କର୍ମର ଫଳ ଦିନେ ନିଶ୍ଚୟ ମିଳିବ ! (Best Motivational Tips) Buddhist Story

ବନ୍ଧୁଗଣ ଏହି ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି । କିଛି ଲୋକ କର୍ମକୁ ବିଶ୍ଵାସ କରନ୍ତି ତ ଆଉ କିଛି ଲୋକ ଭାଗ୍ୟକୁ । ଯେଉଁ ମାନେ କର୍ମକୁ ବିଶ୍ଵାସ କରନ୍ତି ତାଙ୍କୁ ଆମେ କର୍ମବାଦୀ କହିଥାଉ ଆଉ ଯେଉଁ ମାନେ ଭାଗ୍ୟକୁ ସେମାନଙ୍କୁ ଆମେ ଭାଗ୍ୟବାଦୀ କହିଥାଉ । କିନ୍ତୁ ପ୍ରକୃତ କଥା ହେଉଛି ଯେଉଁ ମଣିଷ କର୍ମ ସିଦ୍ଧ କର୍ମ ବିଶ୍ଵାସ ସୁକର୍ମ କରେ ତାର ଭାଗ୍ୟ ସ୍ଵୟଂ ଚାଳିତ ଭାବରେ ତିଆରି ହୁଏ । ଏହା ହେଉଛି ଏକ ବିରାଟ ପ୍ରସଙ୍ଗ ।

ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କଲମ ହେଉଛି କର୍ମ । ଯଦି ଆପଣ ନିଜ ଭାଗ୍ୟକୁ ନିର୍ଧାରଣ କରିବାକୁ ଚାହୁଁ ଛନ୍ତି ତା ହେଲେ ଏହି ମୂହୁର୍ତ୍ତରେ ନିଜ କର୍ମକୁ ଠିକ କରନ୍ତୁ । କର୍ମ ଫଳ ସୁନିଶ୍ଚିତ ମିଳେ । କର୍ମ ଫଳ ବହୁ ଗୁଣିତ ହୋଇ ମିଳେ । ଆଜି ନୁହେତ କାଲି ନିଶ୍ଚୟ କର୍ମ ଫଳ ଭୋଗିବାକୁ ପଡିବ । ଆଜି ଏ ଦୁନିଆରେ ଯେତେ ଦୁର୍ଦିନ ଦେଖା ଯାଉଛି ଯେତେ ଅସୁବିଧା ଦେଖା ଯାଉଛି ତାର ମୂଳରେ ହେଉଛି ଗୋଟିଏ ମାତ୍ର ଜିନିଷ କର୍ମ ।

ମଣିଷ ଭାବନ୍ତି ସେମାନେ ହାତରେ ଯେଉଁ ଜିନିଷ କରୁଛୁ ସେଇଆ ହେଉଛି କର୍ମ ହେଲେ ନା ହାତରେ ଯେଉଁ କର୍ମ କରୁଛନ୍ତି ସେ ହେଉଛି କର୍ମ, ଶବ୍ଦରେ ଯାହା କହୁଛନ୍ତି ସେ ହେଉଛି କର୍ମ, ବିଚାରରେ ଯାହା ଭାବୁଛନ୍ତି ସେ ବି ହେଉଛି କର୍ମ । ସେ ଦିଶେ ନାହିଁ ଅଦୃଶ୍ୟ ହୋଇ ରହିଛି । କର୍ମକୁ ଠିକ କରିଦିଅନ୍ତୁ ଆପଣଙ୍କ ଜୀବନରେ ସବୁ କିଛି ଠିକ ହୋଇଯିବ ।

ଯଦି ଜୀବନକୁ ସୁନ୍ଦର ହିସାବରେ କାଟିବାକୁ ଚାହୁଁ ଛନ୍ତି ତା ହେଲେ ଅମୂଲ୍ୟ ଶିକ୍ଷାକୁ ଶୁଣନ୍ତୁ ଅମୂଲ୍ୟ ରାସ୍ତାରେ ଚାଲନ୍ତୁ । ପ୍ରକୃତ କର୍ମ କଣ ତାକୁ ବୁଝନ୍ତୁ । ଆଜିକାଲି ଲୋକ ମାନଙ୍କ ମନରେ ଏହି ବିଶ୍ଵାସ ରହୁଛି ଯେ, କର୍ମଫଳ କଣ ସତରେ ମିଳେ । ଯଦି କର୍ମ ଫଳ ମିଳେ ତା ହେଲେ ବହୁତ ଲୋକ ଖରାପ କର୍ମ କରି ଖୁସିରେ ରହୁଛନ୍ତି । ଆଉ ବହୁତ ଲୋକ ଭଲ କର୍ମ କରି ମଧ୍ୟ ବହୁତ ଖରାପ ଅବସ୍ଥାରେ ଅଛନ୍ତି ।

ବନ୍ଧୁଗଣ ଜୀବନର ସବୁଠାରୁ ବଡ ସତ୍ୟ ହେଉଛି କର୍ମ ଫଳ ମିଳେ ଆପଣ ମାନନ୍ତୁ କି ନ ମାନନ୍ତୁ । ସମସ୍ତ କର୍ମର ହିସାବ ହୁଏ । ଆମେ ଏଥିପାଇଁ ଏହାକୁ ବିଶ୍ବାସ କରିପାରୁନୁ କାରଣ ଆମେ ଯେଉଁ ଜିନିଷ କରୁଛୁ ତୁରନ୍ତ ତାହାର ଫଳ ଆମକୁ ମିଳୁ ନାହିଁ ହେଲେ ଆଗକୁ ନିଶ୍ଚୟ ମିଳିବ । କିଛି କର୍ମ ତୁରନ୍ତ ଫଳ ଦିଏ, କିଛି କର୍ମର ଫଳ କିଛି ମାସରେ ମିଳେ ତ କିଛି ଜନ୍ମ 100 ବର୍ଷ ପରେ ଆର ଜନ୍ମରେ ଫଳ ଦେଇଥାଏ । ବନ୍ଧୁଗଣ କର୍ମ ଫଳ ତ ନିଶ୍ଚିତ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *