ବନ୍ଧୁଗଣ ଆଜିର ସମୟରେ ଫାଇଲ୍ସ ବା ଅର୍ଶ ସମସ୍ୟା ଅନେକ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଅର୍ଶ ସମସ୍ୟା ହେବା ଦ୍ଵାରା ଆପଣଙ୍କୁ ମଳତ୍ୟାଗ କରିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏହା ସହ ଉଠିବା ବସିବାରେ ମଧ୍ୟ ଆପଣଙ୍କୁ କଷ୍ଟ ଅନୁଭବ ହୋଇଥାଏ । ଅର୍ଶ ହେବାର ଅନେକ କାରଣ ହୋଇପାରେ ହେଲେ ମୁଖ୍ୟ କାରଣ ହେଉଛି ଯଦି ଆପଣଙ୍କ ପେଟରେ ଗ୍ୟାସ ରୁହେ ।
ଆପଣଙ୍କ ଖାଦ୍ୟ ଠିକ ଭାବରେ ପଚନ ହୁଏ ନାହିଁ ଓ ସକାଳେ ଆପଣଙ୍କ ପେଟ ଯଦି ଠିକ ଭାବରେ ସଫା ହୁଏ ନାହିଁ ତେବେ ଆପଣଙ୍କୁ ଅର୍ଶ ବା ଫାଇଲ୍ସ ଭଳି ସମସ୍ୟା ହୋଇପାରେ । ଫାଇଲ୍ସ ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ଅନେକ ମେଡ଼ିସିନର ସେବନ କରନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗରେ ଆପଣ ଅତି ସହଜରେ ଫାଇଲ୍ସ ସମସ୍ୟାକୁ ଦୂର କରିପାରିବେ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସର୍ବ ପ୍ରଥମେ ଆପଣଙ୍କ ପେଟ ସଫା ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଝାଡା ଠିକ ଭାବରେ ସଫା ହେଉ ନାହିଁ ତା ହେଲେ ଆପଣ ପ୍ରତି ଦିନ ରାତିରେ ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଜଡା ତେଲ ମିଶାଇ ସେବନ କରନ୍ତୁ ଦେଖିବେ ଆପଣଙ୍କ ପେଟ ବହୁତ ଭଲ ଭାବରେ ସଫା ହୋଇଯିବ । ଯଦି ଆପଣଙ୍କ ଅର୍ଶ ସମସ୍ୟା ଅଛି ତା ହେଲେ ସକାଳୁ ଆପଣ ମାନେ ନିଜ ବ୍ରେକଫାଷ୍ଟରେ ମୂଳାର ସେବନ ନିଶ୍ଚୟ କରନ୍ତୁ ।
ଆପଣ ମାନେ ଚାହିଁଲେ ବିଟ କିମ୍ବା ଗାଜର ମଧ୍ୟ ମିଶାଇ ଖାଇ ପାରିବେ । ଏହି ଉପାୟ ଆପଣଙ୍କୁ 14 ରୁ 15 ଦିନ କରିବାକୁ ହେବ । ଅର୍ଶ ସମସ୍ୟା ପାଇଁ ଆପଣ ପ୍ରଥମେ ଧଳା ପିଆଜକୁ ଛେଚି ସେଥିରୁ ରସ ବାହାର କରନ୍ତୁ । କମ ସେ କମ 10ml ରସ ନିହାତି ଆବଶ୍ୟକ । ଏହା ପରେ ଆପଣଙ୍କୁ ଦରକାର ଅଦା ରସ ଆପଣଙ୍କୁ ଏଥିପାଇଁ 5ml ଅଦା ରସର ଆବଶ୍ୟକତା ପଡିବ ।
ଏବେ ଆପଣ ଏହି ଦୁଇଟି ରସକୁ ଭଲ ଭାବରେ ମିଶାଇ ଦିଅନ୍ତୁ ତା ପରେ ଏହି ଉପଚାର ପ୍ରସ୍ତୁତ ହୋଇଯିବ । ଆପଣ ଏକ ତୁଳା ନିଅନ୍ତୁ ଆଉ ଏହି ରସରେ ବୁଡାଇ ଦିଅନ୍ତୁ । ଆପଣଙ୍କ ଯେଉଁ ଜାଗାରେ ଅର୍ଶ ହେଇଛି ସେହି ଜାଗାରେ ଭଲ ଭାବରେ ଲଗାନ୍ତୁ । ଏହି ଉପଚାର କରିବା ସହ ନିଜ ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ ଦେଖିବେ ଆପଣଙ୍କ ଅର୍ଶ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।