ବନ୍ଧୁଗଣ ନମସ୍କାର, ତେବେ ନବୀନ ଙ୍କ ଉତ୍ତରାଧିକାରୀ କିଏ? ନବୀନ ଙ୍କ ପରିବାର ର କେହି ନୁହଁନ୍ତି ତାଙ୍କର ଉତ୍ତରାଧିକାରୀ?ଭି କାର୍ତ୍ତିକେୟାନ ପାଣ୍ଡିୟନ ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟାନ କଣ ହେବେ ନବୀନ ଙ୍କ ଉତ୍ତରାଧିକାରୀ?ସାଂଗଠନିକ ସମ୍ପାଦକ ବବି ଦାସ କରିଲେ ଖୋଲାଖୋଲି ଘୋଷଣା । ମୁଖପାତ୍ର ଓ ପାନେଲିଷ୍ଟ ମାନଙ୍କ ମିଟିଙ୍ଗ ରେ କରିଲେ ଘୋଷଣା । ଏହାକୁ ନେଇ ସମସ୍ତଙ୍କ ପାଟି ଚୁପ ।
ସେଥିପାଇଁ ଧୀରେଧୀରେ ନବୀନ ଙ୍କ ଲୟାଲ ଙ୍କୁ କରାଯାଉଛି କି ଆଉଟ?ବିଜେଡ଼ି ସୁପ୍ରିମ ତଥା ନବୀନ ପଟ୍ଟନାୟକ ଙ୍କ ଉତ୍ତରାଧିକାରୀ ଦଳ ବାଛି ସାରିଥିବା ବିଭିନ୍ନ ମହଲ ରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟାନ ପାଣ୍ଡିୟନ ଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ଙ୍କ ମୁଣ୍ଡ ରେ ମୁକୁଟ ପିନ୍ଧାଇବାକୁ ପରୋକ୍ଷ ରେ ଏକ ପ୍ରକାର ସ୍ଥିର କରିଛି ଦଳ । ଏଥିପାଇଁ ଦଳ ବ୍ଲ୍ୟୁ ପ୍ରିଣ୍ଟ ବି ପ୍ରସ୍ତୁତ କରୁଛି ।
୨୦୨୪ ସାଧାରଣ ନିର୍ବାଚନ ଏହି ବ୍ଲ୍ୟୁ ପ୍ରିଣ୍ଟ କୁ କାର୍ଯ୍ୟକାରୀ କରିବ ଦଳ । ସୁଚିନ୍ତିତ ଢଙ୍ଗ ରେ ଦଳ ସୁଜାତା ଙ୍କ ନାଁ କୁ ଉତ୍ତରାଧିକାରୀ ଭାବରେ ଉଠାଇ ଦଳ ଭିତରେ ଏବଂ ବାହାରେ ତା’ର ପ୍ରତିକ୍ରିୟା ଦେଖାଇବାକୁ ଚାହିଁଛି । ସେଥିପାଇଁ ଏପ୍ରିଲ ମାସ ୨୨ ତାରିଖରେ ବିଜେଡ଼ି ମୁଖପାତ୍ର ଏବଂ ପାନେଲିଷ୍ଟ ମାନଙ୍କୁ ଡାକି ଏକ ବୈଠକ କରିବା ସମୟରେ ଦଳ ର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବୀନ ଙ୍କ ଉତ୍ତରାଧିକାରୀ ଙ୍କ ନାଁ ଘୋଷଣା କରିଥିଲେ ।
ଏହି ବୈଠକ ରେ ଖୋଦ କାର୍ତ୍ତିକେୟନ ପାଣ୍ଡିୟନ ନିଜର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉପସ୍ଥିତ ଥିଲେ ବୋଲି ଶୁଣିବାକୁ ମିଳିଛି । ସୁଚିନ୍ତିତ ଭାବରେ ଏହି ନାଁ କୁ ଘୋଷଣା କରି ଦଳ ଚାହୁଁଛି ଯେ, ମ୍ୟାଡାମ ସୁଜାତା ଙ୍କୁ ଦଳର ମୁକୁଟ ପିନ୍ଧାଇବାକୁ । ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ରାଜ୍ୟ ର ୭୦ ଲକ୍ଷ ମହିଳା ଏବେ ବିଜେଡ଼ି ର ଭୋଟ ବ୍ୟାଙ୍କ ।
ଦଳ ରେ ଜଣେ ମହିଳା ଙ୍କୁ ନେତୃତ୍ୱ ଦେଇ ଭୋଟ ବ୍ୟାଙ୍କ କୁ ନିଜ କବ୍ଜା ରେ ରଖିବାକୁ ସଫଳ ପ୍ରୟାସ ଆରମ୍ଭ କରିଛି ଦଳ । ରାଜ୍ୟ ରେ ବିରୋଧୀ କଂଗ୍ରେସ ଓ ବିଜେପି ଏବେ ବ୍ୟକ୍ ଫୁଟ ରେ । ଏହି ସୁଯୋଗ ଉଣ୍ଡି ସୁଜାତା ଙ୍କୁ ଆଗକୁ ଛାଡ଼ିବାକୁ ଚିନ୍ତା କରିଛି ଦଳ । ଦଳ ରେ ବରିଷ୍ଠ ନେତା ଓ ଅସନ୍ତୁଷ୍ଟ ନେତା ମାନେ ବି ଚୁପ ରହିବାକୁ ବାଧ୍ୟ ହେବେ ।
ରାଜନୈତିକ ପରିସ୍ଥିତି ଯାହା ବିକଳ୍ପ ନଥିବାରୁ ଦଳ ଭିତରେ ଚୁପ ରହିବାକୁ ବାଧ୍ୟ ହୋଇ ପାରନ୍ତି ସେମାନେ । ଏହି ସବୁ କୁ ଆଖି ରେ ରଖି ବିଜେଡ଼ି ସୁଜାତା ଙ୍କ ନାଁ କୁ ଦଳ ର ଉତ୍ତରାଧିକାରୀ ଭାବରେ ବଜାର କୁ ଛାଡ଼ିଛି । ଦେଖୁଛି କିଏ ପ୍ରତିକ୍ରିୟାଶୀଳ ହେଉଛି କିଏ ଗ୍ରହଣ କରୁଛି । ତେବେ ଜନତା ଦ୍ଵାରା ସୁଜାତା କିପରି ଗ୍ରହଣୀୟ ହେଉଛନ୍ତି ତାହା ସମୟ କହିବ ।