ଦୁର୍ଘଟଣା ଘଟିବା ପୂର୍ବରୁ ହୁଅନ୍ତୁ ସଚେତନ, ଜାଣନ୍ତୁ କେମିତି ଚିହ୍ନିବେ Expiry LPG Cylinders

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା LPG ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବା ଯୋଗ୍ୟ ଅଛି କି କି ନୁହେଁ? ଯଦି ଆପଣ ଜାଣି ନାହାଁନ୍ତି, ଆଜି ଆମେ ଆପଣଙ୍କୁ ଏହା ଜାଣିବାର ପ୍ରକ୍ରିୟା ବିଷୟ ରେ କହିବାକୁ ଯାଉଛୁ । ପ୍ରତ୍ୟେକ ଘରେ ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହୃତ ହୁଏ, କିନ୍ତୁ ଏହା ସହ ଜଡିତ ସତର୍କତା ବିଷୟରେ ସମସ୍ତେ ଅବଗତ ନୁହଁନ୍ତି । ପ୍ରତ୍ୟେକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ବ୍ୟବହାର ଅବଧି ଅଛି ।


ଏହି ଅବଧି ପରେ ସିଲିଣ୍ଡର ପରୀକ୍ଷା କରାଯିବ ନିହାତି ଆବଶ୍ୟକ । ଯଦି ଏହା ପରୀକ୍ଷଣରେ ବ୍ୟବହାର ଯୋଗ୍ୟ ନୁହେଁ, ତେବେ ଏହାକୁ ବଜାରରୁ ବାହାର କରି ଦିଆଯାଏ । ଅନେକ ଲୋକ ଘରେ LPG ବ୍ୟବହାର କରିବା ସାଧାରଣ କଥା । ଉଜ୍ବଳା ଯୋଜନା ଅଧୀନରେ ଭାରତ ସରକାର ମଧ୍ୟ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରିଥିଲେ ।

ଯଦି ଆପଣ ସିଲିଣ୍ଡରକୁ ଯତ୍ନର ସହ ଦେଖିଥିବେ, ତେବେ ଆପଣ ଏହାର ଉପର ଭାଗରେ LPG ଗ୍ୟାସ୍ ସିଲିଣ୍ଡରରେ ମୁଦ୍ରିତ ସଂଖ୍ୟାକୁ ମଧ୍ୟ ନିଶ୍ଚୟ ଦେଖିଥିବେ । ଏହି ସଂଖ୍ୟାଗୁଡିକ ସମସ୍ତ ସିଲିଣ୍ଡର ଉପରେ ଲେଖା ହୋଇଛି କିନ୍ତୁ ଆପଣ ଜାଣନ୍ତି କି ଏହି ସଂଖ୍ୟାଗୁଡ଼ିକର ଅର୍ଥ କ’ଣ ଓ ସେମାନେ ସିଲିଣ୍ଡରରେ କାହିଁକି ଲେଖାଯାଏ । ତେବେ ଏହା ଆମ ସୁରକ୍ଷା ପାଇଁ ରହିଥାଏ ।


ତେବେ ୧୦ ରୁ ୧୫ ବର୍ଷ ମଧ୍ୟରେ ଯେକୌଣସି ନୂତନ LPG ଗ୍ୟାସ୍ ସିଲିଣ୍ଡର ପରୀକ୍ଷା କରାଯିବା ଆବଶ୍ୟକ । ଏଥି ସହିତ ପ୍ରତି ୫ ବର୍ଷରେ ପୁରୁଣା ସିଲିଣ୍ଡରର ପରୀକ୍ଷା ଆବଶ୍ୟକ । ଯଦିଓ ଏଜେନ୍ସି ନିଜେ ଏହାକୁ ପରୀକ୍ଷା କରନ୍ତି, କିନ୍ତୁ ଅନେକ ଥର ଏପରି ସିଲିଣ୍ଡର ଧୋକା ରେ ଦ୍ୱାରା ବଜାରକୁ ଆସିଥାଏ ।

ସିଲିଣ୍ଡରର ଉପରି ଭାଗରେ ଥିବା ୩ ଟି ଷ୍ଟ୍ରାପ୍ ମଧ୍ୟରୁ ଗୋଟିଏରେ କୋଡ୍ ଲେଖାଯାଇଛି । ଏହା ଏ,ବି,ସି କିମ୍ବା ଡ଼ି ରୁ ଆରମ୍ଭ ହୁଏ । ଏହା ପରେ ଏହାର ୦୫ ଭଳି ଏକ ସଂଖ୍ୟା ଅଛି । ଯଥା ଅର୍ଥାତ୍ ମାର୍ଚ୍ଚ (ପ୍ରଥମ କ୍ଵାଟର), ବି ଯଥା ଜୁନ୍ (ଦ୍ୱିତୀୟ କ୍ଵାଟର), ସି ଯଥା ସେପ୍ଟେମ୍ବର (ତୃତୀୟ କ୍ଵାଟର), ଡି ଯଥା ଡିସେମ୍ବର (ଚତୁର୍ଥ କ୍ଵାଟର) ।

ଯଦି ଡ଼ି-୦୬ ଏକ ସିଲିଣ୍ଡରରେ ଲେଖାଯାଏ, ଏହାର ଅର୍ଥ ଡିସେମ୍ବର ୨୦୦୬ । ତାହା ହେଉଛି,ଏବେ ଏହାକୁ ପରୀକ୍ଷା କରିବା ନିହାତି ଆବଶ୍ୟକ । ତେବେ ଯଦି ଆପଣ ଏକ ସିଲିଣ୍ଡର ନିଅନ୍ତି ଯାହାର ପରୀକ୍ଷଣ ତାରିଖ ଅର୍ଥାତ୍ ସମାପ୍ତି ତାରିଖ ଅତିକ୍ରମ କରିସାରିଛି, ତେବେ ସେହି ସିଲିଣ୍ଡର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ସଚେତନ ହୋଇ ରହିଯିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *