Vastu Tips- କାର୍ତ୍ତିକ ମାସରେ କଣ କଲେ ଘରକୁ ଆସିବେ ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ ତେବେ ଓଷା ବ୍ରତ ଓ ଧର୍ମୀୟ ଦୃଷ୍ଟିକୋଣରୁ କାର୍ତ୍ତିକ ମାସର ବେଶ୍ ମହତ୍ତ୍ୱ ରହିଛି । କୃତ୍ତିକା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ । ପୌରାଣିକ ଆଖ୍ୟାନ ଅନୁସାରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି – ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା, ଏବଂ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ । “ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ । ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମଂ । ’

ଅର୍ଥାତ୍ କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ ବୋଲି ପୁରାଣରେ କୁହାଯାଇଛି । ଏହି ଧର୍ମୀୟ ମାସରେ କିଛି ନିୟମ ବା ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଆପଣ ଖୁବ ଭାଗ୍ୟଶାଳୀ ହୋଇ ପାରିବେ ଏବଂ ପୁଣ୍ୟ କମେଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ ।

୧- ପ୍ରଥମରେ ହେଉଛି ଏହି ଦିନ ତୁଳସୀ ଗଛକୁ ପୂଜା କରିବା ଉଚିତ । ଶ୍ରୀହରି ଙ୍କର ତୁଳସୀ ଅତି ପ୍ରିୟ ହୋଇଥିବାରୁ ଏହି କାର୍ତ୍ତିକ ମାସ ରେ ତୁଳସୀ ପୂଜାକୁ ବହୁତ ମହତ୍ଵ ଦିଆଯାଇଛି । ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେଣୁ ସେଥିପାଇଁ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି କାର୍ତ୍ତିକ ମାସ ରେ ଦ୍ଵୀପ ଦାନ କରିବା ଦ୍ଵାରା ଆପଣ ପୂଣ୍ୟ ଅର୍ଜନ କରିଥାନ୍ତି । ଏହି ମାସ ରେ ଯଦି ଆପଣ କୌଣସି ପୋଖରୀରେ ଦ୍ଵୀପ ଦାନ କରୁଛନ୍ତି ତେବେ ଆପଣଙ୍କୁ ବହୁତ ପୂଣ୍ୟ ମିଳିଥାଏ । ଏହି ସୁବର୍ନ ମାସ ରେ ନଦୀ ଓ ପୋକରି ରେ ଦ୍ଵୀପ ଦାନ କରିବା ଉଚିତ । ଏହି ଦ୍ଵୀପ ଦାନ କରିବା ଦ୍ଵାରା ଘରୁ ସବୁ ପ୍ରକାରର ନାକାରାତ୍ମକ ଶକ୍ତି ଦୂର ହୋଇଥାଏ ।

୩- ତୃତୀୟ ରେ ହେଉଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ବହୁତ ଆବଶ୍ୟକ । ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତି ର ମନ ଭଲ ରହିଥାଏ । ଏବଂ ଏହା କରିବା ଦ୍ଵାରା ଶରୀର ର ରକ୍ତ ସଂଚାଳନ ଭଲ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି ଏହି ମାସରେ ତେଲ ଲଗାଇବା ଅନୁଚିତ ଅଟେ । ଏହି ମାସରେ କେବଳ ଚତୁର୍ଥୀ ଦିନ ଶରୀରରେ ତେଲ ଲଗାଇ ପାରିବେ ।

୫- ପଞ୍ଚମ ରେ ହେଉଛି ଏହି ମାସରେ ମୁଗ, ଚଣା, ଏବଂ ମଟର ଆଦିର ସେବନ କରିବା ଅନୁଚିତ ଅଟେ । ଏହା ଛଡା ବ୍ୟକ୍ତିଙ୍କୁ ମଦ ଓ ମାଂସ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।


୬- ଷଷ୍ଠ ରେ ହେଉଛି ଯେଉଁମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ଵୀ ମାନଙ୍କ ପରି ଜୀବନ ଅତିବାହିତ କରିବା ଜରୁରୀ ହୋଇଥାଏ । ଏହା ଛଡା କମ କଥା କହିବା ଓ ଝଗଡା ନ କରିବା ଆଦି ବହୁତ ଭଲ ହୋଇଥାଏ । ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣ ରେ ରଖିବା ବହୁତ ଜାରୁରୀ ଅଟେ ।

୭- ସପ୍ତମ ରେ ହେଉଛି ଏହି ମାସରେ ବ୍ରହ୍ମାଚର୍ଯ୍ୟା ନିୟମ ପାଳିବା ବହୁତ ଜରୁରୀ ଅଟେ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ନାମ ଜାପ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ମନ କୁ ଶାନ୍ତି ମିଳିବା ସହ ଘରକୁ ଧନ ମଧ୍ୟ ଆସିଥାଏ । ଏବଂ ଘରେ ସର୍ବଦା ଖୁସି ର ବାତାବରଣ ରହିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *