ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନକ ମଧ୍ୟରୁ ଅନେକଙ୍କ ସ୍ଵାସ୍ଥବସ୍ତା ମଧ୍ୟ ସଙ୍କଟାପର୍ଣ୍ଣ ରହିଅଛି । ତେବେ ଟ୍ରେନ ଦୁର୍ଘଟଣା ପଛରେ କେଉଁ କାରଣ ରହିଛି ? ତାହା ତ ସଂପୂର୍ଣ୍ଣ ତଦନ୍ତ ପରେ ହିଁ ଜଣାପଡିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।