ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା), ନିଶ୍ଚୟ କରନ୍ତୁ ଏହି 5 ଟି କାମ, ସବୁ ମନୋକାମନା ହେବ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ ତେବେ ଚଳିତବର୍ଷ ନଭେମ୍ବର ୧୯ ଶୁକ୍ରବାର ପଡୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ଖୁବ୍ ମହତ୍ୱ ରହିଛି । କେବଳ ଏତିକି ନୁହେଁ ଏହି ଦିନ ସ୍ନାନ ଦାନର ମଧ୍ୟ ମହତ୍ୱ ରହିଛି । ପୂର୍ଣ୍ଣିମା ଦିନକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଥାଏ । ଏହିଦିନ ଚନ୍ଦ୍ରମାଙ୍କ ସହିତ ପ୍ରଭୁ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ଏହିଦିନ ରାକ୍ଷସ ତ୍ରିପୁରାସୁରର ବଧ କରିଥିଲେ ମହାଦେବ ।

ଏହି ଖୁସୀରେ ଦେବତାମାନେ ଦୀପ ଜାଳି ଖୁସୀ ମନାଇ ଥିଲେ । ଏହା ଦେବ-ଦୀପାବଳୀ ନାମରେ ଜଣାଯାଇଥାଏ।ତେବେ ଏହି ଦିନ କିଛି ଏଭଳି କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ଏବଂ ଆପଣ କିଛି ପୁଣ୍ୟ ମଧ୍ୟ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ ବିଷୟ ରେ।

୧- ପ୍ରଥମରେ ହେଉଛି ଆପଣ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ। ଏହା ଲଗାଇବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ଏହା ସହ ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ମିଳିଥାଏ ଏବଂ ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ମଧ୍ୟ ହୋଇଥାଏ।ଏହାସହ ଘରର ମୁଖ୍ୟ ଦ୍ୱାର ରେ ତୋରଣ କରି ସଜାଇ ଦିଅନ୍ତୁ।


୨-ଦ୍ଵିତୀୟ ରେ ହେଉଛି ମନ୍ଦିର ଯାଇ ଦୀପଦାନ କରନ୍ତୁ। ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ବହୁଥିବା ଜଳ,ନଦୀ ଏବଂ ପୋଖରୀ ଆଦିରେ ଦୀପଦାନ କରିବା ଶୁଭ ଏବଂ ଆବଶ୍ୟକ ହୋଇଥାଏ। ତେବେ ସମ୍ଭବତଃ କୌଣସି ଶିବ ମନ୍ଦିର ରେ ଯାଇ ଶୁଦ୍ଧ ଘିଅ ର ଦୀପ ଟିଏ ଦାନ କରନ୍ତୁ।


୩- ତୃତୀୟ ରେ ହେଉଛି ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ କୌଣସି ଶିବ ମନ୍ଦିର ଯାଇ ସେଠାରେ ଶୁଦ୍ଧ ମନୋଭାବ ଏବଂ ଭକ୍ତି ଭାବ ସହ ଶିବ ଲିଂଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ସୁଖ ସମୃଦ୍ଧି ରେ ରହିବେ। ଏହା ସହ କୌଣସି ଆବଶ୍ୟକତା ଥିବା ବ୍ୟକ୍ତି କୁ ଚାଉଳ ଦାନ କରନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

୪- ଚତୁର୍ଥ ରେ ହେଉଛି ଯେଉଁ ଲୋକ ମାନଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତି ରେ ରହିଥାଏ ସେମାନେ ମଧ୍ୟ ଏହିଦିନ ବିଶେଷ ରୂପରେ ଚାଉଳ ର ଦାନ କରିବା ଉଚିତ। ଏହା ସହ ଏହି ଦିନ ଚନ୍ଦ୍ରମା ଙ୍କୁ ପୂଜା କରିବା ବହୁତ ଶୁଭ ହୋଇଥାଏ ତେଣୁ ଆପଣ ଚନ୍ଦ୍ରମା ଙ୍କୁ ପୂଜା କରି ତାଙ୍କୁ କ୍ଷୀରି ଭୋଗ ମଧ୍ୟ କରିବା ବହୁତ ଶୁଭ ହୋଇଥାଏ।

୫- ପଞ୍ଚମ ରେ ହେଉଛି ତୁଳସୀ ପୂଜା। ତେବେ ଶାସ୍ତ୍ର ଅନୁସାରେ ତୁଳସୀ ଙ୍କୁ ମାତା ଲକ୍ଷ୍ମୀ ଙ୍କ ସହ ତୁଳନା କରାଯାଇଛି ତେଣୁ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ କୁ ଶୁଦ୍ଧ ମନଭାବରେ ପୂଜା କରନ୍ତୁ ଏବଂ ତୁଳସୀ ଗଛ ମୂଳରେ ଶୁଦ୍ଧ ଘିଅ ର ଦୀପ ଟିଏ ଜାଳନ୍ତୁ। ଦେଖିବେ ମାତା ଲକ୍ଷ୍ମୀ ଆପଣଙ୍କ ପ୍ରତି ବହୁତ ଖୁସି ହେବେ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *