ହାଇକୋର୍ଟ କୁ ଟଣାହେଲା ସିଦ୍ଧାନ୍ତ ମହାପାତ୍ରଙ୍କ ‘ବାପା ସୁପରମ୍ୟାନ’, ଜାଣନ୍ତୁ କଣ ଅଟେ ପୁରା ଖବର

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ଏବେ ଏକ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ରହିଛି ବାପା ସୁପରମ୍ୟାନ । ହେଲେ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ଫିଲ୍ମକୁ ଅନେକ ବିବାଦ ଦେଖା ଦେଇଛି । ବିବାଦ ହେଉଛି ଫିଲ୍ମର କାହାଣୀକୁ ନେଇ । ଗୋଟେ ପଟେ ଏହି ଫିଲ୍ମ ନିର୍ମାତା ପ୍ରକାଶ ଜେନା କହୁଛନ୍ତି ଏହି ଫିଲ୍ମର କାହାଣୀ ସେ ଲେଖିଛନ୍ତି ଆଉ ଅନ୍ୟ ପଟେ ଆଉ ଜଣେ ଯୁବକ ଅଛନ୍ତି ସେ କହୁଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ହେଲେ ଫିଲ୍ମରେ ତାଙ୍କର ନାମ ନାହିଁ ।

ଏନେଇ ଉକ୍ତ ଯୁବକ ଜଣକ ହାଇକୋର୍ଟର ଦ୍ଵାରସ୍ଥ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଥିଲେ ମିଟୁ ମିଥୁନ । ତେଣୁ ମିଟୁ ଗଣମାଧ୍ୟମକୁ ଡାକି ସେଠାରେ ଏକ ବଡ ବୟାନ ଦେଇଛନ୍ତି ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଟୁ ଏନେଇ କହିଛନ୍ତି-‘ଏ ଲୋକ ମୋତେ ଆଗେ କଲ୍ କଲା ମୁଁ ଦେଇଦେବି ଆପଣ ଦେଖିବେ ତା ପରେ ମୁଁ ଫୋନ କଲି ପ୍ରକାଶ ଜେନାଙ୍କୁ । ସିଏ ବି ଯାହା କହିଛନ୍ତି ମୁଁ କହିଛି । ମୁଁ କହିଲି ଏ ଫିଲ୍ମ ବାପା ସୁପର ମ୍ୟାନ ଫିଲ୍ମର ପ୍ରମୋଶନ ପାଇଁ ମୁଁ ବି ଯାଇଥିଲି ।

ପ୍ରକାଶ ମୋ ସାନ ଭାଇ ଟିଏ ଆଉ ଏ ବି ମୋତେ ଯେତିକି ବ୍ୟବହାର କଲା ମୋତେ ଲାଗିଲା ସାନ ଭାଇ ନ୍ୟାୟ ଯେଉଁଠି ମୁଁ ସେଇଠି ଅଛି । ମୁଁ ଗୋଟେ କଥା କହିବି ୨୪ ଘଣ୍ଟା ଭିତରେ ଏ କଥାର ସମାଧାନ କର । ଯଦି ଏ କଥା ହାଇକୋର୍ଟକୁ ଯିବ ବର୍ଷ ବର୍ଷ ଧରି ନା ସିନେମା ରିଲିଜ ହେବ ନା ଏହା ସମାଧାନ ହେଇପାରିବ’ । ବନ୍ଧୁଗଣ ଅନ୍ୟ ପରେ ଉକ୍ତ ଯୁବକ ଯିଏ ନିଜକୁ ଫିଲ୍ମର ରାଇଟର ବୋଲି କହୁଛନ୍ତି ।

ସେ ଗଣମାଧ୍ୟମ ଆଗରେ କହିଛନ୍ତି-‘ପ୍ରକାଶ ଜେନା ଯେଉଁ ଗେମ କରୁଛି ଯେଉଁ ଗେମ ଖେଳୁଛି ମୋ ସହିତ ସେହି ଗେମର ଏଣ୍ଡ ଆଇନ ଅନୁସାରେ ହିଁ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *